ଲାଲକିଲ୍ଲାରେ ସରକାର, ଦିଲ୍ଲୀ ସୀମାରେ କୃଷକ: ସେନା ପରେଡକୁ ଟକ୍କର ଦେବ ଟ୍ରାକ୍ଟର ରାଲି

Advertisment
ଲାଲକିଲ୍ଲାରେ ସରକାର, ଦିଲ୍ଲୀ ସୀମାରେ କୃଷକ: ସେନା ପରେଡକୁ ଟକ୍କର ଦେବ ଟ୍ରାକ୍ଟର ରାଲି

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ୩ ଟି କୃଷି ଆଇନକୁ ବିରୋଧ କରି ଚାଷୀମାନେ ଚଳାଇଥିବା ଆନ୍ଦୋଳନ ଆଜି ୫୦ ଦିନରେ ପହଞ୍ଚିଛି । ଆନ୍ଦୋଳନକୁ ୬ ସପ୍ତାହ ବିତିଯାଇଥିଲେ ବି କୃଷକ ଓ ସରକାରଙ୍କ ମଧ୍ୟରେ କୌଣସି ଗୋଟିଏ କଥାକୁ ନେଇ ସହମତି ହୋଇପାରି ନାହିଁ । ଆନ୍ଦୋଳନରତ କୃଷକମାନଙ୍କ ଠାରୁ ସୂଚନା ମିଳିଛି କି ଜାନୁଆରି ୨୬ରେ କୃଷକମାନେ ଲାଲକିଲ୍ଲା ନୁହେଁ ଦିଲ୍ଲୀ ସୀମାରେ ଟ୍ରାକ୍ଟର ରାଲି କରିବେ ।

ଭାରତୀୟ କିଷାନ ୟୁନିୟନର ନେତା ବଲବୀର ସିଂ ରାଜେବାଲ ଆନ୍ଦୋଳନରତ କୃଷକମାନଙ୍କୁ ଏକ ଖୋଲା ଚିଠି ଲେଖି ଜଣାଇଛନ୍ତି କି କେବଳ ହରିଆଣା ନୁହେଁ ଦିଲ୍ଲୀ ସୀମାରେ ବି ଟ୍ରାକ୍ଟର ରାଲି ହେବ । ଲାଲକିଲ୍ଲାରେ କୃଷକମାନେ ଟ୍ରାକ୍ଟର ରାଲି କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ବଲବୀର ସିଂ। ତେବେ ଆନ୍ଦୋଳନ ମଧ୍ୟରେ ସୁପ୍ରିମକୋର୍ଟଙ୍କ କମିଟି ଗଠନ ପ୍ରସ୍ତାବକୁ କୃଷକ ସଂଗଠନମାନେ ବିରୋଧ କରିଛନ୍ତି । ଅନ୍ୟପଟେ ଆସନ୍ତାକାଲି କୃଷକ ସଂଗଠନ ଓ ସରକାରଙ୍କ ମଧ୍ୟରେ ନବମ ଥର ପାଇଁ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବୈଠକରେ ସମାଧାନର ବାଟ ବାହାରିବ ବୋଲି ସରକାର ଆଶା କରୁଛନ୍ତି ।

ଉଲ୍ଲେଖଯୋଗ୍ୟ, ନୂଆ କୃଷି ଆଇନକୁ ନେଇ କେନ୍ଦ୍ର ସରକାର ଏବଂ ଚାଷୀ ସଂଗଠନଗୁଡ଼ିକ ମଧ୍ୟରେ ଚାଲିଥିବା ଆଲୋଚନା ବାରମ୍ବାର ବିଫଳ ହେଉଥିବାରୁ ସ୍ଥାୟୀ ସମାଧାନର ପନ୍ଥା ବାହାର କରିବାକୁ ଯାଇ ସୁପ୍ରିମ କୋର୍ଟ ନୂଆ ଆଇନ ଉପରେ ରୋକ୍ ଲଗାଇଥିଲେ। ଏହାସହିତ ଚାଷୀମାନଙ୍କ ସହିତ ଆଲୋଚନା କରିବା ଲାଗି ୪ ଜଣିଆ ବିଶେଷଜ୍ଞ କମିଟି ଗଠନ କରିଥିଲେ। ଏହି କମିଟି ଦୁଇ ମାସ ମଧ୍ୟରେ ସିଧାସଳଖ ଅଦାଲତକୁ ରିପୋର୍ଟ ପ୍ରଦାନ କରିବ ଏବଂ ୧୦ ଦିନ ମଧ୍ୟରେ କମିଟିର ପ୍ରଥମ ବୈଠକ ହେବ ବୋଲି କୋର୍ଟ କହିଥିଲେ। ହେଲେ ସୁପ୍ରିମକୋର୍ଟଙ୍କ କମିଟି ଗଠନ ପ୍ରସ୍ତାବକୁ ବିରୋଧ କରିବା ସହ ଆନ୍ଦୋଳନ ଆହଚରି ତୀବ୍ର ହେବ ବୋଲି କହିଥିଲେ କୃଷକ ସଂଗଠନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe