ଗଣ୍ଠିବାତ ଔଷଧ ପ୍ରୟୋଗ ସମେତ କରୋନାଭାଇରସ୍‌ ଚିକିତ୍ସା ନିମନ୍ତେ ୨ଟି ନୂଆ ଚିକିତ୍ସା ଅନୁମୋଦନ କଲା ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ

ଗଣ୍ଠିବାତ ଔଷଧ ପ୍ରୟୋଗ ସମେତ କରୋନାଭାଇରସ୍‌ ଚିକିତ୍ସା ନିମନ୍ତେ ୨ଟି ନୂଆ ଚିକିତ୍ସା ଅନୁମୋଦନ କଲା ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ

Image Courtesy of NDTV

ପ୍ୟାରିସ୍‌: ଶୁକ୍ରବାର ଦିନ ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ ଦୁଇଟି ନୂତନ କୋଭିଡ୍‌-୧୯ ଚିକିତ୍ସା ଅନୁମୋଦନ କରିଛି। ‘ବ୍ରିଟିସ୍‌ ମେଡିକାଲ୍‌ ଜର୍ଣ୍ଣାଲ୍‌’ରେ (ବିଏମ୍‌ଜେ) ପ୍ରକାଶିତ ଏହି ଅନୁମୋଦନ ସଂକ୍ରାନ୍ତ ଆଲେଖ୍ୟରେ ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ର ବିଶେଷଜ୍ଞମାନେ କହିଛନ୍ତି, ସାଙ୍ଘାତିକ କିଂବା ଜଟିଳ କୋଭିଡ୍‌ ରୋଗୀମାନଙ୍କ ଚିକିତ୍ସା ନିମନ୍ତେ ‘କୋର୍ଟିକୋଷ୍ଟେରଏଡ୍‌’ ସହ ଗଣ୍ଠିବାତ ଔଷଧ ‘ବେରିସାଇଟିନିବ୍‌’ର ପ୍ରୟୋଗ ବଞ୍ଚିବା ହାର ବୃଦ୍ଧି କରାଇବା ସହ ଭେଣ୍ଟିଲେଟର୍‌ ଆବଶ୍ୟକତା ହ୍ରାସ କରାଉଛି।

ସଙ୍କଟାପନ୍ନ ଅବସ୍ଥା ନ ଥାଇ ମଧ୍ୟ ଡାକ୍ତରଖାନାରେ ଭର୍ତ୍ତି ହେବା ଆଶଙ୍କା ଥିବା କୋଭିଡ୍‌ ଆକ୍ରାନ୍ତ ବୟୋଜ୍ୟଷ୍ଠ ବ୍ୟକ୍ତି, ସ୍ବଳ୍ପ ରୋଗ ପ୍ରତିରୋଧକ କ୍ଷମତା ଥିବା ବ୍ୟକ୍ତି କିଂବା ମଧୁମେହ ଭଳି ପୁରାତନ ରୋଗାଗ୍ରାନ୍ତ ବ୍ୟକ୍ତିମାନଙ୍କ କ୍ଷେତ୍ରରେ ‘ସଟ୍ରୋଭିମାବ୍‌’ ଭଳି କୃତ୍ରିମ ରୋଗ ପ୍ରତିରୋଧକ ଔଷଧ ପ୍ରୟୋଗ କରାଯାଇ ପାରିବ।

publive-image Image Courtesy of The Economic Times

ଡାକ୍ତରଖାନାରେ ଭର୍ତ୍ତି ନ ହେବାର ସମ୍ଭାବନା ଥିବା ରୋଗୀଙ୍କ କ୍ଷେତ୍ରରେ ‘ସଟ୍ରୋଭିମାବ୍‌’ ଉପାଦେୟ ବୋଲି ବିବେଚନା କରାଯାଉ ନ ଥିଲା। କିନ୍ତୁ, ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ କହୁଛି କି, ‘ଓମିକ୍ରନ୍‌’ ଭଳି ନୂଆ ‘ଭେରିଏଣ୍ଟ୍‌’ ବିପକ୍ଷରେ ଏହାର ଫଳପ୍ରଦତା କଥା ଜଣାପଡ଼ି ନ ଥିଲା।

କୋଭିଡ୍‌-୧୯ ଚିକିତ୍ସା ନିମନ୍ତେ ପୂର୍ବରୁ କେବଳ ୩ଟି ଚିକିତ୍ସା ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ଅନୁମ‌ୋଦନ ଲାଭ କରିଛି। ୨୦୨୦ ସେପ୍ଟେମ୍ବରରୁ ପ୍ରଥମେ ସାଙ୍ଘାତିକ ଅସୁସ୍ଥମାନଙ୍କ ନିମନ୍ତେ ‘କୋର୍ଟିକୋଷ୍ଟେରଏଡ୍‌’ ପ୍ରୟୋଗ ନିମନ୍ତେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ପରାମର୍ଶ ଦେଇଥିଲା।

ନୈଦାନିକ ପରୀକ୍ଷାରୁ ପ୍ରାପ୍ତ ତଥ୍ୟାବଳୀ ଆଧାରରେ ନିୟମିତ ଭାବେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର କୋଭିଡ୍‌ ଚିକିତ୍ସା ଅନୁମୋଦନ ଉନ୍ନୀତ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe