କଲେଜ୍‌ ଶତ୍ରୁତାରୁ ଗୋଷ୍ଠୀ ଯୁଦ୍ଧ: ଜିତେନ୍ଦ୍ର ଗୋଗି କିଏ?

Advertisment
କଲେଜ୍‌ ଶତ୍ରୁତାରୁ ଗୋଷ୍ଠୀ ଯୁଦ୍ଧ: ଜିତେନ୍ଦ୍ର ଗୋଗି କିଏ?

indiatoday.in

ନୂଆଦିଲ୍ଲୀ : ଗ୍ୟାଙ୍ଗଷ୍ଟର ଜିତେନ୍ଦ୍ର ଓରଫ୍‌ ଗୋଗିକୁ ଶୁକ୍ରବବାର ଦିଲ୍ଲୀର ରୋହିଣି କୋର୍ଟରେ ଗୁଳିକରି ହତ୍ୟା କରାଯାଇଛି। ଯେଉଁମାନେ ଜିତେନ୍ଦ୍ର ଗୋଗିଙ୍କୁ ହତ୍ୟା କରିଛନ୍ତି ସେମାନେ ତିଲ୍ଲୁ ତାଜପୁରିଆ ଗୋଷ୍ଠୀର ବୋଲି ଜଣାପଡ଼ିଛି। ଶୁକ୍ରବାର ଦିଲ୍ଲୀ କୋର୍ଟରେ ହୋଇଥିବା ଗୁଳିକାଣ୍ଡ ଯୋଗୁଁ ୩ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଜଣେ ଆଇନଜୀବୀ ଆହତ ‌ହୋଇଛନ୍ତି। ତେବେ ଏହି ଘଟଣା ୨ ଗ୍ୟାଙ୍ଗଷ୍ଟର ଗୋଷ୍ଠୀ ତଥା ଗୋଗି ଏବଂ ତିଲ୍ଲୁ ତାଜପୁରିଆ ମଧ୍ୟରେ ଥିବା ପୂର୍ବ ବିବାଦକୁ ପଦାକୁ ଆଣିଛି। ଗୋଗି ଏବଂ ତିଲ୍ଲୁ ତାଜପୁରିଆ ଦିନେ ୨ ବନ୍ଧୁ ଥିଲେ। ତେବେ ୨୦୧୦ରେ ବିବାଦ ଆରମ୍ଭ ହୋଇଥିଲା। ଦିଲ୍ଲୀରେ କଲେଜ୍‌ ଛାତ୍ର ସଂଗଠନ ନିର୍ବାଚନରୁ ବିବାଦର ଆରମ୍ଭ ହୋଇଥିଲା ଏବଂ ପରେ ଏହା ଗୋଷ୍ଠୀ ଯୁଦ୍ଧରେ ପରିଣତ ହେଲା। ୨୦୧୮ରେ ଗୋଗି ଏବଂ ତିଲ୍ଳୁ ଗ୍ୟାଙ୍ଗ୍‌ ମଧ୍ୟରେ ବୁରାଡ଼ିରେ ଗୋଷ୍ଠୀ ଯୁଦ୍ଧ ହୋଇଥିଲା। ଏଥିଯୋଗୁଁ ୩ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ୫ ଜଣ ଆହତ ହୋଇଥିଲେ। ୨ ଗୋଷ୍ଠୀ ମଧ୍ୟରେ ଲଢ଼େଇ ‌ଯୋଗୁଁ ଏଯାବତ୍‌ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି।

ଜିତେନ୍ଦ୍ର ଗୋଗି କିଏ ?
ଗ୍ୟାଙ୍ଗଷ୍ଟର୍ ଜିତେନ୍ଦ୍ର ମନ୍ନ ଓରଫ୍‌ ଗୋଗିକୁ ଶୁକ୍ରବାର କୋର୍ଟରେ ହତ୍ୟା କରାଯାଇଛି । ଦିଲ୍ଲୀ-ହରିୟାଣା ସୀମା ସ୍ଥିତ ଆଲିପୋର ଅଞ୍ଚଳର ବାସିନ୍ଦା ଗୋଗି ଦିଲ୍ଲୀ ପୁଲିସର ମୋଷ୍ଟ ୱାଣ୍ଟେଡ୍‌ ଲିଷ୍ଟ୍‌ରେ ସେ ଥିଲା। ତିହାର ଜେଲ୍‌ରେ ଜଣେ ଦୁବାଇ ବ୍ୟବସାୟୀଙ୍କଠାରୁ ୫ କୋଟି ଦାବି କରି ବି ସେ ଖବରରେ ଥିଲା। ଜିତେନ୍ଦ୍ର ଗୋଗି ତା’ ଗ୍ୟାଙ୍ଗ୍‌ର ବ୍ୟବସାୟ ପରିଚାଳନା କରୁଥିଲା। ଦାଦାବଟି ଆଦାୟ ସହ, ଅପହରଣ, ହତ୍ୟା‌ ଏବଂ ଜେଲ୍‌ରେ ହତ୍ୟା ଭଳି କାର୍ଯ୍ୟ ସହ ତା’ର ଗ୍ୟାଙ୍ଗ୍‌କୁ ଜିତେନ୍ଦ୍ର ପରିଚାଳନା କରୁଥିଲା। ଗୋଗି ପୁଲିସ ହାଜତରୁ ୩ ଥର ଖସିଛି। ୨୦୧୬ ଜୁଲାଇ ୩୦ ସକାଳେ ସେ ବାହାଦୁରଗଡ଼ ଦିଲ୍ଲୀ ପୁଲିସ ହାଜତରୁ ଖସି ଆସିଥିଲା।

ତିଲ୍ଲୁ ତାଜପୁରିଆ ସହ ଶ୍ରତୁତା
ଅନ୍ୟପକ୍ଷେ ତିଲ୍ଲୁ ତାଜପୁରିଆ ତିହାର ଜେଲ୍‌ରୁ ନିଜ ଗ୍ୟାଙ୍ଗ୍‌ ପରିଚାଳନା କରୁଛି। ୨ ଗୋଷ୍ଠୀ ମଧ୍ୟରେ ଯୁଦ୍ଧ ୨୦୧୦ରେ ଆରମ୍ଭ ହୋଇଥିଲା। ୨୦୧୩ରେ ଅନ୍ୟ ଜଣେ ଗ୍ୟାଙ୍ଗଷ୍ଟର ନିତୁ ଡାବୋଡିଆ ପୁଲିସ ଗୁଳିରେ ନିହତ ହୋଇଥିବା ବେଳେ ନିଜକୁ ଦିଲ୍ଲୀ ଡନ୍‌ କହୁବା ନିରଜ ବି ଜେଲ୍‌ ଗଲା। ଏହାପରେ ଜିତେନ୍ଦ୍ର ଗୋଗି ଏବଂ ତିଲ୍ଲୁ ତାଜପୁରିଆ ଗୋଷ୍ଠୀ ମଧ୍ୟରେ ବିବାଦ ଘନେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe