ଟଙ୍କା ଗଲା କୁଆଡ଼େ ? ନଗଦ ନ ମିଳିଥିଲେ ବି କାହିଁକି କରାଯାଇଛି ଗିରଫଦାରୀ: ଆତିଶୀ ମାର୍ଲେନାଙ୍କ ପ୍ରଶ୍ନ

ଟଙ୍କା ଗଲା କୁଆଡ଼େ ? ନଗଦ ନ ମିଳିଥିଲେ ବି କାହିଁକି କରାଯାଇଛି ଗିରଫଦାରୀ: ଆତିଶୀ ମାର୍ଲେନାଙ୍କ ପ୍ରଶ୍ନ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫ ନେଇ ମନ୍ତ୍ରୀ ଆତିଶୀ ମାର୍ଲେନା ଏଭଳି କାର୍ଯ୍ୟାନୁଷ୍ଠାନକୁ କଡ଼ା ସମାଲୋଚନା କରିବା ସହିତ ଏହାକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି ଦିଲ୍ଲୀ ମଦ ଦୁର୍ନୀତି ନେଇ ଏପର୍ଯ୍ୟନ୍ତ ଆମ୍ ଆଦମୀ ପାର୍ଟି(ଏଏପି)ର କୌଣସି ନେତାଙ୍କ ପାଖରୁ କିଛି ନଗଦ ଜବତ ହୋଇନାହିଁ। ଜଣେ ବ୍ୟକ୍ତି ଶରତଚନ୍ଦ୍ର ରେଡ୍ଡୀଙ୍କ ବୟାନ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରିବା ଲୋକସଭା ନିର୍ବାଚନ ପୂର୍ବରୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ସେ ଅଭିଯୋଗ କରିଛନ୍ତି।

୨୦୨୨ ନଭେମ୍ବର ୯ରେ ଶରତଚନ୍ଦ୍ରଙ୍କୁ ପଚରା ଉଚରା ପାଇଁ ଇଡ଼ି ପକ୍ଷରୁ ଡକାଯାଇଥିଲା। ସେ ଅରବିନ୍ଦ ଫାର୍ମା ଲିମିଟେଡ୍ ର ମାଲିକ। ସେ ସ୍ପଷ୍ଟ ଭାବେ କହିଥିଲେ ଯେ, ସେ କେବେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଭେଟି ନାହାନ୍ତି। ଏଏପି ସହିତ ତାଙ୍କର କୌଣସି ସମ୍ପର୍କ ନ ଥିବା ସେ କହିଥିଲେ। ସେ ଏଭଳି କହିଲେ ମଧ୍ୟ ତାଙ୍କୁ ଏହାର ପରଦିନ ଗିରଫ କରାଯାଇଥିଲା। କିଛି ମାସ ଜେଲରେ ରହିବା ପରେ ସେ ଚାପରେ ନିଜର ବୟାନ ବଦଳାଇ ଦେଇଥିଲେ। ସେ ପରିବର୍ତ୍ତିତ ବୟାନରେ କହିଥିଲେ ମୁଁ କେଜ୍ରିୱାଲଙ୍କୁ ଭେଟି ଉତ୍ପାଦ ନୀତି ପ୍ରସଙ୍ଗରେ ଆଲୋଚନା କରିଥିଲି। ସେ ଏହା କହିବା ମାତ୍ରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଥିଲା। କିନ୍ତୁ ଟଙ୍କା କେଉଁଠି ? ଟଙ୍କାର ମନି ଟ୍ରେଲ କୁଆଡ଼େ ଗଲା? ନଗଦ ନ ମିଳିଲେ ବି କାହିଁକି ଗିରଫଦାରୀ କରାଯାଇଛି ବୋଲି ଆତିଶୀ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe