Image Courtesy of India Today
ନୂଆଦଲ୍ଲୀ: ମହାନଗର ମୁମ୍ବାଇର ଜନାକୀର୍ଣ୍ଣ ଅଞ୍ଚଳ ଧରାବିରେ କରୋନାଭାଇରସ୍ର ଶୃଙ୍ଖଳ ଛିନ୍ନ କରିବା ପାଇଁ ଚାଲିଥିବା ଉଦ୍ୟମକୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଶୁକ୍ରବାର ଦିନ ପ୍ରଶଂସା କରିଛି।
ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ମୁଖ୍ୟ ଟେଡ୍ରୋସ୍ ଆନ୍ଧାନୋମ୍ ଘେବ୍ରେୟେସସ୍ କହିଛନ୍ତି ଯେ ଇଟାଲି, ସ୍ପେନ୍ ଏବଂ ଦକ୍ଷିଣ କୋରିଆ ଏମତି କି, ଧରାବିରେ ସଂକ୍ରମଣ ଯେତେ ତୀବ୍ର ହେଲେ ବି କରୋନାଭାଇରସ୍କୁ କଠୋର କାର୍ଯ୍ୟାନୁଷ୍ଠାନ ଦ୍ବାରା ଭଗାଇ ଦିଆଯାଇ ପାରିବ।
Image Courtesy of CNBCଜେନିଭା ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଲେ, ଗତ ଛଅ ସପ୍ତାହ ମଧ୍ୟରେ ସଂକ୍ରମଣ ଦୁଇଗୁଣରୁ ଅଧିକ ହୋଇଯାଇଛି। କିନ୍ତୁ, ବିଶ୍ବରେ ଅନେକ ଦୃଷ୍ଟାନ୍ତରୁ ଜଣାପଡ଼ିଛି ଯେ, ସଂକ୍ରମଣ ଯେତେ ତୀବ୍ର ହୋଇଥାଉ ପଛକେ ନିୟନ୍ତ୍ରଣକୁ ଆଣିହେବ।
ସେ ଦୃଷ୍ଟାନ୍ତଗୁଡ଼ିକ ହେଉଛି ଇଟାଲି, ସ୍ପେନ୍ ଏବଂ ଦକ୍ଷିଣ କୋରିଆ ଓ ମହାନଗରୀ ମୁମ୍ବାଇର ଜନାକୀର୍ଣ୍ଣ ଧରାବି। ପରୀକ୍ଷା, ଚିହ୍ନଟ, ପୃଥକୀକରଣ ଏବଂ ଆକ୍ରାନ୍ତମାନଙ୍କ ଚିକିତ୍ସା ହେଉଛି ସଂକ୍ରମଣ ଶୃଙ୍ଖଳ ଛିନ୍ନ କରିବା ଓ ଭୂତାଣୁକୁ ଦମନ କରିବା ମୂଳମନ୍ତ୍ର।
Follow Us