ଏସବୁ କାମ କରୁନାହାନ୍ତି ତ! ବ୍ୟାନ ହୋଇପାରେ ଆପଣଙ୍କ ହ୍ଵାଟ୍ସଆପ ଆକାଉଣ୍ଟ

Advertisment
ଏସବୁ କାମ କରୁନାହାନ୍ତି ତ! ବ୍ୟାନ ହୋଇପାରେ ଆପଣଙ୍କ ହ୍ଵାଟ୍ସଆପ ଆକାଉଣ୍ଟ

ନୂଆଦିଲ୍ଲୀ: ମେସେଜିଂ ପ୍ଲାଟଫର୍ମ ହ୍ଵାଟ୍ସଆପ ପୁଣି ଥରେ ଭାରତରେ ଲକ୍ଷ ଲକ୍ଷ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇଛି। ନୂତନ ଆଇଟି ନିୟମ, ୨୦୨୧ ଅନୁଯାୟୀ, ଶନିବାର ଦିନ ୨୩ ଲକ୍ଷରୁ ଅଧିକ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇବା ବିଷୟରେ ହ୍ଵାଟ୍ସଆପ ସୂଚନା ଦେଇଛି। ଅଗଷ୍ଟ ମାସରେ ଏହି ଆକାଉଣ୍ଟଗୁଡିକ ଉପରେ ପ୍ରତିବନ୍ଧକ ଲଗାଯାଇଛି | କମ୍ପାନି ଦେଶବିରୋଧୀ ମେସେଜ କରିବା ସହ ସ୍ପାମ୍ କିମ୍ବା ପ୍ଲାଟଫର୍ମର ଅପବ୍ୟବହାର ଭଳି କାରଣ ପାଇଁ ଆକାଉଣ୍ଟଗୁଡିକୁ ବ୍ୟାନ କରିଛି | ମେଟା ମାଲିକାନାରେ ଥିବା ମେସେଜିଂ ପ୍ଲାଟଫର୍ମରେ ଭାରତରେ ୫୦କୋଟିରୁ ଅଧିକ ୟୁଜର୍ସ ଅଛନ୍ତି।

ଅଗଷ୍ଟ ମାସରେ ପ୍ଲାଟଫର୍ମକୁ ପ୍ରାୟ ୫୨୮ ଅଭିଯୋଗ ଆସିଥିବାବେଳେ ଏହି ଅଭିଯୋଗଗୁଡିକ ମଧ୍ୟରୁ କେବଳ ୨୭ଟି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଏହାପୂର୍ବରୁ, ପ୍ଲାଟଫର୍ମ ଜୁଲାଇ ମାସରେ ୨୦ ଲକ୍ଷରୁ ଅଧିକ ଆକାଉଣ୍ଟକୁ ମଧ୍ୟ ବ୍ୟାନ କରିଥିଲା। ସୋସିଆଲ ମିଡିଆ ପ୍ଲାଟଫର୍ମର ଦାୟିତ୍ୱ କଣ ହେବା ଆବଶ୍ୟକ ଏହା ଆଇଟି ନିୟମ ୨୦୨୧ ରେ ସ୍ଥିର କରାଯାଇଛି। ଏହା ଅଧୀନରେ, ହ୍ଵାଟ୍ସଆପକୁ ମାସିକ ଅନୁପାଳନ ରିପୋର୍ଟ ପ୍ରକାଶ କରିବାକୁ ପଡିବ | ସେଥିପାଇଁ ହ୍ଵାଟ୍ସଆପ ଏହି ମାସିକ ତଥ୍ୟ ଦେଇଛି | ମାସକ ମଧ୍ୟରେ କେତେ ଆକାଉଣ୍ଟ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କିମ୍ବା ବ୍ୟାନ ହୋଇଛି ତାହା କହିବାକୁ ପଡିଥାଏ |

ଆପଣ ହ୍ଵାଟ୍ସଆପରେ ଏସବୁ କରୁନାହାନ୍ତି ତ!
ଯଦି ଆପଣ ହ୍ଵାଟ୍ସଆପରେ ସ୍ପାମ୍ ମେସେଜିଂ କରନ୍ତି କିମ୍ବା ଆପତ୍ତିଜନକ ମେସେଜ ସେୟାର କରୁଥିବା ଲୋକଙ୍କ ମଧ୍ୟରେ ଅଛନ୍ତି, ତେବେ ଆପଣଙ୍କ ଆକାଉଣ୍ଟକୁ ବ୍ୟାନ କରାଯାଇପାରେ | ଏହା ବ୍ୟତୀତ, ଯଦି ଆପଣ କୁସଂସ୍କାର କିମ୍ବା ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ଗ୍ରୁପରେ ସାମିଲ ଅଛନ୍ତି, ତେବେ ମଧ୍ୟ ଆପଣଙ୍କ ଆକାଉଣ୍ଟକୁ ବ୍ୟାନ କରାଯାଇପାରେ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe