ମୋଦୀଙ୍କୁ କିଏ ପସନ୍ଦ କରୁ ବା ନ କରୁ ଅପମାନଜନକ ଭାଷା ବ୍ୟବହାର ଅନୁଚିତ: ଗୁଜରାଟ ହାଇକୋର୍ଟ

Advertisment
ମୋଦୀଙ୍କୁ କିଏ ପସନ୍ଦ କରୁ ବା ନ କରୁ ଅପମାନଜନକ ଭାଷା ବ୍ୟବହାର ଅନୁଚିତ: ଗୁଜରାଟ ହାଇକୋର୍ଟ

Times of India

ଅହମଦାବାଦ: ଫେସ୍‌ବୁକ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କର ସ୍ବର୍ଗତା ମାତା ହୀରାବେନ ମୋଦୀଙ୍କ ପ୍ରତି ଆପତ୍ତିଜନକ ପୋଷ୍ଟ ପଠାଇଥିବା ଜଣେ ବ୍ୟକ୍ତିଙ୍କ ଜାମିନ ଆବେଦନକୁ ଗୁଜରାଟ ହାଇକୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି। ଏକକ-ଜଜ୍ ବେଞ୍ଚର ଜଷ୍ଟିସ ନିରଜାର ଦେଶାଇ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କୁ କିଏ ପସନ୍ଦ କରିବ ବା ନ କରିବ ସେଥିପାଇଁ ସମସ୍ତେ ସ୍ବାଧୀନ। କିନ୍ତୁ ତାଙ୍କ ପ୍ରତି କେହି ଅପମାନଜନକ ମନ୍ତବ୍ୟ ଦେବା ଉଚିତ ନୁହେଁ। ଘଟଣାର ସାମଗ୍ରିକ ବିଚାର କରି କୋର୍ଟ ଏହା ଜାଣିବାକୁ ପାଇଲେ ଯେ ଆବେଦନକାରୀ ଜଣେ ଭାରତୀୟ ନାଗରିକ ଏବଂ ଦେଶର ଶାନ୍ତି ଭଙ୍ଗ କରିବା ପାଇଁ ସେ ସବୁପ୍ରକାର ଉଦ୍ୟମ କରିଛନ୍ତି। ଅଭିଯୁକ୍ତ ଆଫଜଲଭାଇ କସମଭାଇ ଲଖାନି କେବଳ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନୁହେଁ, ତାଙ୍କର ସ୍ବର୍ଗତା ମାଆଙ୍କ ପ୍ରତି ମଧ୍ୟ ଅପମାନକର ମନ୍ତବ୍ୟ ଦେଇଛନ୍ତି।

ସେ ମଧ୍ୟ ତାଙ୍କର ଫେସ୍‌ବୁକ୍‌ ପେଜ୍ ‘ଗୁଜରାଟ ତ୍ରସ୍ତ, ଭାଜପା ମସ୍ତ’ରେ ଅଶ୍ଳୀଳ ଉପାଦାନ ପୋଷ୍ଟ କରିଛନ୍ତି। ସେ ମଧ୍ୟ ପାକିସ୍ତାନ-ସପକ୍ଷବାଦୀ ଓ ଭାରତ-ବିପକ୍ଷବାଦୀ ପୋଷ୍ଟ ସେୟାର କରିଛନ୍ତି ବୋଲି ବେଞ୍ଚ କହିଥିଲେ। ତାଙ୍କର କେତେକ ପୋଷ୍ଟ ଦ୍ବାରା ସାମ୍ପ୍ରଦାୟିକ ସଦ୍‌ଭାବ ନଷ୍ଟ ହେବା ସହ ଦେଶରେ ଅସ୍ଥିରତା ସୃଷ୍ଟି ହେବାର ଆଶଙ୍କା ରହିଛି। ତାଙ୍କର ଏପରି ଅପରାଧ ପାଇଁ ସର୍ବାଧିକ ୫ ବର୍ଷର ଜେଲଦଣ୍ଡ ଦିଆଯିବା ଯୁକ୍ତିଯୁକ୍ତ ହୋଇଥିବା ବେଳେ ତାଙ୍କୁ ଜାମିନ ଦେବାକୁ କୋର୍ଟ ଉଚିତ ମନେ କରୁନାହାନ୍ତି।

ଗତ ଡିସେମ୍ବର ୩୧, ୨୦୨୨ରେ ଜନୈକ ଦେବୁଭାଇ ଗଢ଼ାବି ଆଫଜଲଭାଇ ବିରୋଧରେ ମାନହାନି, ଘୃଣାଭାଷଣ, ଧାର୍ମିକ ଭାବନାକୁ ଆଘାତ ଦେବା, ଅଶ୍ଳୀଳତା ଆଦି ଅଭିଯୋଗରେ ମାମଲା ଦାଏର କରିଥିଲେ। ଆଇନଜୀବୀ ସାଜିଦ କାରିଆନିୟା ଅଭିଯୁକ୍ତ ବିରୋଧରେ ମାମଲା ଲଢ଼ୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe