ଗତବର୍ଷ ୨୦୦୦ ଡଲାର୍‌ରେ ବିକ୍ରୟ ହୋଇଥିଲା ଚାର୍ଲସ୍‌ ଓ ଡାଏନାଙ୍କ ବିବାହ ବେଳର ଖଣ୍ଡେ କେକ୍‌

Advertisment
ଗତବର୍ଷ ୨୦୦୦ ଡଲାର୍‌ରେ ବିକ୍ରୟ ହୋଇଥିଲା ଚାର୍ଲସ୍‌ ଓ ଡାଏନାଙ୍କ ବିବାହ ବେଳର ଖଣ୍ଡେ କେକ୍‌

Image Courtesy of CNBC

ନୂଆଦିଲ୍ଲୀ: ଗତବର୍ଷ ଜଣେ ରାଜଭକ୍ତ ୧,୮୫୦ ପାଉଣ୍ଡ ବା ୨,୫୬୫ ଡଲାର୍‌ ବିନିମୟରେ ଯୁବରାଜ ଚାର୍ଲସ୍‌ ଓ ଯୁବରାଣୀ ଡାଏନାଙ୍କ ବିବାହ ବେଳର ଚେନାଏ (ଖଣ୍ଡେ) କେକ୍‌ ନିଲାମ ଧରିଥିଲେ।

ସୂଚନାଯୋଗ୍ୟ, ୧୯୮୧ ଜୁଲାଇ ୨୯ରେ ଯୁବରାଜ ଚାର୍ଲସ୍‌ ଲେଡି ଡାଏନା ସ୍ପେନ୍‌ସର୍‌ଙ୍କୁ ବିବାହ କରିଥିଲେ। ସେମାନଙ୍କ ବିବାହ ଉପଲକ୍ଷେ କେତେକ କମ୍ପାନି ୨୦ ଊର୍ଦ୍ଧ୍ବ ‘ବିବାହ କେକ୍‌’ ଯୋଗାଇ ଦେଇଥିଲେ। ବିବାହାର ୧୧ ବର୍ଷ ପରେ ୧୯୯୨ରେ ଚାର୍ଲସ୍‌ ଓ ଡାଏନା ପୃଥକ୍‌ ହୋଇଯାଇଥିଲେ ଏବଂ ପରିଶେଷରେ ୧୯୯୬ରେ ଛାଡ଼ପତ୍ର ଦିଆନିଆ ହୋଇଥିଲେ।

୧୯୯୭ରେ ପ୍ୟାରିସ୍‌ରେ ଏକ କାର୍‌ ଦୁର୍ଘଟଣାରେ ଡାଏନା ପ୍ରାଣ ହରାଇଥିଲେ।

publive-image Image Courtesy of USA Today

ସେ ସମୟରୁ ସଂରକ୍ଷିତ ଥିବା ଉକ୍ତ କେକ୍‌ର ଟୁକୁଡ଼ାଟିକୁ ପ୍ରାୟ ୪୦ ବର୍ଷ ପରେ ନିଲାମ କରାଯାଇଥିଲା।

ସେତେବେଳେ ଉକ୍ତ କେକ୍‌ ଖଣ୍ଡକ ମୋୟା ସ୍ମିଥ୍‌ ନାମରେ ଜଣେ ରାଜ କର୍ମଚାରୀଙ୍କ ଭାଗରେ ପଡ଼ିଥିଲା। ୧୯୮୧ ମସିହା ଜୁଲାଇ ୨୯ ତାରିଖ ଦିନ ସେ ଉକ୍ତ କେକ୍‌ ଖଣ୍ଡିକୁ ସଂରକ୍ଷିତ କରି ରଖିଥିଲେ। ଉକ୍ତ କେକ୍‌ରେ ଲଗାଯାଇଥିବା ‘ଆଇସିଙ୍ଗ୍‌’ରେ ରାଜକୀୟ କୋଟ୍‌ର ଅସ୍ତିନ୍‌ରେ (ହାତ) ଥିବା ସୁନେଲୀ, ଲାଲ୍‌, ନୀଳ ଓ ରୁପେଲୀ ରଙ୍ଗର ଡିଜାଇନ୍‌ କରାଯାଇଥିଲା।

ନିଧାର୍ଯ୍ୟ ଦର ୩୦୦ରୁ ୫୦୦ ପାଉଣ୍ଡ୍‌ ବିନିମୟରେ ‘ଗେରି ଲେଟନ୍‌’ ଏହି କେକ୍‌ଖଣ୍ଡକୁ କେତେ ଥର ଖରିଦ କରିଥିଲେ।

ସେ କହିଛନ୍ତି, ମୁଁ ଭାବିଥିଲି ଏଇ କେକ୍‌ଖଣ୍ଡିକୁ ମୁଁ ମୋ ଇଷ୍ଟେଟ୍‌ରେ ରଖିବି। ମୋ ଅନ୍ତେ ତାହା ଦାତବ୍ୟ କାର୍ଯ୍ୟ ପାଇଁ ନିଲାମ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe