ଅମୃତପାଲଙ୍କ ବିରୋଧରେ ଅପରେସନର ନେତୃତ୍ୱ ନେଇଥିବା  ଆଇପିଏସ୍ ଅଧିକାରୀ ସ୍ୱପନ ଶର୍ମା କିଏ?

Advertisment
ଅମୃତପାଲଙ୍କ ବିରୋଧରେ ଅପରେସନର ନେତୃତ୍ୱ ନେଇଥିବା  ଆଇପିଏସ୍ ଅଧିକାରୀ ସ୍ୱପନ ଶର୍ମା କିଏ?

ନୂଆଦିଲ୍ଲୀ : 'ପଞ୍ଜାବ ଡି ୱାରିସ'ର ମୁଖ୍ୟ ଅମୃତପାଲ ସିଂହ ଲଗାତାର ଚର୍ଚ୍ଚାରେ ରହିଛନ୍ତି। ପଞ୍ଜାବ ପୁଲିସ ତାଙ୍କ ବିରୋଧରେ ଲଗାତାର କାର୍ଯ୍ୟାନୁଷ୍ଠାନ ନେଉଛି। ପୁଲିସ ତାଙ୍କ ଅନେକ ସମର୍ଥକଙ୍କୁ ଗିରଫ କରିଛି। ଏହାସହ ତାଙ୍କ ବିଭିନ୍ନ ସ୍ଥାନରେ ପୁଲିସ ପକ୍ଷରୁ ଚଢ଼ାଉ କରାଯାଇଛି। ଅମ୍ରିତପାଲ ସିଂହଙ୍କ ବିରୋଧରେ ସମ୍ପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନର ନେତୃତ୍ୱ ନେଉଛନ୍ତି ସ୍ୱପନ ଶର୍ମା । ସ୍ୱପନ ଶର୍ମାଙ୍କୁ ଦୁଇ ମାସ ତଳେ ପଞ୍ଜାବର ଡିଜିପି କରାଯାଇଛି। ସେ ମୂଳତଃ ହିମାଚଳ ପ୍ରଦେଶର ବାସିନ୍ଦା। ତାଙ୍କ ତତ୍ତ୍ୱାବଧାନରେ ପୂରା ଅପରେସନ ଚାଲିଛି ।

ସୂଚନାଯୋଗ୍ୟ, ସ୍ୱପନ ଶର୍ମା ହେଉଛନ୍ତି ୨୦୦୯ ବ୍ୟାଚ୍ ର ଆଇପିଏସ୍ ଅଫିସର। ଏହା ପୂର୍ବରୁ ସେ ହିମାଚଳ ପ୍ରଶାସନିକ ସେବାର ଅଧିକାରୀ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ସେ ଚୌପାଲର ବିଡିଓ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ସ୍ୱପନ ଶର୍ମାଙ୍କ ପିତା କର୍ଣ୍ଣେଲ ମହେଶ ଶର୍ମା ଭାରତୀୟ ସେନାରେ ଜଣେ ଅଫିସର ଅଛନ୍ତି । ସେହିପରି ମା' ବିନା ଶର୍ମା ଜଣେ ଗୃହିଣୀ। ସ୍ୱପନ ଶର୍ମା ୧୯୮୦ ମସିହା ଅକ୍ଟୋବର ୧୦ ତାରିଖରେ କାଙ୍ଗଡ଼ା ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe