‘ଲ୍ୟାବ୍‌ ଲିକ୍‌’ ନୁହେଁ, କୋଭିଡ୍‌-୧୯ର ଉତ୍ସ ପ୍ରାଣୀ ହୋଇ ପାରନ୍ତି: ‘ହୁ’-ଚୀନ୍‌ ଅଧ୍ୟୟନ

Advertisment
‘ଲ୍ୟାବ୍‌ ଲିକ୍‌’ ନୁହେଁ, କୋଭିଡ୍‌-୧୯ର ଉତ୍ସ ପ୍ରାଣୀ ହୋଇ ପାରନ୍ତି: ‘ହୁ’-ଚୀନ୍‌ ଅଧ୍ୟୟନ

Image Courtesy of India Today

ବେଜିଙ୍ଗ୍‌: ପରୀକ୍ଷାଗାରରୁ ଖସି ଆସିବା ନୁହେଁ, ବାଦୁଡ଼ି କିଂବା ଅନ୍ୟ ପ୍ରାଣୀ ମାଧ୍ୟମରେ କରୋନାଭାଇରସ୍‌ ମାନବ ଶରୀରରେ ପ୍ରବେଶ କରିଥିବାର ମନେହୁଏ ବୋଲି ‘କୋଭିଡ୍‌-୧୯’ର ଉତ୍ପତ୍ତି ସଂକ୍ରାନ୍ତରେ ‘ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ’ ଏବଂ ଚୀନ୍‌ କରିଥିବା ମିଳିତ ଅଧ୍ୟୟନ କହୁଥିବା କଥା ଏକ ଆନ୍ତର୍ଜାତିକ ସମ୍ବାଦ ସରବରାହ ସଂସ୍ଥା କହିଛି।

publive-image Image Courtesy of The Times of India

ଆଶାନୁସାରେ ଏହି ଅଧ୍ୟୟନ ସେତେ ସନ୍ତୋଷଜନକ ହୋଇ ପାରିନାହିଁ। ଏହି ରିପୋର୍ଟରୁ ଅନେକ ସନ୍ଦେହ ମଧ୍ୟ ଦୂର ହୋଇପାରିନାହିଁ। ପରୀକ୍ଷାଗାରରୁ ‘ଲିକ୍‌’ ହୋଇଥିବା ଅନୁମାନକୁ ଛାଡ଼ି ବାକି ସମସ୍ତ ସମ୍ଭାବ୍ୟ କ୍ଷେତ୍ରରେ ଅଧିକ ଗବେଷଣା ପାଇଁ ଉକ୍ତ ଟିମ୍‌ ପ୍ରସ୍ତାବ ଦେଇଛି।
ଏହି ରିପୋର୍ଟ ପ୍ରକାଶ ପାଇବାରେ ବାରମ୍ବାର ବିଳମ୍ବ ଘଟୁଥିବାରୁ ସନ୍ଦେହ ହେଉଛି ଯେ, ଦୋଷଛଡ଼ା ହେବା ଲାଗି ଚୀନ୍‌ ଏହି ରିପୋର୍ଟର ଉପସଂହାରକୁ ଏକ ତରଫା କରୁନାହିଁ ତ!

ଗତ ସପ୍ତାହରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଜଣେ ଅଧିକାରୀ କହିଥିଲେ ଯେ, ଅଳ୍ପ କେତେ ଦିନ ମଧ୍ୟରେ ପ୍ରକାଶନ ପାଇଁ ରିପୋର୍ଟ ପ୍ରସ୍ତୁତ ହୋଇଯିବ। କିନ୍ତୁ, ସମ୍ବାଦ ସରବରାହ ସଂସ୍ଥାନ ‘ଏପି’ ଜଣେ କୂଟନୀତିଜ୍ଞଙ୍କ ଠାରୁ ସଂଗ୍ରହ କରିଥିବା ଏହି ରିପୋର୍ଟର ‘ଡ୍ରାଫ୍‌ଟ୍‌ କପି’ ଚୂଡ଼ାନ୍ତ ପର୍ଯ୍ୟାୟର ବୋଲି ଜଣାପଡୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe