ଗଣ ଆତ୍ମହତ୍ୟା ନୂଆ ନୁହେଁ; ଏକକାଳୀନ ୯୧୩ ଜଣ ଆତ୍ମହତ୍ୟା କରିଥିବାର ମଧ୍ୟ ଦୃଷ୍ଟାନ୍ତ ରହିଛି!

Advertisment
ଗଣ ଆତ୍ମହତ୍ୟା ନୂଆ ନୁହେଁ; ଏକକାଳୀନ ୯୧୩ ଜଣ ଆତ୍ମହତ୍ୟା କରିଥିବାର ମଧ୍ୟ ଦୃଷ୍ଟାନ୍ତ ରହିଛି!

ନୂଆଦିଲ୍ଲୀ: ଉତ୍ତର ଦିଲ୍ଲୀର ବୁରାଡ଼ି ଅଞ୍ଚଳରେ ଏକ ସଙ୍ଗରେ ଗୋଟିଏ ପରିବାରର ସମସ୍ତ ୧୧ ଜଣ ଗଣ ଆତ୍ମହତ୍ୟା କରିବା ଘଟଣାକୁ ନେଇ ଦେଶବ୍ୟାପି ଆଲୋଡ଼ନ ସୃଷ୍ଟି ହୋଇଛି। କିନ୍ତୁ ଆମେ ଯଦି ଇତିହାସ ଉପରେ ନଜର ପକାଇବା ତେବେ ଜଣାପଡ଼ିବ ଏହା କୌଣସି ନୂଆ ଘଟଣା ନୁହେଁ; ଏହା ପୂର୍ବରୁ ମଧ୍ୟ ବିଶ୍ୱର ଅନେକ ସ୍ଥାନରେ ଏପରି ବା ଏହାଠାରୁ ବହୁ ଗୁଣରେ ଅଧିକ ଗଣ ଆତ୍ମହତ୍ୟା ଘଟଣାମାନ ଘଟିଛି।

ଇତିହାସ ପ୍ରତି ସିଂହାବଲୋକନ କଲେ ଜଣାଯାଏ, ସବୁଠାରୁ ଭୟାନକ ଆତ୍ମହତ୍ୟା ଘଟଣା ଆଜିଠାରୁ ୪୦ ବର୍ଷ ତଳେ ଘଟିଥିଲା ଦକ୍ଷିଣ ଆମେରିକା ଅଞ୍ଚଳରେ। ୧୯୭୩ ମସିହାରେ ଏକାଥରକେ ୯୧୩ ଜଣ ବିଷ ପାନକରି ଆତ୍ମହତ୍ୟା କରିଥିଲେ। ଏମାନଙ୍କ ମଧ୍ୟରେ ୨୭୬ ଜଣ ଶିଶୁ ଥିଲେ। ଗୋଟିଏ ଧାର୍ମିକ ସଂସ୍ଥା ସେବାମୂଳକ କାର୍ଯ୍ୟ ପାଇଁ ନିଜ ଆଶ୍ରମରେ ଶତାଧିକ ଜନସାଧାରଣଙ୍କୁ ନିଜ ଆଶ୍ରମରେ ରଖିଥିଲେ। ହେଲେ, କୌଣସି ଏକ କାରଣକୁ ନେଇ ସେଠାରେ ଜଣେ ଜନ ପ୍ରତିନିଧିଙ୍କୁ ମାରିଦିଆ ଯାଇଥିଲା। ପରେ ସେଠାରେ ଥିବା ସ୍ଥାନୀୟ ଲୋକମାନେ ଟଳି ପଡିଥିଲେ। ପରେ ଏହାକୁ ନେଇ ବିବାଦ ମଧ୍ୟ ଲାଗି ରହିଥିଲା। ଏହା ସେତେବେଳେ ଜଣାପଡ଼ି ନଥିଲା କି ଏହା ଏକ ଗଣ ହତ୍ୟା କି ଆତ୍ମହତ୍ୟା ଥିଲା।
୧୯୯୭ ମସିହାରେ କାଲିଫର୍ଣ୍ଣିଆରେ ଏକାଥରକେ ୩୯ ଜଣ ଏକା ଭଳି ପୋଷାକ ପରିଧାନ କରି ପ୍ରାଣତ୍ୟାଗ କରିଥିଲେ। ଏହାକୁ ମଧ୍ୟ ଧର୍ମ ନାମରେ ଏକ ଗଣ ଆତ୍ମହତ୍ୟା ବୋଲି କୁହାଯାଉଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜର୍ମାନୀରେ କେତେକ ଲୋକ ବିଶ୍ୱ ଯୁଦ୍ଧର କଷ୍ଟ ସହ ିନପାରି ଆତ୍ମହତ୍ୟା କରିଥିବା ଜଣାଯାଏ। ଏହି ଘଟଣାରେ ୭୦୦ରୁ ଉର୍ଦ୍ଧ୍ୱ ଲୋକ ପ୍ରାଣ ତ୍ୟାଗ କରିଥିଲେ।

publive-image

୧୯୯୪ ମସିହାରେ ସୋଲାରରେ ଏକ ସାଙ୍ଗରେ ୪୮ ଜଣ ପ୍ରାଣ ତ୍ୟାଗ କରଥିଲେ। ତେବେ କୌଣସି ଏକ ଝଗଡ଼ା କାରଣରୁ ଏହି ଘଟଣା ଘଟିଥାଇପାରେ ବୋଲି ସେତେବେଳେ କୁହାଯାଇଥିଲା। ୨୦୦୦ ମସିହାରେ ଉଗାଣ୍ଡାରେ ମଧ୍ୟ ୭୭୮ ଜଣଙ୍କ ଏକକାଳୀନ ମୁତ୍ୟୁ ଘଟିଥିବା ଏକ ରିପୋର୍ଟରୁ ଜଣାପଡ଼େ। ତେବେ ଏହି ଗଣମୁତ୍ୟୁ ଘଟରା ପଛରେ କୌଣସି ଏକ ଧାର୍ମିକ ସଂଗଠନର ହାତ ରହିଥିବା ଜଣାପଡ଼େ।

publive-image

ଓଡିଶାରେ ମଧ୍ୟ ଅନେକ ସମୟରେ ଗଣ ଆତ୍ମହତ୍ୟା ଭଳି ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି। ୨୦୧୭ ମସିହାରେ ରାଜ୍ୟରେ ୪ ଜଣ ସମୂହ ଆତ୍ମହତ୍ୟା କରିଥିବା ଘଟଣା ଦେଖିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe