‘କୋଭାକ୍ସିନ୍‌’ର ଜରୁରୀକାଳୀନ ବ୍ୟବହାର ଅନୁମୋଦନକୁ ଅକ୍ଟୋବର ୫ ପର୍ଯ୍ୟନ୍ତ ବିଳମ୍ବ କରାଇପାରେ ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’

Advertisment
‘କୋଭାକ୍ସିନ୍‌’ର ଜରୁରୀକାଳୀନ ବ୍ୟବହାର ଅନୁମୋଦନକୁ ଅକ୍ଟୋବର ୫ ପର୍ଯ୍ୟନ୍ତ ବିଳମ୍ବ କରାଇପାରେ ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’

Image Courtesy of India Today

ନୂଆଦିଲ୍ଲୀ: ହାଇଦ୍ରାବାଦସ୍ଥିତ ଔଷଧ କମ୍ପାନି ‘ଭାରତ ବାୟୋଟେକ୍‌’ ଉତ୍ପାଦିତ କୋଭିଡ୍‌-୧୯ ଟିକା ‘କୋଭାକ୍ସିନ୍‌’ର ‘ଜରୁରୀକାଳୀନ ବ୍ୟବହାର ସ୍ବୀକୃତି ଅନୁମୋଦନ’କୁ ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ ଅକ୍ଟୋବର ୫ ପର୍ଯ୍ୟନ୍ତ ବିଳମ୍ବ କରାଇପାରେ।

‘କୋଭାକ୍ସିନ୍‌’କୁ ‘ଜରୁରୀକାଳୀନ ବ୍ୟବହାର ସ୍ବୀକୃତି’ ଦେବା ନିମନ୍ତେ ଅକ୍ଟୋବର ୫ ତାରିଖ ଦିନ ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ର ‘ଷ୍ଟ୍ରାଟେଜିକ୍‌ ଆଡ୍‌ଭାଇଜରି ଗ୍ରୁପ୍‌ ଅଫ୍ ଏକ୍ସପର୍ଟସ୍‌ ଅନ୍‌ ଇମ୍ୟୁନାଇଜେସନ୍‌’ (ଏସ୍‌ଏଜିଇ) ବୈଠକ କରିବ ବୋଲି ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍‌ଆଇ’ ରିପୋର୍ଟ କରିଛି।

‘କୋଭାକ୍ସିନ୍‌’ର ପ୍ରଥମ, ଦ୍ବିତୀୟ ଏବଂ ତୃତୀୟ ପର୍ଯ୍ୟାୟ ନୈଦାନିକ ପରୀକ୍ଷା ଫଳାଫଳକୁ ଆଧାର କରି ଜାତିସଂଘର ସ୍ବତନ୍ତ୍ର ଏଜେନ୍‌ସି ‘ଏସ୍‌ଏଜିଇ’ର ଅଧିବେଶନରେ ‘ଜରୁରୀକାଳୀନ ବ୍ୟବହାର ସ୍ବୀକୃତି’ ଦିଆଯିବ ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି। ଏହି ଅଧିବେଶନରେ ମଧ୍ୟ ‘କୋଭାକ୍ସିନ୍‌’ର ବିପଣନ ପରବର୍ତ୍ତୀ ନିରାପତ୍ତା ଅଧ୍ୟୟନ, ପ୍ରତିରୋଧକ କ୍ଷମତା, ସଫଳତା ଏବଂ ଫଳପ୍ରଦତା ଆଦି ବିଚାର ହେବା ସହ ଟିକା ନିରାପତ୍ତା ତତ୍ତ୍ବାବଧାନ କ୍ଷେତ୍ରରେ ବୈଶ୍ବିକ, ଆଞ୍ଚଳିକ ଏବଂ ଦେଶସ୍ତରୀୟ ସଦ୍ୟତମ ବିବରଣୀ ସବୁ ସମୀକ୍ଷା ହେବ।

publive-image Image Courtesy of Zee News

‘ଏସ୍‌ଏଜିଇ ୱାର୍କିଙ୍ଗ୍‌ ଗ୍ରୁପ୍‌’ର ମୂଲ୍ୟାୟନ ଓ ସଂଗୃହୀତ କେତେକ ପ୍ରମାଣ ଆଧାରରେ ‘କୋଭାକ୍ସିନ୍‌’କୁ ‘ଜରୁରୀକାଳୀନ ବ୍ୟବହାର ସ୍ବୀକୃତି’ ଦେବା କଥା ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ବିଚାର କରିବ।

‘କୋଭାକ୍ସିନ୍‌’କୁ ‘ଜରୁରୀକାଳୀନ ବ୍ୟବହାର ତାଲିକାଭୁକ୍ତ’ କରିବା ଲାଗି ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ରେ ସମସ୍ତ ତଥ୍ୟାବଳି ଦାଖଲ କରି ମତାମତକୁ ଅ‌ପେକ୍ଷା କରିଥିବା କଥା ଶୁକ୍ରବାର ଦିନ ‘ଭାରତ ବାୟୋଟେକ୍‌’ କହିଛି।

ସୂଚନାଯୋଗ୍ୟ, ଏଯାବତ୍‌ ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ ‘ଫାଇଜର୍‌-ବାୟୋଏନ୍‌ଟେକ୍‌’, ‘ଆଷ୍ଟ୍ରାଜେନିକା’, ‘ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌’, ‘ମଡର୍ଣ୍ଣା’ ଏବଂ ‘ସାଇନୋଫାର୍ମ’ ନିର୍ମିତ କୋଭିଡ୍-୧୯ ନିରୋଧୀ ଟିକାଗୁଡ଼ିକୁ ‘ଜରୁରୀକାଳୀନ ବ୍ୟବହାର ସ୍ବୀକୃତି’ ପ୍ରଦାନ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe