ସୁନା ଝିଅ ସୋଫିଆ: ୧୭ ବର୍ଷ ବୟସରୁ ସେନାରେ, ୩୫ ବର୍ଷରେ ପାଲଟିଲେ ଦେଶର ଗର୍ବ

Advertisment

ବୁଧବାର ଦିନ ଦୁଇ ମହିଳା ଅଧିକାରୀ କର୍ଣ୍ଣେଲ ସୋଫିଆ କ୍ୟୁରେସି ଏବଂ ୱିଙ୍ଗ କମାଣ୍ଡର ଭୋମିକା ସିଂହ ପହଲଗାମ୍ ଆତଙ୍କବାଦୀ ଆକ୍ରମଣରର ପ୍ରତିଶୋଧ ଭାବେ ଭାରତୀୟ ସେନାର 'ଅପରେସନ୍ ସିନ୍ଦୂର' ବିଷୟରେ ସୂଚନା ଦେଇଛନ୍ତି।

ବୁଧବାର ଦିନ ଦୁଇ ମହିଳା ଅଧିକାରୀ କର୍ଣ୍ଣେଲ ସୋଫିଆ କ୍ୟୁରେସି ଏବଂ ୱିଙ୍ଗ କମାଣ୍ଡର ଭୋମିକା ସିଂହ ପହଲଗାମ୍ ଆତଙ୍କବାଦୀ ଆକ୍ରମଣରର ପ୍ରତିଶୋଧ ଭାବେ ଭାରତୀୟ ସେନାର 'ଅପରେସନ୍ ସିନ୍ଦୂର' ବିଷୟରେ ସୂଚନା ଦେଇଛନ୍ତି।

ଜଚୁତିୂ

ନୂଆଦିଲ୍ଳୀ: ବୁଧବାର ଦିନ ଦୁଇ ମହିଳା ଅଧିକାରୀ କର୍ଣ୍ଣେଲ ସୋଫିଆ କ୍ୟୁରେସି ଏବଂ ୱିଙ୍ଗ କମାଣ୍ଡର ଭୋମିକା ସିଂହ ପହଲଗାମ୍ ଆତଙ୍କବାଦୀ ଆକ୍ରମଣରର ପ୍ରତିଶୋଧ ଭାବେ ଭାରତୀୟ ସେନାର 'ଅପରେସନ୍ ସିନ୍ଦୂର' ବିଷୟରେ ସୂଚନା ଦେଇଛନ୍ତି। ବୈଦେଶିକ ସଚିବ ବିକ୍ରମ ମିଶ୍ରୀଙ୍କ ସହ ଏହି ଦୁଇ ବୀର ନାରୀ ଗଣମାଧ୍ୟମକୁ ସମ୍ବୋଧିତ କରିଛନ୍ତି।

ତେବେ ଆପଣ ଭାବୁଥିବେ ଯେ କର୍ଣ୍ଣେଲ ସୋଫିଆ କ୍ୟୁରେସି କିଏ? ତାଙ୍କ ବୟସ କେତେ ଓ କେତେ ବର୍ଷର ଅଭିଜ୍ଞତା ରହିଛି ତାଙ୍କ ନିକଟରେ? ତାଙ୍କ ଘର କେଉଁଠି? ସେ ସଂପର୍କରେ ଟିକ୍‌ନିକ୍‌ କଥା ଜାଣିବା।

ସୋଫିଆ କ୍ୟୁରେସି ଭାରତୀୟ ସେନାର ସିଗନାଲ କର୍ପସର ଜଣେ ସମ୍ମାନିତ ଅଧିକାରୀ। ତାଙ୍କୁ ୩୫ ବର୍ଷ ବୟସ। ତୁଳନାତ୍ମକ ଭାବରେ ଖୁବ୍ କମ୍ ବୟସରେ ସେ ମହିଳା ଏବଂ ଭାରତୀୟ ସେନା ଉଭୟ ପାଇଁ ଇତିହାସ ସୃଷ୍ଟି କରିଛନ୍ତି। 

୧୯୯୯ ମସିହାରେ ତାଙ୍କୁ ୧୭ ବର୍ଷ ବୟସ ହୋଇଥିବା ବେଳେ ସେ ସର୍ଟ ସର୍ଭିସ କମିସନ୍‌ରେ ସେନାରେ ଭର୍ତ୍ତି‌ ହୋଇଥିଲେ।ସୋଫିଆ ୨୦୧୬ ମସିହା ମାର୍ଚ୍ଚ ମାସରେ ଏକ ବହୁରାଷ୍ଟ୍ରୀୟ ସାମରିକ ଅଭ୍ୟାସରେ ଏକ ସେନା କଣ୍ଟିଜେଣ୍ଟର ନେତୃତ୍ୱ ନେଇଥିବା ପ୍ରଥମ ମହିଳା ଅଧିକାରୀ ହୋଇଥିଲେ।

ସାମରିକ ଅଭ୍ୟାସର ନାମ ଥିଲା 'ଏକ୍ସରସାଇଜ୍ ଫୋର୍ସ ୧୮'। ଏହା ଭାରତ ଦ୍ୱାରା ଆୟୋଜିତ ସର୍ବବୃହତ ବିଦେଶୀ ସାମରିକ ଅଭ୍ୟାସ ମଧ୍ୟରୁ ଗୋଟିଏ ଥିଲା। ଅଂଶଗ୍ରହଣକାରୀମାନଙ୍କ ମଧ୍ୟରେ ଭାରତ, ଜାପାନ, ଚୀନ୍, ରୁଷିଆ, ଯୁକ୍ତରାଷ୍ଟ୍ର, କୋରିଆ, ନ୍ୟୁଜିଲ୍ୟାଣ୍ଡ ଏବଂ ଅଷ୍ଟ୍ରେଲିଆ ସହିତ ଦକ୍ଷିଣପୂର୍ବ ଏସୀୟ ରାଷ୍ଟ୍ର ସଂଘର ସଦସ୍ୟମାନେ ସାମିଲ ଥିଲେ।

ଏହି ସମରାଭ୍ୟାସରେ ଗୋଟ ୧୮ ଦଳ ଅଂଶଗ୍ରହଣ କରିଥିବା ବେଳେ କର୍ଣ୍ଣେଲ ସୋଫିଆ କ୍ୟୁରେସି ଥିଲେ ଏକମାତ୍ର ମହିଳା ଅଧିକାରୀ। ଯିଏ ଏକ ଦଳର ନେତୃତ୍ୱ ଦେଇଥିଲେ।

ସୋଫିଆ ୨୦୦୬ ମସିହାରେ କଙ୍ଗୋଠାରେ ଜାତିସଂଘ ଶାନ୍ତିରକ୍ଷା ମିଶନରେ କାର୍ଯ୍ୟ କରିଥିଲେ। ସେ ୨୦୧୦ ମସିହାରୁ ଶାନ୍ତିରକ୍ଷା ଅଭିଯାନ (ପିକେଓଏସ୍‌) ସହିତ ଜଡିତ ଅଛନ୍ତି।

କର୍ଣ୍ଣେଲ କ୍ୟୁରେସି ଗୁଜରାଟର ବାସିନ୍ଦା। ଜୈବ ରସାୟନ ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ତାଙ୍କ ଜେଜେବାପା ଭାରତୀୟ ସେନାରେ କାର୍ଯ୍ୟରତ ଥିଲେ। ସେ ମେଜର୍‌ ତାଜୁଦ୍ଦିନ୍‌ କ୍ୟୁରେସିଙ୍କୁ ବିବାହ କରିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe