‘ଟାଇମ୍ ମାଗାଜିନ୍‌’ରେ ‘ହ୍ବାଟ୍‌ସ୍‌ଆପ୍-ବିଜେପି ସମ୍ପର୍କର ରିପୋର୍ଟ: ଫେସ୍‌ବୁକ୍ ଘୃଣ୍ୟ ବକ୍ତବ୍ୟ ପ୍ରସଙ୍ଗରେ ପୁଣି ମୋଦୀ ସରକାରଙ୍କୁ ରାହୁଲଙ୍କ ସମାଲୋଚନା

ରାହୁଲଙ୍କ ବିମାନକୁ ଅବତରଣ ପାଇଁ ଅନୁମତି ନମିଳିବା ଅଭିଯୋଗକୁ ପ୍ରତ୍ୟାଖ୍ୟାନ କଲା ବାରାଣାସୀ ବିମାନବନ୍ଦର

Image Courtesy of India Today

ନୂଆଦିଲ୍ଲୀ: ‘ହ୍ବାଟ୍‌ସ୍‌ଆପ୍ ଏବଂ ବିଜେପି’ର ସମ୍ପର୍କ ବିଷୟରେ ‘ଟାଇମ୍  ମାଗାଜିନ୍‌’ରେ ପ୍ରକାଶିତ ରିପୋର୍ଟ ଏବଂ ଫେସ୍‌ବୁକ୍‌ରେ ‘ଘୃଣ୍ୟ ବକ୍ତବ୍ୟ’ ବା ହେଟ୍ ସ୍ପିଚ୍ ରୋକିବାରେ ବିଫଳ ହୋଇଥିବା ମୋଦୀ ସରକାରଙ୍କୁ ଶନିବାର ଦିନ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁନର୍ବାର ସମାଲୋଚନା କରିଛନ୍ତି।

ଟୁଇଟ୍ କରି ରାହୁଲ ଗାନ୍ଧୀ କହିଛନ୍ତି, ଆମେରିକାର ‘ଟାଇମ୍ ମାଗାଜିନ୍’ ‘ହ୍ବାଟ୍ସ୍ଆପ୍-ବିଜେପି’ ସମ୍ପର୍କକୁ ପଦାରେ ପକାଇଛି। ୪୦ କୋଟି ଭାରତୀୟଙ୍କ ଦ୍ବାରା ବ୍ୟବହୃତ ‘ହ୍ବାଟ୍ସ୍‌ଆପ୍’ ମଧ୍ୟ ଅର୍ଥ ପୈଠ କରିବାକୁ ଚାହିଁଲେ ମୋଦୀ ସରକାରଙ୍କ ଅନୁମୋଦନ ଆବଶ୍ୟକ କରେ। ତେଣୁ, ‘ହ୍ବାଟ୍ସ୍‌ଆପ୍‌’ରେ ବି ବିଜେପିର ହାତ ରହିଛି।

ଘୃଣ୍ୟ ବକ୍ତବ୍ୟ ରୋକିବାରେ ‘ଫେସ୍‌ବୁକ୍’ କିଭଳି ବିଫଳ ହୋଇଛି ତାହା ‘ଟାଇମ୍ ମାଗାଜିନ୍‌’ରେ ପ୍ରକାଶିତ ଆଲେଖ୍ୟରେ ଆଲୋଚିତ ହୋଇଛି। ଘୃଣ୍ୟ ବକ୍ତବ୍ୟରେ ଆପଣା ପ୍ରୋଟକଲ୍‌ ଉଲ୍ଲଂଘନ କରି ବିଜେପି ନେତାମାନେ ଦେଇଥିବା ମନ୍ତବ୍ୟକୁ ମଧ୍ୟ ରୋକିବାକୁ ‘ଫେସ୍‌ବୁକ୍’ ସଫଳ ହୋଇ ନ ଥିବା ଏଥିରେ କୁହାଯାଇଛି।

publive-image Image Courtesy of The Quint

ରିପୋର୍ଟରେ ଆହୁରି ମଧ୍ୟ ପ୍ରକାଶ ପାଇଛି ଯେ, ଭାରତରେ ‘ଫେସ୍‌ବୁକ୍‌’ର ଜଣେ ଶୀର୍ଷସ୍ତରୀୟ ଅଧିକାରୀ ଏକ ବୈଠକ ଛାଡ଼ି ଉଠିଯାଇଥିଲେ। ଏହାର କାରଣ ସେ ବୈଠକରେ ‘ଫେସ୍‌ବୁକ୍‌’ର ଜଣେ କର୍ମଚାରୀ ଜଣେ ବିଜେପି ନେତାଙ୍କର ଏକ ପୋଷ୍ଟ୍ ବିଷୟରେ‌ ଉତ୍ଥାପନ କରିଥିଲେ। ସେ ପୋଷ୍ଟ୍‌ଟି କମ୍ପାନିର ଘୃଣ୍ୟ ବକ୍ତବ୍ୟ ନିୟମ ଉଲ୍ଲଂଘନ କରୁଥିଲା।

ପାତରଅନ୍ତର ନୀତି, ଦେଶର ପ୍ରତିନିଧିମୂଳକ ଗଣତନ୍ତ୍ରରେ ଭାରତରେ ଥିବା ସାମାଜିକ ଗଣମଧ୍ୟମ କମ୍ପାନି ଅଧିକାରୀଙ୍କ ହସ୍ତକ୍ଷେପ ଭଳି ଘଟଣାର ତଦନ୍ତ ଦାବି କରି କଂଗ୍ରେସ ‘ଫେସ୍‌ବୁକ୍‌’ର ସିଇଓ ମାର୍କ ଜୁକରବର୍କଙ୍କୁ ଚିଠି ଲେଖିଛି। ନିକଟ ଅତୀତରେ ‘ୱାଲ୍‌ ଷ୍ଟ୍ରିଟ୍‌ ଜର୍ଣ୍ଣାଲ୍‌’ରେ ଏକ ରିପୋର୍ଟ ପ୍ରକାଶ ପାଇବା ପରେ ବିରାଟ ରାଜନୈତିକ ବିବାଦ ସୃଷ୍ଟି ହୋଇଥିଲା। ରିପୋର୍ଟରେ ପ୍ରକାଶ ପାଇଥିଲା ଯେ, ବରିଷ୍ଠ ଫେସ୍‌ବୁକ୍ କାର୍ଯ୍ୟନିର୍ବାହୀମାନେ ନିର୍ଦ୍ଦିଷ୍ଟ କେତେକ ବିଜେପି ନେତାଙ୍କ ବିରୋଧରେ ଘୃଣ୍ୟ ବକ୍ତବ୍ୟ ନିୟମ ଲାଗୁ କରୁନାହାନ୍ତି। ଏହାକୁ ନେଇ ‘ବିଜେପି’ ଓ ‘କଂଗ୍ରେସ’ ମଧ୍ୟରେ ବାକ୍‌ଯୁଦ୍ଧ ଲାଗିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe