ପରବର୍ତ୍ତୀ ଅଦଳବଦଳରେ ମୋଦୀଙ୍କ କ୍ୟାବିନେଟ୍‌ରେ କିଏ?

Advertisment
ପରବର୍ତ୍ତୀ ଅଦଳବଦଳରେ ମୋଦୀଙ୍କ କ୍ୟାବିନେଟ୍‌ରେ କିଏ?

Image Courtesy of India Today

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀଙ୍କ କ୍ୟାବିନେଟ୍‌ରେ ଅଦଳବଦଳ ସମ୍ଭାବନା ରହିଛି। ତେବେ ମୋଦୀଙ୍କ କ୍ୟାବିନେଟ୍‌ରେ କିଏ ସ୍ଥାନ ପାଇବ ଏବଂ କିଏ ବାଦ୍‌ ପଡ଼ିବ ତାହାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି। ଏହା ମଧ୍ୟରେ ବିହାର ନିର୍ବାଚନ ଶେଷ ହୋଇଛି। ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ମାତ୍ର ବିହାର ବିଜେପିର ପ୍ରମୁଖ ନେତା ସୁଶୀଲ କୁମାର ମୋଦୀ ନୀତୀଶ ସରକାରରେ ସ୍ଥାନ ପାଇ ନାହାନ୍ତି। ତାଙ୍କୁ ଏଥର ଉପ ମୁଖ୍ୟମନ୍ତ୍ରୀ ଭାବେ ନିଆଯାଇ ନାହିଁ। ସୁଶୀଲ ମୋଦୀଙ୍କୁ କେନ୍ଦ୍ର କ୍ୟାବିନେଟ୍‌ରେ ସ୍ଥାନ ମିଳିବା ନେଇ ଆଲୋଚନା ହେଉଛି। ଏହା ବ୍ୟତୀତ ଜେଡିୟୁକୁ ମଧ୍ୟ କେନ୍ଦ୍ର କ୍ୟାବିନେଟ୍‌ରେ ସାମିଲ ହେବାକୁ ବିଜେପି ଗୁରୁତ୍ବାରୋପ କରିବ।

ସେହିଭଳି ମଧ୍ୟପ୍ରଦେଶର କମଲନାଥ ସରକାରକୁ କ୍ଷମତାଚ୍ୟୁତ କରିବାରେ ସହାୟକ ହୋଇଥିବା ପୂର୍ବତନ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ବିଜେପି ପୁରସ୍କୃତ କରିବାକୁ ଚାହୁଛି। ନିକଟରେ ଶେଷ ହୋଇଥିବା ମଧ୍ୟପ୍ରଦେଶ ଉପନିର୍ବାଚନରେ ମଧ୍ୟ ବିଜେପି ଅତି ଭଲ ଫଳାଫଳ ପ୍ରଦର୍ଶନ କରିଛି। ଏହାର ଶ୍ରେୟ ମଧ୍ୟ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ କିଛି ମାତ୍ରାରେ ଯାଉଛି। ଗତ ଉପନିର୍ବାଚନରେ ମଧ୍ୟପ୍ରଦେଶରେ ବିଜେପି ମୋଟ ୨୮ ଆସନରୁ ୧୯ଟିରେ ବିଜୟୀ ହୋଇଛି। ଏଣୁ ଜ୍ୟୋତିରାଦିତ୍ୟଙ୍କୁ ମୋଦୀଙ୍କ କ୍ୟାବିନେଟ୍‌ରେ ସ୍ଥାନ ମିଳିବା ନିଶ୍ଚିତ ବୋଲି ଚର୍ଚ୍ଚା ହେଉଛି।
ଆସାମରେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିବା ହିମନ୍ତ ବିଶ୍ବ ଶର୍ମାଙ୍କୁ ମଧ୍ୟ କେନ୍ଦ୍ର କ୍ୟାବିନେଟ୍‌ରେ ସ୍ଥାନ ମିଳିବ ବୋଲି ଚର୍ଚ୍ଚା ହେଉଛି। ୨୦୧୫ରେ ହିମନ୍ତ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେବାପରେ ଆସାମରେ ବିଜେପିର ସ୍ଥିତି ସୁଦୃଢ ହୋଇପାରିଛି। ଏଣୁ ହିମନ୍ତଙ୍କ ନାମ ମୋଦୀଙ୍କ କ୍ୟାବିନେଟ୍‌ରେ ରହିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଆସାମ ବ୍ୟତୀତ ଅନ୍ୟ ୪ ପ୍ରଦେଶ ଯଥା- ପଶ୍ଚିମବଙ୍ଗ, ତାମିଲନାଡୁ, ପୁଡୁଚେରି ଓ କେରଳରେ ଆସନ୍ତାବର୍ଷ ନିର୍ବାଚନ ହେବାକୁ ଯାଉଛି। ପଶ୍ଚିମବଙ୍ଗରୁ ରୂପା ଗାଙ୍ଗୁଲି, ଏସ୍‌.ଏସ୍‌. ଆଲୁୱାଲିଆ କିମ୍ବା ଲକେଟ୍‌ ଚାଟାର୍ଜୀ ମଧ୍ୟରୁ କେହି ବି ମୋଦୀଙ୍କ କ୍ୟାବିନେଟ୍‌ରେ ସ୍ଥାନ ପାଇପାରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe