ନୂଆଦିଲ୍ଲୀ: ଜିକ୍ରା... ଜିକ୍ରା... ଜିକ୍ରା... କିଏ ସେ ଜିକ୍ରା ? ଯାହାକୁ ନେଇ ଦିଲ୍ଲୀରେ ପଡିଛି ଚହଳ । ସୀଲମପୁର ହତ୍ୟାକାମ୍ଡ ପରେ ଏହି ଜିକ୍ରା ନାଁକୁ ନେଇ ସବୁଠି ଭାରି ଜୋରରେ ଚର୍ଚ୍ଚା । କୁହାଯାଉଛି ଜିକ୍ରା ହେଉଛି ଦିଲ୍ଲୀର ଲେଡି ଡନ୍ । ସେ ନିଜକୁ ଲେଡି ଡନ କହି ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇଛି । ସୀଲମପୁର ନାବାଳକ ହତ୍ୟାକାଣ୍ଡରେ ଏହି ଜିକ୍ରାର ହାତ ଥିବା ବେଳେ ତାକୁ ପୋଲିସ ଅଟକ ରଖିଛି । 

Advertisment

ଜିକ୍ରା ସୀଲମପୁରର ବାସିନ୍ଦା । ସିଏ ନିଜକୁ ସ୍ଥାନୀୟ ଅଞ୍ଚଳରେ ଲେଡି ଡନ ବୋଲି କୁହେ ଏବଂ ସବୁବେଳେ ସାଙ୍ଗରେ ମାରଣାସ୍ତ୍ର ଧରି ବୁଲେ । କେବେ ବନ୍ଧୁକ ତ କେବେ ଛୁରୀ ଧରି ବୁଲିବାର ଲୋକେ ତାକୁ ଦେଖିଛନ୍ତି । ଲୋକଙ୍କ ଧମକ ଚମକ ଦେଉଥିବା ଏହି ଲେଡି ଡନ ନାଁରେ ଅନେକ ମାମଲା । 

ତେବେ କୁହାଯାଉଛି ଦିଲ୍ଲୀର କୁଖ୍ୟାତ ଅପରାଧୀ ହାଶିମ ବାବା ଗ୍ୟାଙ୍ଗ ସହ ଜିକ୍ରାର ଲିଙ୍କ ରହିଛି । ଯଦିଓ ହାଶିମ ବାବା ଏବେ ଜେଲରେ କିନ୍ତୁ ଜିକ୍ରା ନିଜେ ଗୋଟେ ଗ୍ୟାଙ୍ଗ ଗଢିଛି । ଅତୀତରେ ଗ୍ୟାଙ୍ଗଷ୍ଟର ଗ୍ୟାଙ୍ଗ୍ ସହ ସମ୍ପୃକ୍ତ ଥିବାବେଳେ ସେ ଏବେ ନିଜେ ଗୋଟେ ଗ୍ୟାଙ୍ଗ ଗଢି ୧୦ରୁ ୧୫ ଜଣ ଯୁବକଙ୍କୁ ରଖିଛି ଏବଂ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳାଇ ଦେଇଛି । 

ଅଧିକ ପଢନ୍ତୁ-

https://sambad.in/india-and-beyond/delhi-seelampur-murder-case-lady-don-zikra-has-been-detained-by-police-8976934

ଜିକ୍ରାକୁ ଅନେକ ସମୟରେ ମାରଣାସ୍ତ୍ର ଧରି ରିଲ୍ସ କରିବା ଦେଖିବାକୁ ମିଳେ । ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ରହୁଥିବା ଜିକ୍ରା ଇନଷ୍ଟାରେ ମାରଣାସ୍ତ୍ର ଧରି ଭିଡିଓ ଛାଡେ । ଗତ କିଛି ଦିନ ତଳେ ଜିକ୍ରା ଜେଲରୁ ଫେରିଛି । ଦେଶୀ ବନ୍ଧୁକ ଧରି ଭିଡିଓ କରିବା ଅଭିଯୋଗରେ ତାକୁ ଗିରଫ କରାଯାଇଥିଲା ।