କାହାର ଦମ୍‌ କେତେ' ବିଭିନ୍ନ ଦଳର ହ୍ଵିପ୍‌ ଜାରି

Advertisment
ରାଜ୍ୟସଭାରେ ଆପ୍‌ ସାଂସଦଙ୍କ ବିବୃତି: ୮ ବର୍ଷରେ ୩୦୦୦ ବିରୋଧୀ ନେତାଙ୍କ ଘରେ ଇଡି ଚଢ଼ଉ କରିଛି

Image Courtesy of Indian Express

ନୂଆଦିଲ୍ଲୀ ବୁଧବାର ଆରମ୍ଭ ହୋଇଥିବା ସଂସଦର ମୌସୁମୀ ଅଧିବେଶନରେ ବିରୋଧୀ ଦଳଗୁଡ଼ିକ ଅନାସ୍ଥା ପ୍ରସ୍ତାବ ଆଣି ଏନ୍‌ଡିଏ ସରକାରଙ୍କୁ ଅଡୁଆ ସ୍ଥିତିରେ ପକାଇଛନ୍ତି। ଗତକାଲି ସର୍ବଦଳୀୟ ବୈଠକରେ ସମସ୍ତ ଦଳ ଗୃହ ପରିଚାଳନାରେ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେବା ସତ୍ତ୍ୱେ ଆଜି ସେମାନେ ହଟ୍ଟଗୋଳ ପରିସ୍ଥିତି ସୃଷ୍ଟି କରିଛନ୍ତି। ଅନ୍ୟପକ୍ଷରେ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ଉପରେ ଶୁକ୍ରବାର ବିତର୍କ ହେବା ପରେ ଭୋଟିଂ ହେବାକୁ ଯାଉଛି। ଏହାକୁ ନେଇ ଏବେଠୁ ଅଙ୍କକଷା ଆରମ୍ଭ ହୋଇଯାଇଛି। ଏନ୍‌ଡିଏର ସମସ୍ତ ସହଯୋଗୀ ଦଳର ସଦସ୍ୟଙ୍କୁ ମିଶାଇ ଏବେ ଲୋକସଭାରେ ମୋଦି ସରକାରଙ୍କର ୩୧୦ ଜଣ ସାଂସଦ ରହିଛନ୍ତି। ଯଦିଓ ଏହାକୁ ନେଇ ଏନ୍‌ଡିଏ ସରକାର ଚିନ୍ତାରେ ନାହାନ୍ତି, ତଥାପି ବିରୋଧୀ ଦଳଗୁଡ଼ିକର ଏଭଳି ଆଭିମୁଖ୍ୟ ଭବିଷ୍ୟତରେ କୌଣସି ଅଡୁଆ ପରିସ୍ଥିତି ସୃଷ୍ଟି କରିପାରେ ବୋଲି ଆଶଙ୍କା ରହିଛି। ୨୦୧୯ ସାଧାରଣ ନିର୍ବାଚନରେ ବିରୋଧୀ ଦଳଗୁଡ଼ିକ ଏକାଠି ହୋଇ ସରକାରଙ୍କୁ ଟାର୍ଗେଟ୍‌ କରିବେ ବୋଲି ଏବେଠୁ ଯୋଜନା ଆରମ୍ଭ କରିଦେଇଥିବା କୁହାଯାଉଛି।

ଏବେ ବିଜେପିର ଲୋକସଭା ସାଂସଦ ସଂଖ୍ୟା ୨୭୩ ଥିବା ବେଳେ ସହଯୋଗୀ ଶିବସେନାର ୧୮, ଲୋକ ଜନଶକ୍ତି ପାର୍ଟି (ଏଲ୍‌ଜେପି)ର ୬, ସିରୋମଣି ଅକାଳୀ ଦଳ (ଏସ୍‌ଏଡି)ର ୪ ଓ ଅନ୍ୟ ଦଳର ୯ ସଦସ୍ୟ ରହିଛନ୍ତି। ତେଣୁ ଲୋକସଭାରେ ସଂଖ୍ୟାଗରିଷ୍ଠତା ପ୍ରମାଣ ପାଇଁ ଏନ୍‌ଡିଏ ସରକାର ସମର୍ଥ ବୋଲି ଏଥିରୁ ସ୍ପଷ୍ଟ ହୋଇଯାଇଛି। ଅନ୍ୟପକ୍ଷରେ ବିରୋଧୀ କଂଗ୍ରେସ ନିକଟରେ ୪୮ ସାଂସଦ ଥିବା ବେଳେ ଏଆଇଏଡିଏମ୍‌କେର ୩୭, ତୃଣମୂଳ କଂଗ୍ରେସର ୩୪, ଟିଡିପିର ୧୬ ସାଂସଦ ରହିଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୧୪ ସାଧାରଣ ନିର୍ବାଚନ ପରେ ଏନ୍‌ଡିଏ ନିକଟରେ ମୋଟ ୩୩୭ ଲୋକସଭା ସାଂସଦ ଥିଲେ। ଏଥିରେ ସହଯୋଗୀ ତେଲୁଗୁ ଦେଶମ୍‌ ପାର୍ଟି(ଟିଡିପି)ର ସାଂସଦଙ୍କ ସଂଖ୍ୟା ୧୬ ରହିଥିଲା। କିନ୍ତୁ ଇତିମଧ୍ୟରେ ବହୁ ବାଦବିବାଦରେ ଟିଡିପି ଏହାର ସମର୍ଥନ ଚଳିତବର୍ଷ ମାର୍ଚ୍ଚରେ ପ୍ରତ୍ୟାହାର କରିନେଇଥିଲା। ଫଳରେ ଏନ୍‌ଡିଏ ନିକଟରେ ଏବେ ଆଉ ୨୭୩ ସାଂସଦ ରହିଛନ୍ତି। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଦଳ ନିକଟରେ ଆବଶ୍ୟକ ସଂଖ୍ୟା ଅଛି ବୋଲି ଆଜି ସଂକେତ ଦେଇଛନ୍ତି। ଇତିମଧ୍ୟରେ ବିଜେପି ଓ ଅନ୍ୟ କେତେକ ଦଳ ପକ୍ଷରୁ ଏହାର ସାଂସଦମାନଙ୍କ ପାଇଁ ହ୍ଵିପ୍‌ ଜାରି କରାଯାଇଛି। ଅପରପକ୍ଷରେ ଏନ୍‌ଡିଏ ମେଣ୍ଟ ସହଯୋଗୀ ଦଳଗୁଡ଼ିକୁ ମଧ୍ୟ ନିଜ ସାଂସଦଙ୍କୁ ପ୍ରସ୍ତୁତ ରଖିବା ଲାଗି କୁହାଯାଇଛି। ସେହିଭଳି ତୃଣମୂଳ କଂଗ୍ରେସ ପକ୍ଷରୁ ମଧ୍ୟ ଏହାର ସାଂସଦଙ୍କ ନିମନ୍ତେ ହ୍ଵିପ୍‌ ଜାରି କରାଯାଇଛି। ତୃଣମୂଳ କଂଗ୍ରେସ ନେତା ଦିନେଶ ତ୍ରିବେଦୀ ଭୋଟିଂ ତାରିଖ ଘୁଞ୍ଚାଇବାକୁ ଆଜି ଅନୁରୋଧ କରିଥିଲେ। କିନ୍ତୁ ତାଙ୍କ ଅନୁରୋଧକୁ ଖାରଜ କରିଦିଆଯାଇଥିଲା।

ବିରୋଧୀଙ୍କ ଏକତା ପରୀକ୍ଷା

ଯଦିଓ ଏନ୍‌ଡିଏ ସରକାରଙ୍କୁ ବର୍ତ୍ତମାନ ପରିସ୍ଥିତିରେ ମାତ୍‌ ଦେବା ପାଇଁ ବିରୋଧୀ ଦଳଗୁଡ଼ିକ ସମର୍ଥ ନାହାନ୍ତି, କିନ୍ତୁ ସେମାନଙ୍କ ଏକତା ପ୍ରସଙ୍ଗରେ ଏହି ଅନାସ୍ଥା ପ୍ରସ୍ତାବ ବେଶ୍‌ ଗୁରୁତ୍ୱ ରଖୁଛି। ଏହି ଅନାସ୍ଥା ଭୋଟିଂରୁ ଜଣାପଡ଼ିବ କେଉଁ ବିରୋଧୀ ଦଳଗୁଡ଼ିକ ପ୍ରକୃତରେ ଏକାଠି ହେବାକୁ ଚାହୁଛନ୍ତି ଆଉ କେଉଁ ଦଳ ଚାହୁ ନାହାନ୍ତି। ଲୋକସଭାରେ କଂଗ୍ରେସର ସାଂସଦ ସଂଖ୍ୟା ଏବେ ୪୮ ରହିଥିବା ବେଳେ ଏହା ଟିଡିପି ଭଳି ଅନ୍ୟ ସହଯୋଗୀ ଦଳଗୁଡ଼ିକର ସଦସ୍ୟଙ୍କୁ ନେଇ ବି ଏନ୍‌ଡିଏର ମୁକାବିଲା କରିପାରିବ ନାହିଁ। ଅନ୍ୟପକ୍ଷରେ ସମାଜବାଦୀ ପାର୍ଟି ନେତା ରାମଗୋପାଳ ଯାଦବ କହିଛନ୍ତି, ବିରୋଧୀ ଦଳଗୁଡ଼ିକ ନିକଟରେ ସଂଖ୍ୟା ନାହିଁ। କିନ୍ତୁ ସରକାରଙ୍କ ଅସଲି ଚେହେରା ଏହାଦ୍ୱାରା ପଦାରେ ପଡ଼ିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe