ଆତ୍ମଘାତୀ ବିସ୍ଫୋରଣରେ ନିଜକୁ ଉଡ଼ାଇଦେଇଥିବା ଅବୁ ଇବ୍ରାହିମ ଅଲ-କୁରାସି କିଏ ?

Advertisment
ଆତ୍ମଘାତୀ ବିସ୍ଫୋରଣରେ ନିଜକୁ ଉଡ଼ାଇଦେଇଥିବା ଅବୁ ଇବ୍ରାହିମ ଅଲ-କୁରାସି କିଏ ?

ଆତମେ (ସିରିଆ) : ଗତ ବୁଧବାର ରାତିରେ ଆମେରିକୀୟ ସୈନ୍ୟଙ୍କ ଚଢଉ ବେଳେ ଆତ୍ମଘାତୀ ବୋମା ବିସ୍ଫୋରଣରେ ନିଜକୁ ଉଡ଼ାଇଦେଇଥିବା କୁଖ୍ୟାତ ଆତଙ୍କବାଦୀ ତଥା ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ(ଆଇଏସ)ର ମୁଖ୍ୟ ଅବୁ ଇବ୍ରାହିମ ଆଲ ହାସିମି ଅଲ କୁରାସିକୁ ନେଇ ସାରା ବିଶ୍ବରେ ଚର୍ଚ୍ଚା ଲାଗି ରହିଛି । ଆଇସିସ ପ୍ରତିଷ୍ଠାତା ଅଲ-ବାଗଦାଦି ତୁଳନାରେ ସେ କମ ଜଣାଶୁଣା ଥିଲା । କାରଣ ସେ ବାହ୍ୟ ଦୁନିଆ ସହ କମ ସଂପର୍କ ରଖୁଥିଲା । ଏଣୁ ତା ସମ୍ପର୍କରେ ଜାଣିବାକୁ ଉତ୍ସୁକତା ପ୍ରକାଶ ପାଇଛି ।

କୁରାସି ୧୯୭୬ରେ ଇରାକୀ ସହର ମୋସୁଲର ପଶ୍ଚିମରେ ଥିବା ଏକ ଛୋଟ ସହର ମୁହାଲାବିୟାରେ ଜନ୍ମ ହୋଇଥିଲା । ତା ବାପା ସ୍ଥାନୀୟ ଏକ ମସଜିଦରେ ଜଣେ ମୌଲବୀ ଥିଲେ । ୪୫ ବର୍ଷୀୟ ଅଲ ହାସିମି ଆଇଏସର ପୂର୍ବ ସଂଗଠନ ଇସଲାମିକ ଷ୍ଟେଟ୍ ଅଫ ଇରାକ ସମୟରୁ ହିଁ ସକ୍ରିୟ ରହିଆସିଥିଲା । ତାପୂର୍ବରୁ ସେ ସଦ୍ଦାମ ହୁସେନଙ୍କ ସେନାରେ କାର୍ଯ୍ୟ କରୁଥିଲା । ଆମେରିକା ଦ୍ବାରା ସଦ୍ଦାମ ହୁସେନଙ୍କ ସେନାକୁ ଭାଙ୍ଗି ଦେବାକୁ ନିଷ୍ପତ୍ତି ନେବା ପରେ ସେନାର ଅଧିକାଂଶ ଯବାନ ଆମେରିକା ବିରୋଧୀ ହୋଇ ଆତଙ୍କବାଦୀ ସଂଗଠନରେ ମିଶିଥିଲେ । ୨୦୧୯ ଅକ୍ଟୋବରରେ ଇସଲାମିକ ଷ୍ଟେଟର ସର୍ବୋଚ୍ଚ ନେତା ଅବୁ ବକର ଅଲ-ବାଗଦାଦି ଆମେରିକାର ଆକ୍ରମଣରେ ନିହତ ହେବା ପରେ  ଅବୁ ଇବ୍ରାହିମ ଅଲ ହାସିମ ଅଲ-କୁରାସିକୁ ସର୍ବୋଚ୍ଚ ନେତା ନିଯୁକ୍ତ କରାଯାଇଥିଲା ।

ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ତାହାର ପ୍ରକୃତ ନାଁ ଅଲ କୁରାସି କି ନା ତାହା କେହି ଜାଣିନାହାନ୍ତି । ତାର ଆଉ ଦୁଇଟି ନାଁ ମଧ୍ୟ ଅଛି- ଅବଦୁଲ୍ଲା ଅମିର ମହମ୍ମଦ ସଇଦ ଅଲ- ମଓ୍ବଲା ଏବଂ ହାଜି ଅବଦୁଲ୍ଲା ଅଲ କରଦାସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe