ଡୋମିନିକା, ଆଣ୍ଟିଗୁଆ କର୍ତ୍ତୃପକ୍ଷଙ୍କୁ ସମାଲୋଚନା କରି ମେହୁଲ ଚୋକ୍‌ସିଙ୍କ ପତ୍ନୀ ପଚାରିଲେ, ବାର୍ବରା ଜାରାବିକା କାହିଁ?

ଡୋମିନିକା, ଆଣ୍ଟିଗୁଆ କର୍ତ୍ତୃପକ୍ଷଙ୍କୁ ସମାଲୋଚନା କରି ମେହୁଲ ଚୋକ୍‌ସିଙ୍କ ପତ୍ନୀ ପଚାରିଲେ, ବାର୍ବରା ଜାରାବିକା କାହିଁ?

Mehul and Priti: Image Courtesy of Latest in Bollywood

ନୂଆଦିଲ୍ଲୀ: ମାମଲା ପରିଚାଳନାରେ ଅବ୍ୟବସ୍ଥା କାରଣରୁ ଡୋମିନିକା ଓ ଆଣ୍ଟିଗୁଆ ସରକାରୀ କର୍ତ୍ତୃପକ୍ଷଙ୍କୁ ସମାଲୋଚନା କରି ପ୍ରଥମ ଥର ପାଇଁ ମେହୁଲ ଚୋକ୍‌ସିଙ୍କ ପତ୍ନୀ ପ୍ରୀତି ଚୋକ୍‌ସି ରହସ୍ୟମୟୀ ମହିଳା ବାର୍ବରା ଜାରାବିକା ନିରୁଦ୍ଦିଷ୍ଟ ହେବା କଥାରେ ସନ୍ଦେହ କରି ସେ କାହିଁ ବୋଲି ପଚାରିଛନ୍ତି।

ଗଣମାଧ୍ୟମ ‘ୱିଅନ୍‌’ ସହ ସାକ୍ଷାତ୍‌କାର ବେଳେ ପ୍ରୀତି କହିଛନ୍ତି, ବାର୍ବରା ବୋଲି କୁହାଯାଉଥିବା ଯେଉଁ ନାରୀଙ୍କର ଫଟୋ ପ୍ରସାରିତ ହେଉଛି ତାହା ଅସଲି ନୁହେଁ। ଏବେ ସେ କେଉଁଠି, କ’ଣ‌ କେହି ଜାଣନ୍ତି ନାହିଁ? ଯଦି କିଛି ଅପରାଧ ଘଟିଥିବା ସେ ଦେଖିଛି। ସେ କିଛି କହୁନାହିଁ କାହିଁକି? ତାକୁ କେହି ଚିହ୍ନନ୍ତି ନାହିଁ। କେହି ତା’ର ପତ୍ତା ପାଉନାହାନ୍ତି।

ବାର୍ବରା କିଏ ବ‌ୋଲି ପଚରାଯିବାରୁ ଶ୍ରୀମତୀ ଚୋକ୍‌ସି ବୁଝାଇ କହିଲେ, ଗୃହନବିକରଣ କାର୍ଯ୍ୟ କରନ୍ତି ବୋଲି ସେ (ବାର୍ବରା) ଦାବି କରୁଛନ୍ତି। ସେ ଦୁଇ ତିନି ଥର ଆଣ୍ଟିଗୁଆକୁ ଆସିଛନ୍ତି। ଗତ ଅଗଷ୍ଟ, ଏପ୍ରିଲ୍‌ ଓ ମେ ମାସରେ ସେ ଆଣ୍ଟିଗୁଆ ଆସିଥିଲେ। କିନ୍ତୁ ମୁଁ ତାଙ୍କୁ କେବେ ଦେଖିନାହିଁ।

publive-image Barbara: Image Courtesy of DNA India

ସ୍ବାମୀ ମେହୁଲଙ୍କ ସହ ଶ୍ରୀମତୀ ଚୋକ୍‌ସି କଥାବାର୍ତ୍ତା କରିଥିବା କଥା ସୁନିଶ୍ଚିତ କରି ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କୁ (ମେହୁଲ) ନିର୍ଯାତନା ଦିଆଯାଇଥିବାରୁ ତାଙ୍କ ଶରୀରରେ ଅନେକ କ୍ଷତ ହୋଇଛି। ସେ ମାନସିକ ସ୍ତରରେ ମଧ୍ୟ ଖୁବ୍‌ ନିର୍ଯାତିତ ହୋଇଛନ୍ତି। ଆଇନ ଅନୁସାରେ ତାଙ୍କୁ ତାଙ୍କ ଦେଶ ଆଣ୍ଟିଗୁଆ ଓ ବାରବୁଡ଼ାକୁ ପଠାଇଦିଆଯିବା କଥା।

ସେପଟେ ମେହୁଲ୍ ଦାଏର କରିଥିବା ‘ହେବିୟସ୍‌ କର୍ପସ୍‌’ ଆବେଦନର ଶୁଣାଣି କରୁଥିବା ଡୋମିନିକା ହାଇକୋର୍ଟ ଉକ୍ତ ମାମଲାକୁ ଗୁରୁବାର ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe