ଭାରତୀୟ ଗଣତନ୍ତ୍ର ଉପରେ ହ୍ବାଇଟ୍‌ ହାଉସ୍‌ର ମନ୍ତବ୍ୟ ରାହୁଲ୍‌ ଗାନ୍ଧୀଙ୍କୁ ଶକ୍ତ ଚାପୁଡ଼ା: ‘ବିଜେପି’

ଭାରତୀୟ ଗଣତନ୍ତ୍ର ଉପରେ ହ୍ବାଇଟ୍‌ ହାଉସ୍‌ର ମନ୍ତବ୍ୟ ରାହୁଲ୍‌ ଗାନ୍ଧୀଙ୍କୁ ଶକ୍ତ ଚାପୁଡ଼ା: ‘ବିଜେପି’

Image Courtesy of Mint

ନୂଆଦିଲ୍ଲୀ: ଆମେରିକା ଗସ୍ତ ସମୟରେ ନିର୍ଲଜ୍ଜ ଭାବେ ରାହୁଲ୍‌ ଗାନ୍ଧୀ ଭାରତୀୟ ଗଣତନ୍ତ୍ରକୁ ସମାଲୋଚନା କରୁଥିବା ବେଳେ ଭାରତୀୟ ଗଣତନ୍ତ୍ର ଚମତ୍କାର ବୋଲି ହ୍ବାଇଟ୍‌ ହାଉସ୍‌ କହିବା ତାଙ୍କ ଉପରେ ଶକ୍ତ ଚାପୁଡ଼ା ବୋଲି ମଙ୍ଗଳବାର ଦିନ ‘ବିଜେପି’ ମୁଖପାତ୍ର ସୟେଦ୍‌ ଜାଫର୍‌ ଇସ୍‌ଲାମ୍‌ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଭାରତୀୟ ଗଣତନ୍ତ୍ରଣର ଅବସ୍ଥା ଭଲ ନାହିଁ ବୋଲି କୁହାଯାଉଥିବା କଥାକୁ ଅଗ୍ରାହ୍ୟ କରି ସୋମବାର ଦିନ ହ୍ବାଇଟ୍‌ ହାଉସ୍‌ କହିଛି ଯେ, ଭାରତୀୟ ଗଣତନ୍ତ୍ର ଅତି ଚମତ୍କାର ଏବଂ ଯେ କେହି ଦିଲ୍ଲୀ ଗଲେ ତାହା ଦେଖିପାରିବେ।

ହ୍ବାଇଟ୍‌ ହାଉସ୍‌ରେ ଜାତୀୟ ନିରାପତ୍ତା ପରିଷଦ୍‌ର ‘ଷ୍ଟ୍ରଟେଜିକ୍‌ କମ୍ୟୁନିକେସନ୍‌ର’ର କୋଅର୍ଡିନେଟର୍‌ ଜନ୍‌ କିର୍ବି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଭାରତ ଏକ ଚମତ୍କାର ଗଣତନ୍ତ୍ର। କେବେ ଦିଲ୍ଲୀ ଗଲେ ତାହା ଆପଣମାନେ ଦେଖି ପାରିବେ। ମୁଁ ଆଶା କରୁଛି ଗଣତନ୍ତ୍ରିକ ପ୍ରତିଷ୍ଠାନର ସାମର୍ଥ୍ୟ ଏବଂ ଅବସ୍ଥା ସଂକ୍ରାନ୍ତରେ ଆଲୋଚନା ହେବ।

publive-image Image Courtesy of Udayvani

ଚଳିତ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀଙ୍କ ଆମେରିକା ଗସ୍ତ ଥିବା ବେଳେ କିର୍ବି ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି।

‘ବିଜେପି’ ମୁଖପାତ୍ର ସୟେଦ୍‌ ଜାଫର୍‌ ଇସ୍‌ଲାମ୍‌ କହିଛନ୍ତି, ଆମେରିକା ଗସ୍ତ ସମୟରେ ରାହୁଲ୍‌ ଗାନ୍ଧୀ ନିର୍ଲଜ୍ଜ ଭାବେ ଆମ ଗଣତନ୍ତ୍ରକୁ ସମାଲୋଚନା କରୁଥିବା ବ‌େଳେ ହ୍ବାଇଟ୍‌ ହାଉସ୍‌ ଭାରତୀୟ ଗଣତନ୍ତ୍ର ଖୁବ୍‌ ଚମତ୍କାର ବୋଲି କହିବା ବିଡ଼ମ୍ବନାର କଥା ନୁହେଁ କି? କଂଗ୍ରେସ ଯୁବରାଜଙ୍କ ଉପରେ କେଡ଼ ଶକ୍ତ ଚାପୁଡ଼ା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀଙ୍କ ଶାସନରେ ଆମ ଗଣତନ୍ତ୍ର ଖୁବ୍‌ ସୁରକ୍ଷିତ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଶ୍ବ ଭାତୀୟ ଗଣତନ୍ତ୍ରକୁ ପ୍ରଶଂସା କରୁଥିବା ବେଳେ ରାହୁଲ୍‌ ଗାନ୍ଧୀ ବିଦେଶ ମାଟିରେ ରାହୁଲ୍‌ ଗାନ୍ଧୀ ଭାରତୀୟ ଗଣତନ୍ତ୍ରକୁ ବଦନାମ କରିଚାଲିଛନ୍ତି। ରାହୁଲ୍‌ ଗାନ୍ଧୀଙ୍କ ପରି ବ୍ୟକ୍ତି ସବୁବେଳେ ଅକାରଣରେ ଭାରତକୁ ନିନ୍ଦା କରିବା ଦୁଃଖ ଓ ଲଜ୍ଜାର ବିଷୟ। ଏଥର ହ୍ବାଇଟ୍‌ ହାଉସ୍‌ର ବିବୃତି ରାହୁଲ୍‌ ଗାନ୍ଧୀଙ୍କ ମନ୍ଦ ଉଦ୍ଦେଶ୍ୟ ପଦାରେ ପକାଇ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe