indiatimes.com
ନୂଆଦିଲ୍ଲୀ: ଚୀନର ଉହାନ୍ ସହରରୁ ଉତ୍ପତି ହୋଇଥିବା କରୋନାଭାଇରସକୁ ନେଇ ଏବେ ସାରା ବିଶ୍ବ ଚିନ୍ତିତ। ଦିନକୁ ଦିନ ଏହି ଭାଇରାସ୍ ସଂକ୍ରମଣ ସଂଖ୍ୟା ବଢ଼ୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି। ଏ ପର୍ଯ୍ୟନ୍ତ ୨୫୯ଜଣ ଲୋକ ଏହା ଦ୍ବାରା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ବେଳେ ୧୨,୦୦୦ରୁ ଅଧିକ ଲୋକ ସଂକ୍ରମଣର ଶିକାର ହୋଇ ସାରିଲେଣି। ଏହାର ନିରାକରଣ ପାଇଁ ବୈଜ୍ଞାନିକମାନେ ଲାଗିପଡ଼ିଥିବା ବେଳେ ହିନ୍ଦୁ ମହାସଭାର ଅଧ୍ୟକ୍ଷ ସ୍ବାମୀ ଚକ୍ରପାଣି ମହାରାଜଙ୍କ ବୟାନ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ଭାଇରସର କିଭଳି ମୁକାବିଲା କରାଯାଇ ପାରିବ ସେ ନେଇ ଆଲୋଚନା ଚାଲିଥିବା ବେଳେ ଗୋମୂତ୍ର ଓ ଗୋବର ଦ୍ବାରା ଏହି ସଂକ୍ରମଣକୁ ରୋକିହେବ ବୋଲି କହିଛନ୍ତି ସ୍ବାମୀ ଚକ୍ରପାଣି ମହାରାଜ। ତାଙ୍କ କହିବା ମୁତାବକ, ଗୋମୂତ୍ର ପିଇବା ସହ ଗାଈର ଗୋବର ଓମ୍ ନମଃ ଶିବାୟ କହି ଶରୀରରେ ଲଗାଇବା ଦ୍ବାରା ଏହି ଭାଇରସର ସଂକ୍ରମଣକୁ ରୋକାଯାଇ ପାରିବ। ଏହା ସହ ଆମେ ଏହି ସଂକ୍ରମଣକୁ ରୋକିବା ପାଇଁ ଖୁବ୍ ଶୀଘ୍ର ଏକ ଯଜ୍ଞ କରିବୁ।
Daily Excelsiorଅନ୍ୟ ପକ୍ଷରେ ଦେଖିବାକୁ ଗଲେ ଜାନୁଆରି ୨୩ରୁ ଉହାନବାସୀଙ୍କୁ ଘର ଗୃହବନ୍ଦୀ କରି ରଖାଯାଇଛି । ଘର ବାହାରେ ଲୁହା ଚେନ୍ ଏବଂ କାଠ ତିଆରି ପଟା ଲଗାଯାଇ ସେମାନଙ୍କୁ ଘର ଭିତରେ ବନ୍ଦ କରି ରଖାଯାଇଛି। ସଂକ୍ରମଣ ସଂଖ୍ୟା କମ କରିବା ପାଇଁ ଚୀନ୍ ସରକାର ଏଭଳି କରିଥିବା ବେଳେ ଲୋକେ କିଛି ଦିନ ପାଇଁ ଖାଇବା ଜିନିଷ କିଣି ରଖିଥିଲେ। କିନ୍ତୁ ଏବେ ଧିରେ ଧିରେ ଘରେ ଥିବା ଖାଇବା ଜିନିଷ ସରିବାକୁ ଲାଗିଥିବା ବେଳେ ଲୋକଙ୍କୁ ବାହାରକୁ ଛଡ଼ାଯାଉ ନାହିଁ। ଫଳରେ ସେଠାରେ ଦୟନୀୟ ପରିସ୍ଥିତି ସୃଷ୍ଟି ହୋଇଛି।
Follow Us