ବାଂଲାଦେଶରେ ମଧ୍ୟବର୍ତ୍ତୀକାଳୀନ ସରକାର କେବେ ଶପଥ ନେବେ? ମା’ ଶେଖ ହସିନାଙ୍କ ଶରଣ ନେଇ ପୁଅ ବଡ଼ ମନ୍ତବ୍ୟ ଦେଲେ

Advertisment
ବାଂଲାଦେଶରେ ମଧ୍ୟବର୍ତ୍ତୀକାଳୀନ ସରକାର କେବେ ଶପଥ ନେବେ? ମା’ ଶେଖ ହସିନାଙ୍କ ଶରଣ ନେଇ ପୁଅ ବଡ଼ ମନ୍ତବ୍ୟ ଦେଲେ

ଢାକା: ବାଂଲାଦେଶରେ ହିଂସା ଜାରି ରହିଛି। ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଶେଖ ହସିନା ଦେଶ ଛାଡିଥିଲେ। ଏହା ପରେ ନୋବେଲ ପୁରସ୍କାର ବିଜେତା ମହମ୍ମଦ ୟୁନୁସଙ୍କୁ ମଧ୍ୟବର୍ତ୍ତୀକାଳୀନ ସରକାରର ମୁଖ୍ୟ ଭାବରେ ନିଯୁକ୍ତ କରାଯାଇଥିଲା।

ସେନା ମୁଖ୍ୟ ଜେନେରାଲ ୱାକର-ଉଜ-ଜମାନ ଘୋଷଣା କରିଛନ୍ତି ଯେ ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ମଧ୍ୟବର୍ତ୍ତୀକାଳୀନ ସରକାର ଗୁରୁବାର ଦିନ ଶପଥ ଗ୍ରହଣ କରିବେ। ଏହି ସମୟରେ ଶେଖ ହସିନାଙ୍କର ଶରଣ' ଉପରେ ତାଙ୍କ ପୁଅ ଏକ ବଡ ମନ୍ତବ୍ୟ ଦେଇଛନ୍ତି।

ବାଂଲାଦେଶ ସେନା ମୁଖ୍ୟ ଜେନେରାଲ ୱାକର-ଉଜ-ଜମାନ ବୁଧବାର ଘୋଷଣା କରିଛନ୍ତି, ନୋବେଲ ବିଜେତା ପ୍ରଫେସର ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ମଧ୍ୟବର୍ତ୍ତୀକାଳୀନ ସରକାର ଗୁରୁବାର ଦିନ ଶପଥ ଗ୍ରହଣ କରିବେ। ସେ କହିଛନ୍ତି ଶପଥ ଗ୍ରହଣ ସମାରୋହ ରାତି ୮ ଟାରେ ହେବ। ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ପରାମର୍ଶଦାତା ପରିଷଦରେ ୧୫ ଜଣ ସଦସ୍ୟ ରହିବେ। ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ମଙ୍ଗଳବାର ୮୪ ବର୍ଷିୟ ଅର୍ଥନୀତିଜ୍ଞ ମହମ୍ମଦ ୟୁନୁସଙ୍କୁ ମଧ୍ୟବର୍ତ୍ତୀକାଳୀନ ସରକାରର ମୁଖ୍ୟ ଭାବରେ ନିଯୁକ୍ତ କରିଥିଲେ।

ବାଂଲାଦେଶରେ ହିଂସା ଆରମ୍ଭ ହେବା ପରେ ଶେଖ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଭାରତରେ ଶରଣ ନେଇଥିଲେ। ଏ ସମ୍ପର୍କରେ ତାଙ୍କ ପୁଅ ସାଜିବ ୱାଜେଦ କହିଛନ୍ତି ମା’କିଛି ଦିନ ଦିଲ୍ଲୀରେ ରହିବେ। ବର୍ତ୍ତମାନ ତାଙ୍କ ମା’ଶେଖ ହସିନା ଭାରତରେ ସୁରକ୍ଷିତ ଅଛନ୍ତି ଏବଂ ବର୍ତ୍ତମାନ ଅନ୍ୟ ଦେଶକୁ ଯିବାକୁ ତାଙ୍କର କୌଣସି ଯୋଜନା ନାହିଁ। ଏହା ପୂର୍ବରୁ ସେ ଭାରତରୁ ଲଣ୍ଡନ ଯିବେ ବୋଲି ଖବର ଆସିଥିଲା, କିନ୍ତୁ ସେ ବ୍ରିଟେନ ସରକାରଙ୍କଠାରୁ ସବୁଜ ସଙ୍କେତ ପାଇ ନ ଥିଲେ।

ଶପଥ ନେବା ପୂର୍ବରୁ ମହମ୍ମଦ ୟୁନୁସ ଦେଶବାସୀଙ୍କୁ କହିଛନ୍ତି ଦ୍ୱିତୀୟ ବିଜୟ ଦିବସ ହାସଲ କରିଥିବା ସାହସୀ ଛାତ୍ରମାନଙ୍କୁ ମୁଁ ଅଭିନନ୍ଦନ ଜଣାଉଛି। ଛାତ୍ରମାନଙ୍କ ପ୍ରତି ସେମାନଙ୍କର ସମର୍ଥନ ପାଇଁ ମୁଁ ଜନସାଧାରଣଙ୍କୁ ମଧ୍ୟ ଧନ୍ୟବାଦ ଦେଉଛି। ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଶାନ୍ତ ରୁହନ୍ତୁ, ହିଂସା ଠାରୁ ଦୂରେଇ ରୁହନ୍ତୁ ଏବଂ ସମ୍ପତ୍ତି ନଷ୍ଟ ନ କରନ୍ତୁ। ଆମ ଦେଶକୁ ପୁନର୍ନିର୍ମାଣ କରିବା ପାଇଁ ଶାନ୍ତିପୂର୍ଣ୍ଣ ଭାବରେ ମିଳିତ ଭାବରେ କାର୍ଯ୍ୟ କରିବା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe