Image Couresy of Business Today
ନୂଆଦିଲ୍ଲୀ: ଜାତୀୟ ରାଜଧାନୀରେ ଚାଲିଥିବା କୃଷକ ପ୍ରତିବାଦ ସଂକ୍ରାନ୍ତରେ ଗ୍ରେଟା ଥର୍ଣ୍ଣବର୍ଗ ଓ ମିଆ ଖଲିଫାଙ୍କ ପାଇଁ ‘ଟୁଲ୍-କିଟ୍’ର ପ୍ରସ୍ତୁତକାରୀଙ୍କ ‘ଆଇପି ଆଡ୍ରେସ୍’ ଚିହ୍ନଟ କରିବା ନିମନ୍ତେ ଦିଲ୍ଲୀ ପୁଲିସ ‘ଗୁଗଲ୍’ର ସାହାଯ୍ୟ ନେବ।
‘ଆଇପି ଆଡ୍ରେସ୍’ ବା କେଉଁଠି ଏହି ‘ଡକ୍ୟୁମେଣ୍ଟ୍’ ତିଆରି ହୋଇ ସାମାଜିକ ଗଣମାଧ୍ୟମ ପ୍ଲାଟ୍ଫର୍ମରେ ଅପ୍ଲୋଡ୍ ହୋଇଛି ତା’ର ସୂଚନା ପାଇବାକୁ ଦିଲ୍ଲୀ ପୁଲିସ ‘ଗୁଗଲ୍’କୁ ଚିଠି ଲେଖିବ ବୋଲି ଏକ ଜାତୀୟସ୍ତରୀୟ ସମ୍ବାଦ ସରବରାହ ସଂସ୍ଥା କହିଛି।
Image Courtesy of Zee News‘ଗୁଗଲ୍ ଡକ୍’ରେ ସେୟାର୍ ହୋଇଥିବା ଏହି ‘ଟୁଲ୍-କିଟ୍’ର ନିର୍ମାତାଙ୍କୁ ଚିହ୍ନଟ କରିବା ଲାଗି ଦିଲ୍ଲୀ ପୁଲିସ ଉଦ୍ୟମ କରୁଛି।
ଏଠାରେ ସ୍ମରଣ କରାଇ ଦିଆଯାଇ ପାରେ ଯେ, ସ୍ୱିଡେନୀୟ ଜଳବାୟୁ ଏବଂ ପରିବେଶ କର୍ମୀ ତରୁଣୀ ଗ୍ରେଟା ଥର୍ଣ୍ଣବର୍ଗ ଏହି ଟୁଲ୍-କିଟ୍କୁ ଟୁଇଟର୍ରେ ସେୟାର୍ କରିଥିଲେ। ତାଙ୍କର ଟୁଇଟ୍ ରିହାନ୍ନାଙ୍କ ଭଳି ଆନ୍ତର୍ଜାତିକ ସେଲିବ୍ରିଟି ଓ ସାମାଜିକ କର୍ମୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।
ସେମାନେ ମଧ୍ୟ କୃଷକମାନଙ୍କ ଆନ୍ଦୋଳନ ସପକ୍ଷରେ ସ୍ୱରଉତ୍ତୋଳନ କରିଛନ୍ତି। ଗୁରୁବାର ଦିନ ଦିଲ୍ଲୀ ପୁଲିସ ଥର୍ଣ୍ଣବର୍ଗଙ୍କ ନାମରେ ‘ଏଫ୍ଆଇଆର୍’ ରେଜିଷ୍ଟ୍ରି କରିଥିଲା। କିନ୍ତୁ, ପରେ ଦିଲ୍ଲୀ ପୁଲିସ ସ୍ପଷ୍ଟ କରିଥିଲା କି, ଏହି ‘ଏଫ୍ଆଇଆର୍’ ଟୁଲ୍କିଟ୍ ନିର୍ମାତାଙ୍କ ବିରୋଧରେ ପଞ୍ଜିକୃତ ହୋଇଛି। କିନ୍ତୁ, ଏଥିରେ କାହାର ନାମ ଉଲ୍ଲେଖ କରାଯାଇନାହିଁ।
Follow Us