ନୂଆ ‘ଡିଜିଟାଲ୍‌ ନିୟମ’କୁ ଚାଲେଞ୍ଜ୍‌ କରି ଅଦାଲତକୁ ଗଲା ‘ହ୍ବାଟ୍‌ସ୍‌ଆପ୍‌’

ନୂଆ ‘ଡିଜିଟାଲ୍‌ ନିୟମ’କୁ ଚାଲେଞ୍ଜ୍‌ କରି ଅଦାଲତକୁ ଗଲା ‘ହ୍ବାଟ୍‌ସ୍‌ଆପ୍‌’

Image Courtesy of NDTV

ନୂଆଦିଲ୍ଲୀ: ଆଜି ଲାଗୁ ହେଉଥିବା ସରକାରଙ୍କ ନୂଆ ‘ଡିଜିଟାଲ୍‌ ନିୟମାବଳି’କୁ ଚାଲେଞ୍ଜ୍ କରି ମଙ୍ଗଳବାର ଦିନ ‘ହ୍ବାଟ୍‌ସ୍‌ଆପ୍‌’ ଦିଲ୍ଲୀ ହାଇକୋର୍ଟରେ ମାମଲା ଦାଏର କରିଛି। ଏହି ନିୟମାବଳୀ କାରଣରୁ ବ୍ୟବହାରକାରୀଙ୍କ ଗୋପନୀୟତା ଉଲ୍ଲଂଘନ କରିବା ଲାଗି ‘ହ୍ବାଟ୍‌ସ୍‌ଆପ୍‌’ ବାଧ୍ୟ କରିବ ବୋଲି ‘ହ୍ବାଟ୍‌ସ୍‌ଆପ୍‌’ କହିଛି।

ସରକାର ଲାଗୁ କରୁଥିବା ନୂତନ ନିୟମ ଅନୁସାରେ, ‘ଫେସ୍‌ବୁକ୍‌’ ମାଲିକାନାରେ ଥିବା ବାର୍ତ୍ତା ପ୍ରେରଣର ମାଧ୍ୟମ ‘ହ୍ବାଟ୍‌ସ୍‌ଆପ୍‌’କୁ ପ୍ରେରିତ ବାର୍ତ୍ତାର ଉତ୍ସ ବା ମୂଳର ସନ୍ଧାନ ନେବାକୁ ପଡ଼ିବ।

ଭାରତରେ ପ୍ରାୟ ୪୦୦ ନିୟୁତ ବ୍ୟବହାରକାରୀ ଥିବା ‘ହ୍ବାଟ୍‌ସ୍‌ଆପ୍‌’ ଏକ ବିବୃତିରେ କହିଛି, ଚାଟ୍‌ର ଉତ୍ସ ଚିହ୍ନଟ ପାଇଁ କୁହାଯିବା ଅର୍ଥ ‘ହ୍ବାଟ୍‌ସ୍‌ଆପ୍‌’ରେ ପ୍ରେରିତ ପ୍ରତିଟି ବାର୍ତ୍ତାର ରେକର୍ଡ ରଖିବା। ଏହାଦ୍ବାରା ଜନତାଙ୍କର ‘ଗୋପନୀୟତା ଅଧିକାର’ ଉଲ୍ଲଂଘନ ହେବ।

publive-image Image Courtesy of India Today

‘ହ୍ବାଟ୍‌ସ୍‌ଆପ୍‌’ର ଜଣେ ମୁଖପାତ୍ର କହିଛନ୍ତି, ‘ଗୋପନୀୟତା ଅଧିକାର’ ଉଲ୍ଲଂଘନ ସଂକ୍ରାନ୍ତରେ ଆମେ ସମଗ୍ର ବିଶ୍ବର ‘ସିଭିଲ୍‌ ସୋସାଇଟି’ ଏବଂ ବିଶେଷଜ୍ଞମାନଙ୍କ ପରାମର୍ଶ କରିଛୁ। ଭାରତ ସରକାରଙ୍କ ସହ ମଧ୍ୟ ଆଲୋଚନା କରିଛୁ।

‘ନୂଆ ଡିଜିଟାଲ୍‌ ନିୟମାବଳି’ରୁ ଗୋଟିଏ ନିୟମ ଭାରତୀୟ ସମ୍ବିଧାନରେ ଜନତାଙ୍କୁ ମିଳିଥିବା ‘ଗୋପନୀୟତା ଅଧିକାର’ ଉଲ୍ଲଂଘନ କରୁଛି ବୋଲି ଘୋଷଣା କରିବା ଲାଗି ଦାଏର ହୋଇଥିବା ପିଟିସନ୍‌ରେ ‘ହ୍ବାଟ୍‌ସ୍‌ଆପ୍‌’ ଦିଲ୍ଲୀ ହାଇକୋର୍ଟଙ୍କୁ ଅନୁରୋଧ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe