ରାଷ୍ଟ୍ରପତି କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ‘ଅନ୍‌ଫଲୋ’ କରିବାର କାରଣ ସ୍ପଷ୍ଟ କଲା ହ୍ବାଇଟ୍‌ହାଉସ୍

Advertisment
ରାଷ୍ଟ୍ରପତି କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ‘ଅନ୍‌ଫଲୋ’ କରିବାର କାରଣ ସ୍ପଷ୍ଟ କଲା ହ୍ବାଇଟ୍‌ହାଉସ୍

Image Source: The Indian Express

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଟୁଇଟର୍‌ ଆକାଉଣ୍ଟ୍ ‘ଅନ୍‌ଫଲୋ’ କରି ସାମାଜିକ ଗଣମାଧ୍ୟମରେ ତୀବ୍ର ପ୍ରତିକ୍ରିୟାର ସମ୍ମୁଖୀନ ହେବାର ଦିନକ ପରେ ହ୍ବାଇଟ୍ ହାଉସ୍ ଏ ବିଷୟରେ ସ୍ପଷ୍ଟିକରଣ ଦେଇଛି। ଡୋନାଲ୍‌ଡ୍ ଟ୍ରମ୍ପ୍‌ ପ୍ରଶାସନ ସ୍ପଷ୍ଟିକରଣ ଦେଇ କହିଛି ଯେ ସାଧାରଣତଃ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ନିମନ୍ତ୍ରଣ କରିଥିବା ଦେଶର ପ୍ରଶାସନିକ ବ୍ୟକ୍ତିତ୍ବମାନଙ୍କର ଟୁଇଟର୍‌ ଆକାଉଣ୍ଟ୍‌ଗୁଡ଼ିକୁ ହ୍ବାଇଟ୍ ହାଉସ୍ ଟୁଇଟର୍ ହାଣ୍ଡେଲ୍‌ ସ୍ବଳ୍ପ ସମୟ ପାଇଁ ‘ଫଲୋ’ କରିଥାଏ। ରାଷ୍ଟ୍ରପତିଙ୍କ ଗସ୍ତରେ ସହାୟତା କରୁଥିବା ପ୍ରଶାସନିକ ବ୍ୟକ୍ତିତ୍ବମାନଙ୍କର ବାର୍ତ୍ତା ରିଟୁଇଟ୍ କରିବା ଲାଗି ଏହା କରାଯାଇଥାଏ।

publive-image Image Source: The Hans India

ତେଣୁ ଗତ ଫେବ୍ରୁଆରି ଶେଷ ସପ୍ତାହରେ ରାଷ୍ଟ୍ରପତି ଡୋନାଲ୍‌ଡ୍ ଟ୍ରମ୍ପ୍‌ଙ୍କ ଭାରତ ଗସ୍ତ ଅବସରରେ ହ୍ବାଇଟ୍‌ ହାଉସ୍‌ର ଅଫିସିଆଲ୍ ଟୁଇଟର୍ ହ୍ୟାଣ୍ଡଲ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଯୁକ୍ତରାଷ୍ଟ୍ର ଆମେରିକାସ୍ଥିତ ଭାରତୀୟ ଦୂତାବାସ, ଭାରତସ୍ଥିତ ଯୁକ୍ତରାଷ୍ଟ୍ର ଆମେରିକାର ଦୂତାବାସ ଏବଂ ଭାରତରେ ଥିବା ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରଦୂତ କେନ୍ ଜଷ୍ଟର୍‌ଙ୍କ ଆକାଉଣ୍ଟ୍ ‘ଫଲୋ’ କରାଯାଇଥିଲା।

ଏ ସପ୍ତାହ ପ୍ରାରମ୍ଭରେ ଉପରୋକ୍ତ ଛଅଟିଯାକ ଟୁଇଟର୍ ହାଣ୍ଡେଲ୍‌କୁ ହ୍ବାଇଟ୍ ହାଉସ୍ ‘ଅନ୍‌ଫଲୋ’ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe