୨୨ଯବାନଙ୍କୁ ହତ୍ୟା କରି ଦେଶକୁ ଥରାଇ ଦେଇଥିବା ମାଓ ନେତା ହିଡମା କିଏ? ଜାଣନ୍ତୁ

Advertisment
୨୨ଯବାନଙ୍କୁ ହତ୍ୟା କରି ଦେଶକୁ ଥରାଇ ଦେଇଥିବା ମାଓ ନେତା ହିଡମା କିଏ? ଜାଣନ୍ତୁ

ବିଜାପୁର: ଗତକାଲିଠାରୁ ମାଓବାଦୀ ଏବଂ ଯବାନଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଗୁଳିବିନିମୟର ଏକ ଦୁଃଖଦ ଅନ୍ତ ଘଟିଛି। ଏହି ଗୁଳିବିନିମୟରେ ୨୨ଜଣ ଯବାନ ସହିଦ ହେବା ସହ ୩୧ରୁ ଅଧିକ ଜଣ ଆହତ ହୋଇଛନ୍ତି। ତେବେ ୨୨ଜଣ ଯବାନଙ୍କୁ ମାଓ ନେତା ହିଡମା ହତ୍ୟା କରିଥିବା ଜଣାପଡ଼ିବା ପରେ ଯବାନଙ୍କୁ ହତ୍ୟା କରିଥିବା ଏ ହିଡମା କିଏ? ‌ସେ ପ୍ରଶ୍ନ ଏବେ ସବୁ ଦେଶବାସୀଙ୍କ ମନରେ।

ମିଳିଥିବା ସୂଚନା ମୁତାବକ, ସୁକମା ଜିଲ୍ଲାର ପୁଭର୍ଟି ଗାଁର ଜଣେ ଆଦିବାସୀ ହେଉଛି ହିଡମା । ସେ ୯୦ଦଶକରେ ବିଦ୍ରୋହୀମାନଙ୍କ ସହ ହାତ ମିଳାଇଥିଲା। ହିଡମା ପିପୁଲ୍ସ ଲିବରେସନ୍ ଗରିଲା ସୈନ୍ୟବାହିନୀର ବାଟାଲିୟନ ନମ୍ବର ୧ର ମୁଖ୍ୟ ଏବଂ ସେ ଭୟଙ୍କର ତଥା ମାରାତ୍ମକ ଆକ୍ରମଣ ପାଇଁ ଜଣାଶୁଣା। ମହିଳାଙ୍କ ସମେତ ପ୍ରାୟ ୧୮୦ରୁ ୨୫୦ମାଓବାଦୀ ତା’ ଅଧିନରେ କାମ କରୁଥିବା ସହ ସେ ମାଓବାଦୀ ଦଣ୍ଡକାରନ୍ୟ ସ୍ପେଶାଲ ଜୋନାଲ କମିଟିର ସଦସ୍ୟ ବୋଲି ଜଣାପଡ଼ିଛି।

 indiatoday

ଶନିବାର ନକ୍ସଲ ପ୍ରଥମେ ପୁଲିସକୁ ଗୁପ୍ତ ସୂଚନା ପଠାଇ କହିଥିଲେ ଯେ, ଜଙ୍ଗଲରେ ହିଡମା କିଛି ମାଓବାଦୀଙ୍କୁ ନେଇ କ୍ୟାମ୍ପ କରି ରହିଛି। ଯବାନ ସୂଚନା ପାଇବା ମାତ୍ରେ ଜଙ୍ଗଲରେ ପଶିଥିଲେ। ପ୍ରଥମେ ଯବାନଙ୍କୁ ଜଙ୍ଗଲ ଭିତରେ ପଶିବାକୁ ଦେଇଥିଲେ ନକ୍ସଲ। ପରେ ଚାରିପଟୁ ଅତର୍କିତ ଗୁଳି ଚଳାଇଥିଲେ। ଯବାନ ଦୌଡି ଜୁନ୍ନାଗଡ ଗାଁରେ ପଶିଥିଲେ ମଧ୍ୟ ସେଠାରେ ନକ୍ସଲ ଆମ୍ବୁସ ଲଗାଇ ବସିଥିଲେ। ସେଠାରେ ଯବାନଙ୍କୁ ପଶିବା ଦେଖି ଅତର୍କିତ ଗୁଳି ଚଳାଇଥିଲେ। ଜୁନ୍ନାଗଡ ଗ୍ରାମ ଠାରୁ ଦୁଇ କିଲୋମିଟର ଦୂରରେ ମଧ୍ୟ ନକ୍ସଲ ଜଗି ରହିଥିଲେ। ଯବାନ ଦୌଡି ଯିବାକୁ ଚେଷ୍ଟା କରୁଥିବା ବେଳେ ସେଠାରେ ମଧ୍ୟ ଆମ୍ବୁସ ଲଗାଇ ସେମାନେ ଯବାନଙ୍କୁ ଗୁଳି ମାରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe