ସ୍ବର୍ଣ୍ଣ ମନ୍ଦିରରେ କିଏ ରାହୁଲ୍‌ ଗାନ୍ଧୀଙ୍କ ପକେଟ୍‌ମାର୍‌ କଲା?: ହର୍‌ସିମ୍ରତ୍‌ କୌର୍‌ ବାଦଲ୍‌

Advertisment
ସ୍ବର୍ଣ୍ଣ ମନ୍ଦିରରେ କିଏ ରାହୁଲ୍‌ ଗାନ୍ଧୀଙ୍କ ପକେଟ୍‌ମାର୍‌ କଲା?: ହର୍‌ସିମ୍ରତ୍‌ କୌର୍‌ ବାଦଲ୍‌

Image Courtesy of India Today

ଚଣ୍ଡୀଗଡ଼: ଗୁରୁବାର ଦିନ ପଞ୍ଜାବର ଅମୃତସରସ୍ଥିତ ସ୍ବର୍ଣ୍ଣ ମନ୍ଦିର ପରିଦର୍ଶନ ସମୟରେ ରାହୁଲ୍‌ ଗାନ୍ଧୀଙ୍କ ପକେଟ୍‌ମାର୍‌ ହୋଇଥାଇ ପାରେ ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ପ୍ରତି ବଥିଣ୍ଡାର ସାଂସଦ ଥିବା ଶିରୋମଣି ଅକାଳୀ ଦଳର ନେତ୍ରୀ ଶନିବାର ସନ୍ଧ୍ୟାରେ ଟୁଇଟ୍‌ କରି କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ଉକ୍ତ ପବିତ୍ରସ୍ଥଳରେ ଯଦି ରାହୁଲ୍‌ ଗାନ୍ଧୀଙ୍କର କିଛି ଜିନିଷପତ୍ର ଚୋରି ହୋଇଥାଏ, ତେବେ ତାହା ତାଙ୍କ ସହ ଯାଇଥିବା ବରିଷ୍ଠ କଂଗ୍ରେସ ନେତାମାନଙ୍କର କାମ ହୋଇଥିବ। ପଞ୍ଜାବର ମୁଖ୍ୟମନ୍ତ୍ରୀ ଚନ୍ନି, ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ୍‌ ସିଦ୍ଧୁ ଏବଂ ପଞ୍ଜାବ ଉପମୁଖ୍ୟମନ୍ତ୍ରୀ ସୁଖଜିନ୍ଦର୍‌ ସିଂହ ରାନ୍ଧୱା ଉକ୍ତ ବରିଷ୍ଠ ନେତାମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ। ଧର୍ମଗ୍ରନ୍ଥ ଅପବିତ୍ରକରଣ ପରେ ଆମର ସବୁଠୁ ପବିତ୍ର ଧର୍ମପୀଠକୁ ବଦନାମ କରିବା ଲାଗି ଏହା ଆଉ ଏକ ଉଦ୍ୟମ।

publive-image Image Courtesy of Flipboard

ଟୁଇଟ୍‌ରେ ମଧ୍ୟ ସେ କହିଛନ୍ତି, ଶ୍ରୀହରମନ୍ଦିର ସାହିବ୍‌ରେ କିଏ ରାହୁଲ୍‌ ଗାନ୍ଧୀଙ୍କ ପକେଟମାର୍‌ କଲେ? ଚରଣଜୀତ୍‌ ଚନ୍ନି? ନା, ସୁଖଜିନ୍ଦର୍‌ ସିଂହ ରାନ୍ଧୱା? କେବଳ ଏହି ତିନିଜଣ ରାହୁଲଙ୍କ ପାଖକୁ ଯିବା ପାଇଁ ‘ଜେଡ୍-ସିକ୍ୟୁରିଟି’ଦ୍ବାରା ଅନୁମତି ପାଇଥିଲେ। ନା, ଧର୍ମଗ୍ରନ୍ଥ ଅପବିତ୍ରକରଣ ପରେ ଆମର ସବୁଠୁ ପବିତ୍ର ଧର୍ମପୀଠକୁ ବଦନାମ କରିବା ଲାଗି ଏହା ଆଉ ଏକ ଉଦ୍ୟମ।

ହର୍‌ସିମ୍ରତ୍‌ କୌର୍‌ ବାଦଲ୍‌ଙ୍କ ଟୁଇଟ୍‌ର ଜବାବ ଦେଇ କଂଗ୍ରେସ ନେତା ରଣଦୀପ ସୂର୍ଯେୱାଲା କହିଛନ୍ତି ଯେ, ସେ (ହର୍‌ସିମ୍ରତ୍‌) ମିଥ୍ୟା ସମ୍ବାଦ ପ୍ରଘଟ କରୁଛନ୍ତି। ସେ ଯାହା ଲେଖିଛନ୍ତି ସେମିତି କିଛି ହୋଇନାହିଁ। ବଂର ଏଭଳି ମିଥ୍ୟା ସମ୍ବାଦ ପ୍ରସାର କରି ସେ ଆମ ପବିତ୍ର ଗୁରୁଙ୍କ ଆବାସକୁ ନିନ୍ଦନୀୟ କରିଛନ୍ତି।

ସୂଚନାଯୋଗ୍ୟ, ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ଗୁରୁବାର ଦିନ କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ ସ୍ବର୍ଣ୍ଣ ମନ୍ଦିର ନାମରେ ସୁପରିଚିତ ‘ହର୍‌ମନ୍ଦିର ସାହିବ୍’ ପରିଦର୍ଶନ କରିଥିଲେ। ସେଠାରେ ତାଙ୍କ ସହ ଥିଲେ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ପ୍ରାର୍ଥୀମାନେ। ଗୁରୁଦ୍ବାରରେ ପ୍ରାର୍ଥନା କରି ନେତାମାନେ ସ୍ବର୍ଣ୍ଣ ମନ୍ଦିର ଲଙ୍ଗର୍‌ରେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe