ରାୟପୁର: ଯବାନଙ୍କ ଗୁଳିରେ ଟଳିଛି ଟପ୍ ମାଓ ନେତା ତଥା ସଂଗଠନ ମହାସଚିବ ନମ୍ବାଲା କେଶବ ରାଓ ଓରଫ ବାସବ ରାଜୁ ଓରଫ ଗଗନ୍ନା । ଯାହା ଉପରେ ୧ କୋଟି ଟଙ୍କାର ପୁରସ୍କାର ଥିଲା । ଏହି ଟପ୍ ମାଓନେତାକୁ ଧରାଇଦେଲେ କୋଟିଏ ଟଙ୍କା ମିଳିବାକୁ ଘୋଷଣା ହୋଇଥିବା ବେଳେ ଆଜି ଯବାନଙ୍କ ଗୁଳିରେ ଟଳିଛି ବାସବ୍ ରାଜୁ ।
ତେବେ କିଏ ସେ ବାସବ୍ ରାଜୁ ? ଯିଏ ଯବାନଙ୍କ ପାଇଁ ଥିଲା ମୋଷ୍ଟ ୱାଣ୍ଟେଡ୍ ଏବଂ ଯିଏ ଜଙ୍ଗଲୀ ରାଜ ଚଲାଇଥିଲା । ବାସବ୍ ରାଜୁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାଓବାଦୀ)ର ସାଧାରଣ ସମ୍ପାଦକ ମଧ୍ୟ ଥିଲା । ୧୯୭୦ରୁ ନକ୍ସଲ ଆନ୍ଦୋଳନର ଅଂଶୀଦାର ଥିବା ଏହି ଟପ୍ ଲିଡରକୁ ସାରା ଦେଶରେ ସୁରକ୍ଷା ଏଜେନ୍ସି ଦ୍ୱାରା ଖୋଜାଯାଉଥିଲା । ଏବଂ ଶେଷରେ ଆଜି ଏନକାଉଣ୍ଟରରେ ତାକୁ ନିପାତ କରାଯାଇଛି ।
ଅଧିକ ପଢନ୍ତୁ:
ଟଳୁଛନ୍ତି ଟପ୍ ମାଓ ନେତା: ଧ୍ବଂସ୍ ହେବ ଲାଲଗଡ଼, ମାଓମୁକ୍ତ ହେବ ଭାରତ... ଆଜି ୩୦ ମାଓବାଦୀ ସଫା
ଆନ୍ଧ୍ରପ୍ରଦେଶରେ ଜନ୍ମ ହୋଇଥିବା ଏହି ଟପ୍ ମାଓନେତା ଓରଫ ପ୍ରକାଶ ଓରଫ କ୍ରିଷ୍ଣା ପରଫ ବିଜୟ ଓରଫ ଦରପୁ ନରସିଂହା ଓରଫ ବି.ଆର୍ ନାଁରେ ମଧ୍ୟ ବେଶ ଜଣାଶୁଣା ବୋଲି ସୂଚନା ମିଳିଛି । ବାସବ୍ ରାଜୁ ଜଣେ ପୂର୍ବତନ କବାଡି ଖେଳାଳି, ଇଞ୍ଜିନିୟରିଂ କଲେଜରୁ ବି.ଟେକ୍ ପାସ୍ ବି କରିଥିଲା । ସେ ବାମପନ୍ଥୀ ଛାତ୍ର ରାଜନୀତିରେ ସକ୍ରିୟ ଥିଲା ଏବଂ ସିପିଆଇ-ଏମଏଲ ସହିତ ଜଡିତ ଥିଲା। ବାସବ୍ ରାଜୁକୁ ୧୯୮୦ ମସିହାରେ ଶ୍ରୀକାକୁଲମରେ ଥରେ ମାତ୍ର ଗିରଫ କରାଯାଇଥିଲା । ଗାଁରେ ତାର କୌଣସି ସମ୍ପତ୍ତି ନଥିଲା ବୋଲି ସୂଚନା ମିଳିଛି ।
ତେବେ ଆଜି ଛତିଶଗଡ଼ ନାରାୟଣପୁର ଜିଲ୍ଲାର ଅବୁଝମାଡ଼ ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ବଡ଼ ଧରଣର ଗୁଳିବିନିମୟ ହୋଇଥିଲା । ଏଥିରେ ୩୦ ମାଓବାଦୀ ମୃତ୍ୟୁବରଣ କରିଥିବା ବେଳେ ଜଣେ ଯବାନ ସହିଦ ହୋଇଛନ୍ତି।
ଅଧିକ ପଢନ୍ତୁ:
ଅବୁଝମାଡ଼ ଜଙ୍ଗଲରେ ବଡ଼ ଧରଣର ଗୁଳିବିନିମୟ: ୨୬ ମାଓବାଦୀ ନିହତ, ଜଣେ ଯବାନ ସହିଦ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/05/21/pW4CNbDOHffH4YH9zbLC.jpg)