ବିଳାସପୁର: ଛତିଶଗଡ଼ର ବିଳାସପୁରରେ ଘଟିଥିବା ଭୟାବହ ଟ୍ରେନ୍ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ସହିତ ପ୍ରାୟ ୨୦ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ରହିଛି।
ବିଳାସପୁରର ଲାଲଖାଦାନ ଅଞ୍ଚଳରେ କୋର୍ବା ଏବଂ ଗୋନ୍ଦିଆ ମେମୁ ଟ୍ରେନ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଅଧିକାଂଶ ଲୋକଙ୍କ ମନରେ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଛି କି ଏହି ଭୟାବହ ଦୁର୍ଘଟଣା ପାଇଁ କିଏ ଦାୟୀ? ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପାଇଁ ଦାୟୀ କିଏ?
ଦୁର୍ଘଟଣାର ସିଆରଏସ ତଦନ୍ତ ଘୋଷଣା
ରେଳ ଏବଂ ସ୍ଥାନୀୟ ପ୍ରଶାସନ ୧୪ଘଣ୍ଟାର ପ୍ରାୟାସ ପରେ ଦୁର୍ଘଟଣାଗ୍ରସ୍ତ ଧାରଣାରେ ପୁଣି ଟ୍ରେନ ଚଳାଚଳ ପାଇଁ ଅନୁମତି ଦେଇଛନ୍ତି। ଧାରଣାରୁ ଦୁର୍ଘଟଣାଗ୍ରସ୍ତ ଟ୍ରେନବଗିକୁ ଉଠାଇ ନିଆଯାଇଛି। ତେବେ ଦୁର୍ଘଟଣାକୁ ୨୪ ଘଣ୍ଟାରୁ ଅଧିକ ସମୟ ବିତିଯିବା ଯାଇଥିବା ସତ୍ତ୍ବେ ଦାୟୀ ରେଳ ଅଧିକାରୀମାନେ ଦୁର୍ଘଟଣାର ଠିକ୍ କାରଣ ଜଣାଇ ପାରି ନାହାନ୍ତି। ବିଳାସପୁର ରେଳ ମଣ୍ଡଳୀର ଅଧିକାରୀ ତରୁଣ ପ୍ରକାଶ ସମ୍ପୂର୍ଣ୍ଣ ଦୁର୍ଘଟଣାର ସିଆରଏସ ତଦନ୍ତ ଘୋଷଣା କରିଛନ୍ତି। ଏହି ତଦନ୍ତ ନଭେମ୍ବର ୬ ତାରିଖରୁ ଅର୍ଥାତ ଆଜି ଠାରୁ ଆରମ୍ଭ ହୋଇଯାଇଛି।
ରେଳ ଅଧିକାରୀମାନେ ଦୁର୍ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଦୁର୍ଘଟଣା ପାଇଁ ମେମୁ ଟ୍ରେନର ଲୋକୋ ପାଇଲଟ ଥିବା ବିଦ୍ୟାସାଗରଙ୍କୁ ମୁଖ୍ୟତଃ ଦାୟୀ କରାଯାଉଛି। ବିଦ୍ୟାସାଗରଙ୍କ ବିରୋଧରେ ଏଭଳି ଅଭିଯୋଗ ଆସିବା ପରେ ତାଙ୍କର ଜଣେ ସହଯୋଗୀ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ବିଦ୍ୟାସାଗର ଗତ ୩୫ ବର୍ଷ ଧରି ଟ୍ରେନ ଚଲାଇ ଆସୁଥିଲେ ଏବଂ ତାଙ୍କର ସ୍ୱାସ୍ଥ୍ୟ ସମ୍ପୂର୍ଣ୍ଣ ଭଲ ଥିଲା। ସେ ତାଙ୍କ କର୍ତ୍ତବ୍ୟରେ କେବେ ହେଲେ ଅବହେଳା କରନ୍ତି ନାହିଁ। ସେ ଦୁର୍ଘଟଣା ପାଇଁ ଆଦୌ ଦାୟୀ ନୁହନ୍ତି। ଦୟାକରି ଉଚିତ ଯାଞ୍ଚ କରାଯାଉ। ବିଦ୍ୟାସାଗାର ତ ଆଉ ଆମ ଗହଣରେ ନାହାନ୍ତି। ଦୟା କରି ତାଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣନ୍ତୁ ନାହିଁ।’
ଦୁର୍ଘଟଣାର ମୁଖ୍ୟ କାରଣ ସ୍ୱୟଂଚାଳିତ ସିଗନାଲିଂ ସିଷ୍ଟମର ବିଫଳତା:ପ୍ରତ୍ୟେକ୍ଷଦର୍ଶୀ
ପ୍ରତ୍ୟେକ୍ଷଦର୍ଶୀଙ୍କ କହିବାନୁସାରେ, ଦୁର୍ଘଟଣାର ମୁଖ୍ୟ କାରଣ ସ୍ୱୟଂଚାଳିତ ସିଗନାଲିଂ ସିଷ୍ଟମର ବିଫଳତା ହୋଇପାରେ।
ଦୁର୍ଘଟଣା ପୂର୍ବରୁ ମଧ୍ୟ ଏହି ସେକ୍ସନରେ ସ୍ୱୟଂଚାଳିତ ସିଗନାଲିଂ ସିଷ୍ଟମରେ ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ହେଉଥିବା ନେଇ ଅନେକ ଅଭିଯୋଗ ଆସିଥିଲା, କିନ୍ତୁ ଦାୟୀ ରେଳ ଅଧିକାରୀମାନେ ସେଗୁଡ଼ିକୁ ଅଣଦେଖା କରିଥିଲେ।
ଅଧିକପଢ଼ନ୍ତୁ:ଉପମୁଖ୍ୟମନ୍ତ୍ରୀଙ୍କ convoy ଉପରକୁ ଚପଲ ଓ ପଥରମାଡ଼
ଅଧିକପଢ଼ନ୍ତୁ:ନିଜ ଜୀବନକୁ ବାଜି ଲଗାଇ ଦୁଇ ଜଣଙ୍କୁ ଉଦ୍ଧାର କଲେ ନାବାଳକ ସତ୍ୟପ୍ରକାଶ: ନଦୀରେ ଭାସି ନାବାଳିକା ନିଖୋଜ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/06/new-project-3-2025-11-06-16-44-58.jpg)