ଡେରାଡୁନ: ସବୁ କିଛି ଠିକଠାକ୍ ଥିଲା । ମଙ୍ଗଳବାର ଦିନ ଗୋଟାଏ ପୂର୍ବରୁ ସବୁ ସ୍ବାଭାବିକ ଥିଲା । ଗାଁରେ ଲୋକେ ନିଜ ଜୀବନରେ ନିଜେ ବ୍ୟସ୍ତ ଥିଲେ । ବଜାରରେ କିଣାବିକା ଚାଲିଥିଲା । ହୋଟେଲରେ ଖାଦ୍ୟ ରନ୍ଧା ହେଉଥିଲା, ପର୍ଯ୍ଯଟକ ଆସୁଥିଲେ ଯାଉଥିଲେ.. ମନ୍ଦିରରେ ପୂଜା ଚାଲିଥିଲା.. ସବୁ ଠିକ୍ ଥିଲା.. ହେଲେ ଠିକ୍ ଦିନ ୧ଟା ୪୫ ବେଳକୁ ସବୁ କିଛି ବଦଳିଗଲା । ପାଗ ହଠାତ୍ ବଦଳିଗଲା । ବାଦଲ ଫଟା ବର୍ଷା ବିପର୍ଯ୍ୟୟ ଆଣିଲା । ପୂରା ଗାଁ ଉପରେ କାଦୁଅ ମିଶା ପାହାଡ ପାଣି ମାଡିଗଲା । ଗାଁ ହଜିଗଲା. ବଜାର ଧୋଇଗଲା, ରାସ୍ତା ଧୋଇଗଲା, ବ୍ରିଜ୍ ଉଭେଇଗଲା, ହୋଟେଲ, ମନ୍ଦିର, ଘର ସବୁ ପାଣିର ଆଁରେ ପଶି ମାଟିରେ ମିଶିଗଲା । 

Advertisment

ହଁ ଆଜ୍ଞା ଉତ୍ତରାଖଣ୍ଡ ଉତ୍ତରକାଶୀର ଧରାଲିରେ ପ୍ରକୃତି ଧ୍ବଂସଲୀଳା ରଚିବା ପରେ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହେଉଛି ଧରାଲିର ପୂର୍ବ ଏବଂ ପରର ଚିତ୍ର । ପୂର୍ବରୁ କେମିତି ଥିଲା ଧରାଲି ଏବଂ ଏବେ ପ୍ରଳୟ ପରେ କେମିତି ଅଛି ଚିତ୍ର ତାହା ସାମ୍ନାକୁ ଆସିବାରେ ଲାଗିଛି । ଦେଖନ୍ତୁ ସେ ଫଟୋ ।

before after

ସେପଟେ ଦେବଭୂମିରେ ପ୍ରଳୟ ପରେ ଏବେ ଧରାଲିକୁ ନେଇ ଭାରି ଚର୍ଚ୍ଚା । ଧରାଲି କେଉଁଠି ଅବସ୍ଥିତ ? ଧରାଲି କେଡ଼େ ବଡ଼ ଗାଁ ? ଧରାଲିରେ କଣ ଅଛି ? ଏସବୁ ଜାଣିବାକୁ ସମସ୍ତେ ଗୁଗୁଲ ସର୍ଚ୍ଚ କରୁଛନ୍ତି ।


ଧରାଲି ଗାଁ କେଉଁଠି ?

dharalai

ଧରାଲି ହେଉଛି ଉତ୍ତରାଖଣ୍ଡ ଉତ୍ତରକାଶୀ ଜିଲ୍ଲାରେ ଅବସ୍ଥିତ ଏକ ଛୋଟ ପାହାଡି ଗାଁ । ଯାହା ହିମାଳୟର ହର୍ସିଲ ଏବଂ ଗଙ୍ଗୋତ୍ରୀ ମଧ୍ୟରେ ଅବସ୍ଥିତ। କ୍ଷୀରଗଙ୍ଗା ନଦୀ କୂଳରେ ଗାଁଟି ଥିବା ବେଳେ ଉତ୍ତରକାଶୀରୁ ଧରାଲି ଯିବାକୁ ପ୍ରାୟ ୩ ଘଣ୍ଟା ସମୟ ଲାଗେ । ଧରାଲି ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ସେଓ ବଗିଚା ପାଇଁ ପ୍ରସିଦ୍ଧ । ଚାରିଧାମ ଯିବା ବାଟରେ ଧରାଲି ପଡେ । ଆଧ୍ୟାତ୍ମିକ ଏବଂ ପର୍ଯ୍ୟଟନ କ୍ଷେତ୍ର ପାଇଁ ଗାଁଟି ବେଶ ଜଣାଶୁଣା ଥିବା ବେଳେ ଜନସଂଖ୍ୟା ୫୦୦ରୁ ଅଧିକ ।

ଅଧିକ ପଢନ୍ତୁ-

ମୃତ୍ୟୁର ତାଣ୍ଡବଲୀଳା ପରେ ଧକେଇ କାନ୍ଦୁଛି ଧରାଲି: ବିପର୍ଯ୍ୟୟ ଆଁରେ ଗାଁ, ବ୍ରିଜ୍-ବଜାର ଉଭାନ୍...