Dhramendra : ବଲିଉଡର ହିମ୍ୟାନ ଧର୍ମେନ୍ଦ୍ରଙ୍କ ପରଲୋକ ହୋଇଛି । ଏହା ସହିତ ଭାରତୀୟ ଚଳଚ୍ଚିତ୍ର ଜଗତରେ ଏକ ଯୁଗର ଅନ୍ତ ଘଟିଛି। ତେବେ ଫିଲ୍ମ ଜୀବନରେ ସେ ଯେତିକି ସଫଳ ଥିଲେ, ବାସ୍ତବ ଜୀବନରେ ନିଜର ସରଳତା ଓ ସ୍ପଷ୍ଟବାଦୀତା ପାଇଁ ସେ ପରିଚିତ ଥିଲେ । ଏଠାରେ ଏପରି ଏକ ମଜାଦାର ଘଟଣାର ଅବତାରଣା କରୁଛୁ…
ଓଡ଼ିଆ ଏକ୍ସ (ପୂର୍ବର ଟ୍ବିଟର) ୟୁଜର ତଥା ସାଇବର ବିଶେଷଜ୍ଞ ପ୍ରଶାନ୍ତ ସାହୁ ୨୦୨୨ରେ ଏକ ପୋଷ୍ଟ କରିଥିଲେ । ସେଥରେ ଲେଖା ଥିଲା ଯେ “ ଯେତେବେଳେ ବିଡ଼ି ବିଜ୍ଞାପନ କରୁଥିଲେ ସୁପରଷ୍ଟାର” । ଏହି ପୋଷ୍ଟରେ ସେ ଦୁଇଟି ଫଟୋ ଅପଲୋଡ୍ କରିଥିଲେ.. ଗୋଟିଏ ଫଟୋରେ ହେମାମାଳିନିଙ୍କ ଫଟୋ ଏକ ବିଡ଼ି ପ୍ୟାକେଟରେ ଥିବାବେଳେ ୨ୟ ଫଟୋରେ ଧର୍ମେନ୍ଦ୍ରଙ୍କ ଫଟୋ ଆଉ ଏକ ବିଡ଼ି ପ୍ୟାକେଟରେ ଥିଲା ।
ଆହୁରି ପଢନ୍ତୁ : Chief Minister condolences: ଧର୍ମେନ୍ଦ୍ରଙ୍କ ପରଲୋକ: ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ଫଟୋରେ ଦେଖାଯାଉଥିଲା ଯେ ଧର୍ମେନ୍ଦ୍ର ଏକ ଜଳନ୍ତା ବିଡ଼ି ଧରିଛନ୍ତି ଓ ଲେଖା ଅଛି “କଟାର ବିଡ଼ି, ସବୁବେଳେ ପିଅନ୍ତୁ” । ୟୁଜରମାନେ ଏହି ପୋଷ୍ଟର ବିଭିନ୍ନ ମଜାଦାର କମେଣ୍ଟ ଦେଇଥିଲେ ।
ଧର୍ମେନ୍ଦ୍ରଙ୍କ ଉତ୍ତର
ଯେତେବେଳେ ଖୋଦ ଧର୍ମେନ୍ଦ୍ର ଏହି ପୋଷ୍ଟକୁ ଦେଖିଲେ ସେ ତଳେ ଏକ କମେଣ୍ଟ ଲେଖିଥିଲେ,” ସେତେବେଳେ ନ ପଚାରି ଯାହାମନ ତାହା ଛାପି ଦେଉଥିଲେ । ଏପରି ସୁବିଧାବାଦୀମାନଙ୍କ ମଙ୍ଗଳ ହେଉ । ପ୍ରଶାନ୍ତଜୀ ଆପଣ ବି ଖୁସିରେ ରୁହନ୍ତୁ ।“
ଆହୁରି ପଢନ୍ତୁ : PM Modi Mourns: ଏକ ଯୁଗର ଅବସାନ ଘଟିଲା...ଧର୍ମେନ୍ଦ୍ରଙ୍କ ଦେହାନ୍ତ ପରେ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା
ଧର୍ମେନ୍ଦ୍ରଙ୍କ ଏପରି ଜବାବ ପରେ ପ୍ରଶାନ୍ତ ତାଙ୍କୁ ଏହି ସ୍ପଷ୍ଟୀକରଣ ପାଇଁ ଧନ୍ୟବାଦ ଦେବା ସହ ଅଜାଣତରେ ଏପରି ଫଟୋ ଇଣ୍ଟରନେଟରୁ ଆଣି ସତ ବୋଲି ଭାବି ପୋଷ୍ଟ କରିଥିବାରୁ କ୍ଷମା ମାଗିଥିଲେ ।
Jab Bidi Ka AD SuperStar Karte Theh .
— Prashant Sahu 🇮🇳 (@suryanandannet) January 2, 2022
Insert any hilarious caption . #HemaMalini#Dharmendra@aapkadharampic.twitter.com/EzLpdZuzDC
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/11/24/dharmendra-2025-11-24-21-25-38.png)