ନୂଆଦିଲ୍ଲୀ: ଦିଲ୍ଲୀର ଆକାଶକୁ ଏବେ ଧୂଳି ଓ ଧୂଆଁର ମୋଟା ପରଦା ଢାଙ୍କି ରଖିଛି। ବାୟୁ ଗୁଣବତ୍ତା ସୂଚକାଙ୍କ ଅନେକ ସ୍ଥାନରେ ୪୫୦ ଅତିକ୍ରମ କରିଛି। ଏହି ପରିସ୍ଥିତିରେ ଦେଶର ଅଗ୍ରଣୀ ଫୁସ୍ଫୁସ୍ ବିଶେଷଜ୍ଞ ଡାକ୍ତର ଅରବିନ୍ଦ କୁମାର (ମେଦାନ୍ତ ହସ୍ପିଟାଲ୍) ଏକ ବିସ୍ଫୋରକ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯଦି ଆର୍ଥିକ ସାମର୍ଥ୍ୟ ଥାଏ, ତା’ହେଲେ ଦିଲ୍ଲୀ ଛାଡ଼ି ୬ରୁ ୮ ସପ୍ତାହ ଅନ୍ୟ କୌଣସି ସ୍ଥାନକୁ ଚାଲିଯାଆନ୍ତୁ।
ଏହା ଆପଣଙ୍କୁ ସୁରକ୍ଷିତ ରଖିପାରେ। ଡା. କୁମାର କହିଛନ୍ତି, ଫୁସ୍ଫୁସ୍ ରୋଗୀ ଓ ଛୋଟ ପିଲାମାନଙ୍କ ପାଇଁ ଦିଲ୍ଲୀର ଏହି ଧୂଆଁ ‘ବିଷ’ ସଦୃଶ। ଗତ ୧୦ ଦିନ ମଧ୍ୟରେ ହସ୍ପିଟାଲ୍ରେ ଜରୁରୀକାଳୀନ ଶ୍ୱାସକ୍ରିୟା ରୋଗୀ ୩୦ ପ୍ରତିଶତରୁ ଅଧିକ ବଢ଼ିଛନ୍ତି। ଅନେକ ରୋଗୀଙ୍କୁ ଅକ୍ସିଜେନ୍ ସହାୟତା ଓ ଭେଣ୍ଟିଲେଟର ଆବଶ୍ୟକ ହେଉଛି।
Follow Us