ପାର୍ଟି ଚାଲିଥିବାବେଳେ ହଠାତ୍‌ ଗୁଳିବର୍ଷା: ଇସ୍ରାଏଲ ସଂଗୀତ ଉତ୍ସବ ସ୍ଥଳରୁ ମିଳିଲା ୨୬୦ ମୃତଦେହ

Advertisment
ପାର୍ଟି ଚାଲିଥିବାବେଳେ ହଠାତ୍‌ ଗୁଳିବର୍ଷା: ଇସ୍ରାଏଲ ସଂଗୀତ ଉତ୍ସବ ସ୍ଥଳରୁ ମିଳିଲା ୨୬୦ ମୃତଦେହ

Human Rights Watch

ନୂଆଦିଲ୍ଲୀ: ଶୁକ୍ରବାର ରାତିରୁ ଦକ୍ଷିଣ ଇସ୍ରାଏଲର ମରୁଭୂମିରେ ଚାଲିଥିଲା ସୁପରନୋଭା ମ୍ୟୁଜିକ ଫେଷ୍ଟିଭାଲ୍‌। ଶନିବାର ସୂ‌ର୍ଯ୍ୟ ଉଦୟ ହେବା ପର୍ଯ୍ୟନ୍ତ ସଂଗୀତ ଉତ୍ସବ ଜାରି ରହିଥିଲା। ଲୋକମାନେ ପାର୍ଟି ଉପଭୋଗ କରୁଥିଲେ। କିନ୍ତୁ ହଠାତ ବିପଦ ମାଡ଼ି ଆସିଥିଲା। ଆକାଶରେ କ୍ଷୁଦ୍ର କଳାବିନ୍ଦୁ ସବୁ ଉଡ଼ିଥିବା ଦେଖିବାକୁ ମିଳିଥିଲା। ପାର୍ଟିରେ ଥିବା ଲୋକମାନେ ପ୍ରଥମେ କିଛି ବୁଝିପାରିନଥିଲେ। କିନ୍ତୁ ପରେ ଏହି କଳାବିନ୍ଦୁ ଅଧିକ ନିକଟତର ହେବାରୁ ଜଣାପଡ଼ିଥିଲା ଯେ ପଶ୍ଚିମରେ ଗାଜା ପଟୁ ପାରାଗ୍ଲାଇଡର ଆସୁଛି। ହମାସ ଆତଙ୍କବାଦୀମାନେ ଫେଷ୍ଟିଭାଲ୍‌ ସ୍ଥଳରେ ଗୁଳିମାଡ଼ କରିଥିଲେ। ରକେଟ୍‌ ଶବ୍ଦ ପ୍ରଥମେ ସଂଗୀତର ଏକ ଅଂଶ ବୋଲି ଲୋକମାନେ ଭାବିଥିଲେ। କିନ୍ତୁ ପରେ ସେମାନେ ପ୍ରାଣ ବିକଳରେ ଦୌଡ଼ିଥିଲେ।

ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, ହଠାତ ୫୦ ଆତଙ୍କବାଦୀ ଭ୍ୟାନ୍‌ରେ ଆସି ପହଞ୍ଚିଥିଲେ। ସେମାନେ ଲୋକଙ୍କ ଉପରକୁ ଗୁଳି ଚଳାଇବା ଆରମ୍ଭ କରିଦେଇଥିଲେ। ଲୋକମାନେ ଭୟରେ ଦୌଡ଼ିବା ଆରମ୍ଭ କରିଥିଲେ। ମରୁଭୂମିର ବାଲିରେ ଦୌଡ଼ିବା ସହଜ ହୋଇନଥିଲେ ସମସ୍ତେ ନିଜ ନିଜ କାର୍‌‌ ପାଖରେ ପହଞ୍ଚିବାପାଇଁ ଚେଷ୍ଟା କରିଥିଲେ। କିନ୍ତୁ ବନ୍ଧୁକଧାରୀ ବ୍ୟକ୍ତି କାର୍‌କୁ ଟାର୍ଗେଟ୍‌ କରି ଗୁଳିବର୍ଷା କରିଥିଲେ। ସକାଳ ୭ଟାରେ ଆକ୍ରମଣ ଆରମ୍ଭ ହୋଇଥିଲା । ଆତଙ୍କାବାଦୀଙ୍କ ଗୁଳିମାଡ଼ରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଯାଇଥିଲା। ରବିବାର ବିଳମ୍ବରେ ଇସ୍ରାଏଲ ଉଦ୍ଧାର ସେବା ଜାକା ପକ୍ଷରୁ ଏହି ସଂଗୀତ ଉତ୍ସବ ସ୍ଥଳରୁ ୨୬୦ ମୃତଦେହ ଉଦ୍ଧାର କରିଥିଲା। ଆହୁରି ଅନେକ ଲୋକ ଏବେ ବି ନିଖୋଜ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe