ବିଜେପି, କଂଗ୍ରେସ, ଆପ୍‌କୁ କିଏ ପାଣ୍ଠି ଯୋଗାଉଛି?

Advertisment

୨୦୨୩-୨୪ ଆର୍ଥିକ ବର୍ଷରେ  ବିଜେପି  ନିର୍ବାଚନୀ ଚାନ୍ଦାରେ ସର୍ବାଧିକ ଲାଭବାନ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦଳ ୮୩୫୮ଟି ଦାନରୁ ୨୨୪୩.୯୪୭ କୋଟି ଟଙ୍କା ପାଇଥିବା ଘୋଷଣା କରିଛି।

୨୦୨୩-୨୪ ଆର୍ଥିକ ବର୍ଷରେ  ବିଜେପି  ନିର୍ବାଚନୀ ଚାନ୍ଦାରେ ସର୍ବାଧିକ ଲାଭବାନ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦଳ ୮୩୫୮ଟି ଦାନରୁ ୨୨୪୩.୯୪୭ କୋଟି ଟଙ୍କା ପାଇଥିବା ଘୋଷଣା କରିଛି।

sgfxxvcxvc

ନୂଆଦିଲ୍ଲୀ: ୨୦୨୩-୨୪ ଆର୍ଥିକ ବର୍ଷରେ  ବିଜେପି  ନିର୍ବାଚନୀ ଚାନ୍ଦାରେ ସର୍ବାଧିକ ଲାଭବାନ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦଳ ୮୩୫୮ଟି ଦାନରୁ ୨୨୪୩.୯୪୭ କୋଟି ଟଙ୍କା ପାଇଥିବା ଘୋଷଣା କରିଛି। ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର) ପକ୍ଷରୁ ପ୍ରକାଶିତ ଏକ ନୂତନ ରିପୋର୍ଟ ଅନୁଯାୟୀ କଂଗ୍ରେସ ୧୯୯୪ଟି ଦାନରୁ ୨୮୧.୪୮ କୋଟି ଟଙ୍କା ଚାନ୍ଦା ପାଇ ଦ୍ୱିତୀୟ ସ୍ଥାନରେ ରହିଛି। ରିପୋର୍ଟ ଅନୁଯାୟୀ, ୨୦୨୩-୨୪ ଆର୍ଥିକ ବର୍ଷରେ ବିଜେପି ଯେତିକି ପାଇଛି ତାହା କଂଗ୍ରେସ, ଆପ୍, ଏନ୍‌ପିପି ଏବଂ ସିପିଆଇ(ଏମ୍) ମିଳିତ ଭାବେ ପାଇଥିବା ମୋଟ ଦାନର ୬ ଗୁଣରୁ ଅଧିକ ଥିଲା। ସୋମବାର ପ୍ରକାଶିତ ଏଡିଆର୍ ରିପୋର୍ଟରେ ୨୦୨୩-୨୪ ଆର୍ଥିକ ବର୍ଷରେ ଜାତୀୟ ରାଜନୈତିକ ଦଳଗୁଡ଼ିକୁ ମିଳିଥିବା ୨୦,୦୦୦ ଟଙ୍କାରୁ ଅଧିକ ଚାନ୍ଦା ବାବଦରେ ନିର୍ବାଚନ ଆୟୋଗଙ୍କ ତଥ୍ୟକୁ ବିଶ୍ଳେଷଣ କରାଯାଇଛି। ଜାତୀୟ ଦଳଗୁଡ଼ିକ ମଧ୍ୟରେ ବିଜେପି, କଂଗ୍ରେସ, ବହୁଜନ ସମାଜ ପାର୍ଟି (ବିଏସ୍‌ପି), ଆମ୍ ଆଦମୀ ପାର୍ଟି (ଆପ୍),  ସିପିଆଇ(ଏମ୍) ଓ ନ୍ୟାସନାଲ ପିପୁଲ୍ସ ପାର୍ଟି (ଏନ୍‌ପିପି) ରହିଛନ୍ତି। ଏଡିଆର ରିପୋର୍ଟରେ କୁହାଯାଇଛି ଯେ ୨୦୨୩-୨୪ ଆର୍ଥିକ ବର୍ଷରେ ଜାତୀୟ ଦଳଗୁଡ଼ିକୁ ସର୍ବାଧିକ (୩,୭୫୫ଟି ଦାନ) କର୍ପୋରେଟ/ବ୍ୟବସାୟିକ କ୍ଷେତ୍ର ଦ୍ୱାରା କରାଯାଇଛି - ଯାହାର ପରିମାଣ ୨୨୬୨.୫ କୋଟି ଟଙ୍କା (ମୋଟ ଦାନର ୮୮.୯%)। ମୋଟ କର୍ପୋରେଟ୍ ଚାନ୍ଦାର ସର୍ବାଧିକ ବିଜେପିକୁ ମିଳିଛି। ୨୦୨୩-୨୪ ଆର୍ଥିକ ବର୍ଷରେ କର୍ପୋରେଟ୍ କ୍ଷେତ୍ରରୁ ୩୪୭୮ଟି ଦାନ ବିଜେପିକୁ ଦିଆଯାଇଥିବା ବେଳେ ୪୬୨୮ଜଣ ବ୍ୟକ୍ତିଗତ ଦାତା ଦଳକୁ ୧୬୯.୧୨୬ କୋଟି ଟଙ୍କା ଦାନ କରିଛନ୍ତି। ସେହିପରି ୨୦୨୩-୨୪ ଆର୍ଥିକ ବର୍ଷରେ କଂଗ୍ରେସକୁ କର୍ପୋରେଟ୍ କ୍ଷେତ୍ରରୁ ମୋଟ ୧୯୦.୩ କୋଟି ଟଙ୍କା ଏବଂ ୧୮୮୨ ଜଣ ବ୍ୟକ୍ତିଗତ ଦାତାଙ୍କ ଜରିଆରେ ୯୦.୮୯୯ କୋଟି ଟଙ୍କାର ପାଣ୍ଠି ମିଳିଛି।

ରାଜନୈତିକ ଦଳଗୁଡ଼ିକର ଶ୍ରେଷ୍ଠ ୧୦ ଦାତା
ଏଡିଆର୍ ରିପୋର୍ଟରେ ଜାତୀୟ ରାଜନୈତିକ ଦଳଗୁଡ଼ିକୁ ଦାନ ଦେଇଥିବା ଶ୍ରେଷ୍ଠ ୧୦ ଜଣ ଦାତାଙ୍କ ନାମ ଉଲ୍ଲେଖ କରାଯାଇଛି। ସେମାନେ ହେଲେ-
    ପ୍ରୁଡେଣ୍ଟ ଇଲେକ୍ଟୋରାଲ ଟ୍ରଷ୍ଟ: ବିଜେପି ଓ କଂଗ୍ରେସକୁ ମିଳିତ ଭାବେ ୮୮୦ କୋଟି ଟଙ୍କା ଦାନ କରିଛି। ଟ୍ରଷ୍ଟ ବିଜେପିକୁ ୭୨୩.୬ କୋଟି ଟଙ୍କା (ଦଳକୁ ମିଳିଥିବା ମୋଟ ପାଣ୍ଠିର ୩୨.୨୫%) ଏବଂ କଂଗ୍ରେସକୁ ୧୫୬.୪ କୋଟି ଟଙ୍କା (ଦଳକୁ ମିଳିଥିବା ମୋଟ ପାଣ୍ଠିର ୫୫.୫୬%) ଦାନ କରିଛି।
    ଟ୍ରାୟାମ୍ଫ ଇଲେକ୍ଟୋରାଲ ଟ୍ରଷ୍ଟ ବିଜେପିକୁ ୧୨୭.୫୦ କୋଟି ଟଙ୍କା ଦାନ କରିଛି।
    ଡିରାଇଭ୍ ଇନ୍‌ଭେଷ୍ଟମେଣ୍ଟସ୍ ବିଜେପିକୁ ୫୦ କୋଟି ଓ କଂଗ୍ରେସକୁ ୩.୨ କୋଟି ଦାନ କରିଛି।
    ଏକମେ ସୋଲାର ଏନର୍ଜି ପ୍ରାଇଭେଟ୍ ଲିମିଟେଡ୍ ୫୧ କୋଟି ଟଙ୍କା ଦାନ କରିଛି।
    ରୁଙ୍ଗଟା ସନ୍ସ ପ୍ରାଇଭେଟ୍ ଲିମିଟେଡ୍ ୫୦ କୋଟି ଟଙ୍କା ଦାନ କରିଛି।
    ଭାରତ ବାୟୋଟେକ୍ ଇଣ୍ଟରନ୍ୟାସନାଲ ଲିମିଟେଡ୍ ୫୦ କୋଟି ଟଙ୍କା ଦାନ କରିଛି।
    ଆଇଟିସି ଇନ୍‌ଫୋଟେକ୍ ଇଣ୍ଡିଆ ଲିମିଟେଡ୍ ୮୦ କୋଟି ଟଙ୍କା ଦାନ କରିଛି।
    ଦିନେଶ ଚନ୍ଦ୍ର ଆର୍ ଅଗ୍ରୱାଲ ଇନଫ୍ରାକନ୍ ପ୍ରାଇଭେଟ୍ ଲିମିଟେଡ୍ ବିଜେପିକୁ ୩୦ କୋଟି ଟଙ୍କା ଦାନ କରିଛି।
    ଦିଲୀପ ବିଲ୍ଡକନ୍ ଲିମିଟେଡ୍ ୨୯ କୋଟି ଟଙ୍କା ଦାନ କରିଛି।
    ମାକ୍ରୋଟେକ୍ ଡେଭଲପର୍ସ ଲିମିଟେଡ୍ ୨୭ କୋଟି ଟଙ୍କା ଦାନ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe