ସଙ୍ଗରୋଧରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମୁଖ୍ୟ ଟେଡ୍ରସ୍ ଆଧାନମ୍

ସଙ୍ଗରୋଧରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମୁଖ୍ୟ ଟେଡ୍ରସ୍ ଆଧାନମ୍

The Economic Times

ନୂଆଦିଲ୍ଲୀ: ଗୃହ ସଙ୍ଗରୋଧରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମୁଖ୍ୟ ଟେଡ୍ରସ୍ ଆଧାନମ୍। ନିକଟରେ ଜଣେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିବା ପରେ ସେ ନିଜକୁ ଘରେ ସଙ୍ଗରୋଧ କରିଛନ୍ତି। ଏ ନେଇ ନିଜ ଟୁଇଟର ଆକାଉଣ୍ଟରେ ସୂଚନା ଦେଇଛନ୍ତି ଟେଡ୍ରସ୍ ଆଧାନମ୍।

ତାଙ୍କ ଟୁଇଟ୍ ଅନୁଯାୟୀ, ମୁଁ ଜଣେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଜଣା ପଡ଼ିବା ପରେ ଏବେ ନିଜକୁ ସଙ୍ଗରୋଧ କରି ନେଇଛି। ମୁଁ ସୁସ୍ଥ ଥିବା ସହ ଏ ପର୍ଯ୍ୟନ୍ତ ମୋ ମଧ୍ୟରେ କରୋନାର ‌କୌଣସି ଲକ୍ଷଶ ଦେଖାଯାଇ ନାହିଁ। ଆଗାମୀ ଦିନରେ ମୁଁ ସଙ୍ଗରୋଧରେ ରହି ଘରୁ କାମ କରିବି। କିଛି ଦିନ ମଧ୍ୟରେ ମୋ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ନିଜର କରୋନା ପରୀକ୍ଷା କରାଇ ସଙ୍ଗରୋଧରେ ରୁହନ୍ତୁ।

ନିଜର ଅନ୍ୟ ଏକ ଟୁଇଟରେ ସେ ଲେଖିଛନ୍ତି, ଏହା ଗୁରୁତ୍ବପୂର୍ଣ୍ଣ ଯେ ଆମେ ସମସ୍ତେ ସ୍ୱାସ୍ଥ୍ୟ ମାର୍ଗଦର୍ଶିକା ପାଳନ କରିବା ଉଚିତ | ଏହିପରି ଆମେ କରୋନା ସଂକ୍ରମଣକୁ ରୋକି ପାରିବା ବୋଲି ଲେଖିଛନ୍ତି ଟେଡ୍ରସ୍ ଆଧାନମ୍।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe