Virat Kohli-Rohit Sharma: ପୁଣି କେବେ ଦେଖିବାକୁ ମିଳିବ ଅନ୍ତର୍ଜାତୀୟ କ୍ରିକେଟରେ ରୋହିତ, କୋହଲିଙ୍କ ବ୍ୟାଟିଂ ?

Advertisment

ଭାରତ ଓ ନ୍ୟୁଜିଲାଣ୍ଡ ସିରିଜରେ ଭାରତ ପରାଜିତ ହୋଇଥିଲେ ବି ବିରାଟ କୋହଲିଙ୍କ ଚମତ୍କାର ଫର୍ମ ପ୍ରସଂଶକମାନଙ୍କ ମନରେ ଆଶା ସଂଚାର କରିଛି। ଏହି ଶୃଙ୍ଖଳାରେ କୋହଲି ଗୋଟିଏ ଶତକ ସହ ମୋଟ ୨୪୦ ରନ କରିଥିଲେ

ଭାରତ ଓ ନ୍ୟୁଜିଲାଣ୍ଡ ସିରିଜରେ ଭାରତ ପରାଜିତ ହୋଇଥିଲେ ବି ବିରାଟ କୋହଲିଙ୍କ ଚମତ୍କାର ଫର୍ମ ପ୍ରସଂଶକମାନଙ୍କ ମନରେ ଆଶା ସଂଚାର କରିଛି। ଏହି ଶୃଙ୍ଖଳାରେ କୋହଲି ଗୋଟିଏ ଶତକ ସହ ମୋଟ ୨୪୦ ରନ କରିଥିଲେ

New Project (2)

Virat Kohli And Rohit Sharma Photograph: (google)

ମୁମ୍ବାଇ: ଭାରତ ଓ ନ୍ୟୁଜିଲାଣ୍ଡ ସିରିଜରେ ଭାରତ ପରାଜିତ ହୋଇଥିଲେ ବି ବିରାଟ କୋହଲିଙ୍କ ଚମତ୍କାର ଫର୍ମ ପ୍ରସଂଶକମାନଙ୍କ ମନରେ ଆଶା ସଂଚାର କରିଛି। ଏହି ଶୃଙ୍ଖଳାରେ କୋହଲି ଗୋଟିଏ ଶତକ ସହ ମୋଟ ୨୪୦ ରନ କରିଥିଲେ। ପୂର୍ବତନ ଅଧିନାୟକ ରୋହିତ ଶର୍ମା ଏହି ଶୃଙ୍ଖ​ଳାରେ ଭଲ ପ୍ରଦର୍ଶନ କରିନଥିଲେ ବି ତାଙ୍କ ଫର୍ମ ଫେରିବାକୁ କ୍ରିକେଟପ୍ରେମୀ ଅପେକ୍ଷା କରିଛନ୍ତି। ତେବେ ପୁଣି କେବେ କିଙ୍ଗ୍ କୋହଲି ଓ ରୋହିତ ଶର୍ମାଙ୍କ ବ୍ୟାଟିଂ ଦେଖିବାକୁ ମିଳିବ ?

ଆହୁରି ପଢନ୍ତୁ- Gold & Silver Price Hike: ବେଲଗାମ୍ ସୁନା ରୁପା ଦର... ଶୁଣିଲେ ଲାଗୁଛି ଡର: ଜାଣନ୍ତୁ ୧୯ ଦିନରେ କେତେ ବଢିଲା ରେଟ୍ ?

ଅନ୍ତର୍ଜାତୀୟ କ୍ରିକେଟରେ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ବ୍ୟାଟିଂ ଦେଖିବାକୁ ପ୍ରସଂଶକମାନଙ୍କୁ ଆହୁରି ୪ ମାସ ଅପେକ୍ଷା କରିବାକୁ ପଡ଼ିବ। କାରଣ ଉଭୟ ମହାନ ବ୍ୟାଟ୍ସମ୍ୟାନ ଆଉ ଟି-୨୦ ଖେଳୁନାହାନ୍ତି। ଭାରତର ପରବର୍ତ୍ତି ଦିନିକିଆ ସିରିଜ ଜୁଲାଇ ମାସରେ ଖେଳାଯିବ। ଜୁଲାଇରେ ଭାରତୀୟ ଦଳ ଇଂଲାଣ୍ଡ ଗସ୍ତରେ ଯାଇ ୫ଟି ଟ୍ବେଣ୍ଟି-୨୦ ଓ ୩ଟି ଦିନିକିଆ ମ୍ୟାଚ ଖେଳିବ। ପ୍ରଥମ ଦିନିକିଆ ଜୁଲାଇ ୧୪ରେ ବର୍ମିହାମରେ ଖେଳାଯିବ। ଦ୍ବିତୀୟ ଓ ତୃତୀୟ ଦିନିକିଆ ୧୬ ଓ ୧୯ ଯଥାକ୍ରମେ କାର୍ଡିଫ୍ ଓ ଲର୍ଡସରେ ଖେଳାଯିବ। ଏଣୁ ଏହି ଗସ୍ତ ପାଇଁ ଯଦି ରୋହିତ ଓ ବିରାଟଙ୍କୁ ଭାରତୀୟ ଦଳରେ ସାମିଲ କରାଯାଏ, ତେବେ ତାଙ୍କର ବ୍ୟାଟିଂ ଦେଖିବାକୁ ମିଳିବ। ତେବେ ବିରାଟ ଓ ରୋହିତଙ୍କ ପ୍ରସଂଶକମାନେ ଆସନ୍ତା ଆଇପିଏଲରେ ଉଭୟଙ୍କ ବ୍ୟାଟିଂ ଦେଖିପାରିବେ।

ଆହୁରି ପଢନ୍ତୁ- 7Countries Send Troops To Greenland: ଆମେରିକାର ଧମକ ପରେ ଗ୍ରିନଲାଣ୍ଡକୁ ସେନା ପଠାଇଲେ ୭ଟି ଦେଶ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe