ଆପଣଙ୍କ ରାଜଧର୍ମ କୁଆଡେ ଗଲା: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଖଡ୍‌ଗେଙ୍କ ପ୍ରଶ୍ନ

ପ୍ରଧାନମନ୍ତ୍ରୀ ମୋଦୀଙ୍କ ମଣିପୁର ଗସ୍ତ ନେଇ କଂଗ୍ରେସ ଅଧ୍ୟକ୍ଷ ଖଡ୍‌ଗେ ଏହାକୁ ଏକ ପ୍ରହସନ ବୋଲି କହିଛନ୍ତି। ସେ କହିଛନ୍ତି, ୮୬୪ ଦିନ ଧରି ଜଳୁଥିବା ରାଜ୍ୟରେ ପ୍ରଧାନମନ୍ତ୍ରୀଙ୍କ ତିନି ଘଣ୍ଟାର 'ପିଟ୍ ଷ୍ଟପ୍' ଲୋକଙ୍କ କ୍ଷତ ଉପରେ ଲୁଣ ବୋଳିବା ଭଳି...

Where has your Rajdharma gone: Kharge's question to PM Modi

Where has your Rajdharma gone: Kharge's question to PM Modi

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଣିପୁର ଗସ୍ତ ରାଜ୍ୟ ସହିତ ସମଗ୍ର ଦେଶର ରାଜନୀତିକୁ ଉଷ୍ମ କରିଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ପ୍ରଧାନମନ୍ତ୍ରୀଙ୍କୂ ଏନେଇ କଡ଼ା ସମାଲୋଚନା  କରିଛନ୍ତି। ସେ ଏହାକୁ  "ପିଟ୍ ଷ୍ଟପ୍" ବୋଲି କହିଛନ୍ତି। ସେ କହିଛନ୍ତି ଯେ, ଏହି ତିନି ଘଣ୍ଟାର ଗସ୍ତ ସମବେଦନା ପ୍ରକାଶ କରିବା ପରିବର୍ତ୍ତେ ପୀଡିତ ଲୋକଙ୍କ କ୍ଷତ ଉପରେ ଲୁଣ ବୋଳିବା ଭଳି। ଖଡ୍‌ଗେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପଚାରିଛନ୍ତି, ଆପଣଙ୍କର ରାଜଧର୍ମ କୁଆଡେ ଗଲା?

ସେ ଅଭିଯୋଗ କରିଛନ୍ତି ଯେ, ଇମ୍ଫାଲ ଏବଂ ଚୁରାଚାନ୍ଦପୁରରେ ପ୍ରଧାନମନ୍ତ୍ରୀଙ୍କ ରୋଡ୍ ସୋ, ରିଲିଫ୍ ଶିବିରରେ ରହୁଥିବା ଲୋକଙ୍କ କଥା ଶୁଣିବା ଏଡାଇବାର ଏକ  ଯୋଜନା ଥିଲା। ସେ କହିଛନ୍ତି, ମଣିପୁର ୮୬୪ ଦିନ ଧରି ହିଂସାର ନିଆଁରେ ଜଳୁଛି। ପ୍ରାୟ ୩୦୦ ଲୋକ ପ୍ରାଣ ହରାଇଛନ୍ତି, ୬୭ ହଜାରରୁ ଅଧିକ ଲୋକ ବାସହୀନ ହୋଇଛନ୍ତି ଏବଂ ୧,୫୦୦ରୁ ଅଧିକ ଆହତ ହୋଇଛନ୍ତି।

କଂଗ୍ରେସ ଅଧ୍ୟକ୍ଷ କହିଛନ୍ତି, ପ୍ରଧାନମନ୍ତ୍ରୀ ଏହି ସମୟ ମଧ୍ୟରେ ୪୬ ଥର ବିଦେଶ ଗସ୍ତ କରିଛନ୍ତି। କିନ୍ତୁ ସେ ନିଜ ଦେଶର ନାଗରିକଙ୍କୁ ଭେଟି ସେମାନଙ୍କ ପ୍ରତି ସମବେଦନା ଜଣାଇବା ପାଇଁ ସମୟ ବାହାର କରିପାରି ନାହାନ୍ତି। ସେ ଏହା ମଧ୍ୟ ମନେ ପକାଇ ଦେଇଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଶେଷ ମଣିପୁର ଗସ୍ତ ଜାନୁଆରୀ ୨୦୨୨ ରେ ହୋଇଥିଲା ଏବଂ ତାହା ମଧ୍ୟ ନିର୍ବାଚନ ପ୍ରଚାର ପାଇଁ ଥିଲା ବୋଲି ସେ କହିଛନ୍ତି।

ଖଡ୍‌ଗେ ମଣିପୁର ହିଂସା ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି। ସେ କହିଛନ୍ତି, "ଡବଲ ଇଞ୍ଜିନ ସରକାର" ନିରୀହ ଲୋକଙ୍କ ଜୀବନ ନଷ୍ଟ କରିଛନ୍ତି।  ଏବେ ହିଂସାକୁ ଘୋଡାଇବା ପାଇଁ ରାଷ୍ଟ୍ରପତି ଶାସନ ଲାଗୁ କରାଯାଉଛି। ଆଇନ ଶୃଙ୍ଖଳା ବଜାୟ ରଖିବା ବିଜେପିର ଦାୟିତ୍ୱ, କିନ୍ତୁ ସରକାର ଲଗାତାର ଟାଳଟୁଳ ନୀତି ଅବଲମ୍ବନ କରିଛନ୍ତି।

ଜାତୀୟ ସୁରକ୍ଷା ଏବଂ ସୀମା ପରିଚାଳନା ଉପରେ ପ୍ରଶ୍ନ ଉଠାଇ ଖଡ୍‌ଗେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୁଦ୍ଧରେ ଅପାରଗତା ଅଭିଯୋଗ ଆଶିଛନ୍ତି। ଉଭୟେ ଜାଶିଶୁଣି ଏଭଳି କରିଥିବା ସେ କହିଛନ୍ତି। ଜାତୀୟ ସୁରକ୍ଷା ଏବଂ ସୀମା ଉପରେ ନଜର ରଖିବା କେନ୍ଦ୍ର ସରକାରଙ୍କ କାମ। ଏହା ସତ୍ତ୍ୱେ, ମଣିପୁରର ପରିସ୍ଥିତି ଏପର୍ଯ୍ୟନ୍ତ ନିୟନ୍ତ୍ରଣ ବାହାରେ ଅଛି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ପ୍ରାୟଶ୍ଚିତ କିମ୍ବା ଅପରାଧବୋଧ ନୁହେଁ, ବରଂ  ଏହା ରାଜ୍ୟର ଲୋକଙ୍କ ଦୁଃଖ ଉପରେ ଏକ ଉପହାସ।

ଖଡ୍‌ଗେ  ପ୍ରଧାନମନ୍ତ୍ରୀଙ୍କୁ ସିଧାସଳଖ ପ୍ରଶ୍ନ ପଚାରିଛନ୍ତି, ଆପଣଙ୍କ ନିଜ ଭାଷାରେ, ଆପଣଙ୍କର ରାଜଧର୍ମ କୁଆଡେ ଗଲା କୁହନ୍ତୁ? ଏହା ସହିତ କଂଗ୍ରେସ ଅଭିଯୋଗ କରିଛି, ପ୍ରଧାନମନ୍ତ୍ରୀ ଭବ୍ୟ ସ୍ୱାଗତ ସମାରୋହରେ ବ୍ୟସ୍ତ ଅଛନ୍ତି। ଯେତେବେଳେ କି ମଣିପୁରର ଲୋକମାନେ ଏବେ ବି ହିଂସା ଏବଂ ଅସୁରକ୍ଷିତ ସ୍ଥିତି ମଧ୍ୟରେ ବଞ୍ଚିବାକୁ ବାଧ୍ୟ ହେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe