ହ୍ଵାଟସ୍‌ଆପ୍‌ରେ ଅଶ୍ଳୀଳ ଗ୍ରୁପ୍‌ କରି ସେଥିରେ ମହିଳାଙ୍କୁ ସାମିଲ କରିବା ସହ ଅଶ୍ଳୀଳ ଫଟୋ ପଠାଇବା ଅଭିଯୋଗରେ ଗ୍ରୁପ୍‌ର ଆଡ୍‌ମିନିଷ୍ଟ୍ରେଟର ଗିରଫ

ହ୍ଵାଟ୍ସଆପରେ ନୂଆ ସୁରକ୍ଷା ବ୍ୟବସ୍ଥା, ଏଣିକି ଫିଙ୍ଗରପ୍ରିଣ୍ଟରେ ଖୋଲିବ

ମୁମ୍ବାଇ: ହ୍ଵାଟସ୍‌ଆପ୍‌ରେ ଏକ ଅଶ୍ଳୀଳ ଗ୍ରୁପ୍‌ ତିଆରି କରି ସେଥିରେ ଜନୈକା ମହିଳାଙ୍କ ବିନା ଅନୁମତିରେ ତାଙ୍କର ମୋବାଇଲ ନମ୍ବରକୁ ସାମିଲ କରିବା ଓ ସେଥିରେ ଅଶ୍ଳୀଳ ବାର୍ତ୍ତା ସହ ଅଶ୍ଳୀଳ ଫଟୋ ପଠାଇବା ସଂପୃକ୍ତ ହ୍ଵାଟସଆପ୍‌ ଗ୍ରୁପ୍‌ର ଆଡ୍‌ମିନିଷ୍ଟ୍ରେଟରଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଏହି ଅପରାଧରେ ମୁମ୍ବାଇ ପୁଲିସ୍‌ ତାଙ୍କୁ ଗିରଫ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ସଂପୃକ୍ତ ଯୁବକଙ୍କ ନାମ ମୁସ୍ତାକ ଅଲ୍ଲୀ ଶେଖ୍‌ (୨୪) ଏବଂ ତାଙ୍କ ଘର ପଶ୍ଚିମବଙ୍ଗଳାରେ ବୋଲି ଜାଣିବାକୁ ମିଳିଛି। ମୁମ୍ବାଇ ପୁଲିସ୍‌ ଏପରି ଅପରାଧରେ କୌଣସି ହ୍ଵାଟସଆପ୍‌ ଗ୍ରୁପ୍‌ର ଆଡ୍‌ମିନିଷ୍ଟ୍ରେଟରଙ୍କୁ ଗିରଫ କରିବା ପ୍ରଥମ ଘଟଣା ଥିବା କୁହାଯାଉଛି।

ମୁମ୍ବାଇ ପୁଲିସ୍‌ ସୂତ୍ରରୁ ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ମାତୁଙ୍ଗା ଅଞ୍ଚଳରେ ରହୁଥିବା ଜନୈକା ବିବାହିତ ମହିଳା ହଠାତ ଦିନେ ସକାଳେ ଦେଖିଲେ ଯେ ତାଙ୍କର ଫୋନ୍‌ର ହ୍ଵାଟସ୍‌ଅପ୍‌ରେ ‘ଟ୍ରିପଲXXX’ ନାମରେ ଏକ ଗ୍ରୁପ୍‌ ତିଆରି ହୋଇଛି। ପ୍ରଥମେ ଏହାକୁ ଏତେ ଗୁରୁତ୍ୱ ଦେଇ ନଥିଲେ। ମାତ୍ର କିଛିଦିନ ପରେ ଏହି ଗ୍ରୁପ୍‌କୁ ଅଶ୍ଳୀଳ ବାର୍ତ୍ତା ସହ ଅଶ୍ଳୀଳ ଫଟୋର ସୁଅ ଛୁଟିବାକୁ ଲାଗିଥିଲା। ଏଘଟଣାରେ ଅପଦସ୍ତ ହୋଇ ମହିଳା ଜଣକ ଯେତେବେଳେ ସେ ଗ୍ରୁପ୍‌ର ମେମ୍ବର ତାଲିକା ଖୋଲିଲେ ସେ ଦେଖିବାକ୍‌ୁ ପାଇଲେ ଯେ ସେଥିରେ ୧୨ ଜଣ ସଦସ୍ୟ ଅଛନ୍ତି, ଯେଉଁମାନଙ୍କୁ କି ସେ ଆଦୌ ଚିହ୍ନନ୍ତି ନାହିଁ। ପରେ ମହିଳା ଜଣକ ଯେତେବେଳେ ଯାଇ ଘଟଣା ସଂପର୍କରେ ମାତୁଙ୍ଗା ଥାନାରେ ଅଭିଯୋଗ କଲେ ସେତେବେଳେ ପୁଲିସ୍‌ ଏହି ଘଟଣାର ତଦନ୍ତ କରି ହ୍ଵାଟସଆପ୍‌ ଗ୍ରୁପ୍‌ର ଆଡ୍‌ମିନିଷ୍ଟ୍ରେଟର ମୁସ୍ତାକ ଅଲ୍ଲୀ ଶେଖ୍‌ଙ୍କୁ ଗିରଫ କରିଥିଲା। ଏବେବି ପୁଲିସ୍‌ ପକ୍ଷରୁ ଏହି ଘଟଣାର ତଦନ୍ତ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe