ମଙ୍କିପକ୍ସକୁ ଜନସ୍ୱାସ୍ଥ୍ୟ ଏମର୍ଜେନ୍ସି ଘୋଷଣା କଲା ଡବ୍ଲୁଏଚ୍ଓ

Advertisment
ମଙ୍କିପକ୍ସକୁ ଜନସ୍ୱାସ୍ଥ୍ୟ ଏମର୍ଜେନ୍ସି ଘୋଷଣା କଲା ଡବ୍ଲୁଏଚ୍ଓ

ଭିଏନା : ମଙ୍କିପକ୍ସ ରୋଗକୁ ବିଶ୍ୱ ସ୍ୱାସ୍ଥ୍ୟ ଏମର୍ଜେନ୍ସି  ବା ଜରୁରୀକାଳୀନ ପରିସ୍ଥିତ ଘୋଷଣା କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଦୁଇ ବର୍ଷ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଡବ୍ଲ୍ୟୁଏଚଓ ଏହି ରୋଗକୁ ଜନସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି। ଜନସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତିର ଅର୍ଥ ହେଉଛି ଏହି ରୋଗ ସମଗ୍ର ବିଶ୍ୱ ପାଇଁ ଚିନ୍ତାର ବିଷୟ ଏବଂ ଏହି ରୋଗକୁ ବଢିବାରୁ ରୋକିବା ପାଇଁ ତୁରନ୍ତ ଗବେଷଣା, ପାଣ୍ଠି, ପାରସ୍ପରିକ ସହଯୋଗ ଏବଂ କଠୋର ପଦକ୍ଷେପର ଆବଶ୍ୟକତା ରହିଛି ।

ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋରେ ମଙ୍କିପକ୍ସ ଏକ ବିପଜ୍ଜନକ ଷ୍ଟ୍ରେନ୍ ସାମ୍ନାକୁ ଆସିଛି। ଗତ ସପ୍ତାହରେ ଡବ୍ଲ୍ୟୁଏଚଓ ଏହି ରୋଗ କୁ ନେଇ ଏକ ଜରୁରୀ ବୈଠକ ଡାକିଥିଲା । ଏହାପରେ ଡବ୍ଲ୍ୟୁଏଚଓ ଡିଜି ଡକ୍ଟର ଟେଡ୍ରୋସ ଆଧାନମ୍ ଗେବ୍ରେୟେସୁସ୍ କହିଥିଲେ ଯେ କଙ୍ଗୋରେ ମିଳୁଥିବା ମଙ୍କିପକ୍ସର ନୂଆ ଷ୍ଟ୍ରେନ୍ ଅତ୍ୟନ୍ତ ମାରାତ୍ମକ ଏବଂ ଯଦି ଏହା ଆଫ୍ରିକାରୁ ବାହାରକୁ ଯାଏ ତେବେ ଏହା ସମଗ୍ର ବିଶ୍ୱରେ ବ୍ୟାପିବାର ଆଶଙ୍କା ରହିଛି।

କଙ୍ଗୋରେ ମିଳୁଥିବା ମଙ୍କିପକ୍ସ ଭୂତାଣୁର ନୂଆ ଷ୍ଟ୍ରେନ୍ ଏତେ ବିପଜ୍ଜନକ ଯେ ପ୍ରତି ୧୦ ଜଣ ସଂକ୍ରମିତଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥାଏ। କଙ୍ଗୋରେ ଆସିଥିବା ନୂଆ ଷ୍ଟ୍ରେନର ନାମ କ୍ଲେଡ୍ ୧ବି ରଖାଯାଇଛି। ଏହି ଭାରିଏଣ୍ଟ ଜଣେ ବ୍ୟକ୍ତିଙ୍କ ଠାରୁ ଅନ୍ୟ ଜଣକୁ ଘନିଷ୍ଠ ସଂସ୍ପର୍ଶରେ ଆସିଥାଏ। ଯୌନ ସମ୍ପର୍କ ମାଧ୍ୟମରେ ମଧ୍ୟ ଏହା ବ୍ୟାପିପାରେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe