Vedanta Group: ଅନିଲଙ୍କ ସାମ୍ରାଜ୍ୟର ଉତ୍ତରାଧିକାରୀ କିଏ ? ଅଗ୍ନିବେଶଙ୍କ ଦେହାନ୍ତ ପରେ କିଏ ସମ୍ଭାଳିବ ବେଦାନ୍ତ ?

Advertisment

ଦେଶର ଜଣେ ପ୍ରତିଷ୍ଠିତ ଶିଳ୍ପପତି ତଥା ବେଦାନ୍ତ ଗ୍ରୁପର ଅଧ୍ୟକ୍ଷ ଅନିଲ ଅଗ୍ରୱାଲଙ୍କ ପାଇଁ ୨୦୨୬ ବର୍ଷ ଏକ ବଡ଼ ଦୁଃଖ ସହ  ଆରମ୍ଭ ହୋଇଛି । ତାଙ୍କର ୪୯ ବର୍ଷୀୟ ପୁତ୍ର ଅଗ୍ନିବେଶ ଅଗ୍ରୱାଲଙ୍କ ଅକାଳ ବିୟୋଗ ସମଗ୍ର ପରିବାରକୁ ଗଭୀର ଆଘାତ ଦେଇଛି

ଦେଶର ଜଣେ ପ୍ରତିଷ୍ଠିତ ଶିଳ୍ପପତି ତଥା ବେଦାନ୍ତ ଗ୍ରୁପର ଅଧ୍ୟକ୍ଷ ଅନିଲ ଅଗ୍ରୱାଲଙ୍କ ପାଇଁ ୨୦୨୬ ବର୍ଷ ଏକ ବଡ଼ ଦୁଃଖ ସହ  ଆରମ୍ଭ ହୋଇଛି । ତାଙ୍କର ୪୯ ବର୍ଷୀୟ ପୁତ୍ର ଅଗ୍ନିବେଶ ଅଗ୍ରୱାଲଙ୍କ ଅକାଳ ବିୟୋଗ ସମଗ୍ର ପରିବାରକୁ ଗଭୀର ଆଘାତ ଦେଇଛି

Vedanta

Vedanta Photograph: (sambad.in)

ନୂଆଦିଲ୍ଲୀ: ଦେଶର ଜଣେ ପ୍ରତିଷ୍ଠିତ ଶିଳ୍ପପତି ତଥା ବେଦାନ୍ତ ଗ୍ରୁପର ଅଧ୍ୟକ୍ଷ ଅନିଲ ଅଗ୍ରୱାଲଙ୍କ ପାଇଁ ୨୦୨୬ ବର୍ଷ ଏକ ବଡ଼ ଦୁଃଖ ସହ  ଆରମ୍ଭ ହୋଇଛି । ତାଙ୍କର ୪୯ ବର୍ଷୀୟ ପୁତ୍ର ଅଗ୍ନିବେଶ ଅଗ୍ରୱାଲଙ୍କ ଅକାଳ ବିୟୋଗ ସମଗ୍ର ପରିବାରକୁ ଗଭୀର ଆଘାତ ଦେଇଛି । ଆମେରିକାରେ ଚିକିତ୍ସିତ ହେଉଥିବା ବେଳେ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଛି । ଏହି ଦୁଃଖଦ ଘଟଣା ପରେ ଏବେ ସମସ୍ତଙ୍କ ନଜର ବେଦାନ୍ତ ଗ୍ରୁପର ଉତ୍ତରାଧିକାରୀ ଉପରେ ରହିଛି ।

ଆହୁରି ପଢନ୍ତୁ-Greenland: ଗ୍ରୀନଲାଣ୍ଡ ଉପରେ ଆମେରିକାର ଆଖି: ଦ୍ୱୀପ ଦେଶକୁ କିଣିବାକୁ ବଡ଼ ଅଫର, ଜଣଙ୍କୁ ୯ କୋଟି ଟଙ୍କା ଦେବାକୁ ଟ୍ରମ୍ପ ପ୍ରଶାସନର ଯୋଜନା

ଅନିଲ ଅଗ୍ରୱାଲଙ୍କ ପରିବାର ବେଶ୍ ପାଇଁ ଜଣାଶୁଣା । ପରିବାରରେ ତାଙ୍କ ପତ୍ନୀ କିରଣ ଅଗ୍ରୱାଲ, ପୁତ୍ର ଅଗ୍ନିବେଶ ଏବଂ କନ୍ୟା ପ୍ରିୟା ଅଗ୍ରୱାଲ ଅଛନ୍ତି । ଏକ ସାଧାରଣ କବାଡ଼ି ବ୍ୟବସାୟରୁ ନିଜର ଜୀବନ ଆରମ୍ଭ କରିଥିବା ଅନିଲ ଅଗ୍ରୱାଲ, ୧୯୭୬ରେ ବେଦାନ୍ତ ଗ୍ରୁପର ମୂଳଦୁଆ ପକାଇଥିଲେ । ଆଜି ତାଙ୍କର ବ୍ୟବସାୟ ଧାତୁ, ଖଣି, ଶକ୍ତି ଏବଂ ତୈଳ କ୍ଷେତ୍ରରେ ବିଶ୍ୱସ୍ତରରେ ବ୍ୟାପିଛି । ଫୋର୍ବସ ଅନୁଯାୟୀ, ଅଗ୍ରୱାଲ ପରିବାରର ମୋଟ ସମ୍ପତ୍ତି ପ୍ରାୟ ୩୫,୦୦୦ କୋଟି ଟଙ୍କା ।

ଆହୁରି ପଢନ୍ତୁ- Car Theft Racket ଆନ୍ତଃରାଜ୍ୟ କାର୍‌ ଚୋରି ରାକେଟ୍‌ର ପର୍ଦାଫାସ, ମାଷ୍ଟରମାଇଣ୍ଡ ଦୁର୍ଦ୍ଦାନ୍ତ କାହ୍ନୁ ନାୟକ ଗିରଫ

ଅଗ୍ନିବେଶ ଅଗ୍ରୱାଲ ବ୍ୟବସାୟିକ ଦୁନିଆରେ ଜଣେ ଜଣାଶୁଣା ବ୍ୟକ୍ତି ଥିଲେ । ସେ 'ଫୁଜୈରା ଗୋଲ୍ଡ'ର ପ୍ରତିଷ୍ଠାତା ଥିବା ସହ ହିନ୍ଦୁସ୍ତାନ ଜିଙ୍କ୍‌ର ଅଧ୍ୟକ୍ଷ ମଧ୍ୟ ଥିଲେ । ତାଙ୍କର ଅକାଳ ବିୟୋଗ ପରେ ଏବେ ସମସ୍ତ ଦାୟିତ୍ୱ କନ୍ୟା ପ୍ରିୟା ଅଗ୍ରୱାଲଙ୍କ କାନ୍ଧକୁ ଆସିବାକୁ ଯାଉଛି । ପ୍ରିୟା ବର୍ତ୍ତମାନ ବେଦାନ୍ତ ଏବଂ ହିନ୍ଦୁସ୍ତାନ ଜିଙ୍କ୍‌ର ବୋର୍ଡ ସଦସ୍ୟା ଅଛନ୍ତି ଏବଂ ହିନ୍ଦୁସ୍ତାନ ଜିଙ୍କ୍‌ର ଚେୟାରପର୍ସନ ଭାବେ ବଡ଼ ଦାୟିତ୍ୱ ତୁଲାଉଛନ୍ତି । ଆଗାମୀ ଦିନରେ ସେ ବେଦାନ୍ତ ଗ୍ରୁପର ମୁଖ୍ୟ ଭୂମିକାରେ ନଜର ଆସିପାରନ୍ତି ।

ଅନିଲ ଅଗ୍ରୱାଲ ନିଜ ସମ୍ପତ୍ତିର ୭୫ ପ୍ରତିଶତ ସମାଜସେବା ପାଇଁ ଦାନ କରିବାକୁ ସଂକଳ୍ପ ନେଇଛନ୍ତି । ପୁତ୍ରର ମୃତ୍ୟୁ ପରେ ସେ ଭାବୁକ ହୋଇ କହିଛନ୍ତି ଯେ, ଅଗ୍ନିବେଶଙ୍କ ସ୍ୱପ୍ନ ଥିଲା ଦେଶର କୌଣସି ଶିଶୁ ଯେପରି ଭୋକିଲା ନ ରୁହନ୍ତି ଏବଂ ସମସ୍ତେ କର୍ମସଂସ୍ଥାନ ପାଆନ୍ତି । ଏବେ ଏହି ଲକ୍ଷ୍ୟ ଏବଂ ସମାଜସେବା କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଅଗ୍ରୱାଲ ପରିବାର ପ୍ରତିଶ୍ରୁତିବଦ୍ଧ । ପୁତ୍ର ବିୟୋଗ ସତ୍ତ୍ୱେ ଭାରତକୁ ଆତ୍ମନିର୍ଭର କରିବା ମିଶନରେ ସେ ତାଙ୍କ ଝିଅ ପ୍ରିୟାଙ୍କ ସହ ଆଗକୁ ବଢ଼ିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe