ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ କିଏ କ’ଣ କହିଲେ

ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ କିଏ କ’ଣ କହିଲେ

The Financial Express

ଅମିତ ଶାହ (ଗୃହମନ୍ତ୍ରୀ)
୪ଟି ରାଜ୍ୟରେ ବିଜେପିର ବିଜୟ ପାଇଁ ଆମେ ଜନତାଙ୍କ ନିକଟରେ କୃତଜ୍ଞ। ଉତ୍ତରପ୍ରଦେଶରେ ବିଜେପିର ଭବ୍ୟ ବିଜୟ ପ୍ରଧାନମନ୍ତ୍ରୀଙ୍କ ଗରିବ କଲ୍ୟାଣ ଯୋଜନା ଲୋକଙ୍କ ଅତୁଟ ବିଶ୍ବାସର ବିଜୟ ବୋଲି ଅମିତ ଶାହ କହିଛନ୍ତି। ଉତ୍ତରପ୍ରଦେଶର ଜନତାଙ୍କୁ ବିଶାଳ ବିଜୟ ପାଇଁ ହୃଦୟରୁ କୃତଜ୍ଞତା ଜଣାଉଛି ବୋଲି ଶାହ ଟ୍ବିଟ୍‌ କରି କହିଛନ୍ତି।

ଯୋଗୀ ଆଦିତ୍ୟନାଥ (ମୁଖ୍ୟମନ୍ତ୍ରୀ, ଉତ୍ତରପ୍ରଦେଶ)
ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ବିଜେପି ୟୁପିରେ ଇତିହାସ ସୃଷ୍ଟି କରିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଏହି ଜନାଦେଶ ବିକାଶ ପାଇଁ ମିଳିଛି ଡବଲ୍‌ ଇଂଜିନ ସରକାର ପ୍ରତି ଲୋକଙ୍କ ଆଶୀର୍ବାଦ ରହିଛି। ରାଜ୍ୟରେ ଲୋକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ସରକାର କାମ କରିଥିବାରୁ ଏଥିପାଇଁ ଅପାର ସମର୍ଥନ ମିଳିଛି। ଏଥର ସମସ୍ତଙ୍କ ନଜର ୟୁପି ଉପରେ ଥିଲା ଏବଂ ଲୋକେ ବିଜେପିକୁ ବିଜୟ ପ୍ରଦାନକରିଥିବାରୁ ମୁଁ କୃତଜ୍ଞତା ଜଣାଉଛି ବୋଲି ସେ କହିଛନ୍ତି।

ଅଖିଳେଶ ଯାଦବ (ସମାଜବାଦୀ ପାର୍ଟି ସୁପ୍ରିମୋ)
ୟୁପିରେ ବିଜେପିକୁ କଡ଼ା ଟକ୍କର ଦେଇଥିବା ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବ କହିଛନ୍ତି, ଆମେ ବହୁତ ପରିଶ୍ରମ କରିଥିଲୁ, କିନ୍ତୁ ଯୋଗୀ ଆଦିତ୍ୟନାଥଙ୍କୁ ପୁଣି ଗୋରଖପୁର ପଠାଇବାକୁ ସକ୍ଷମ ହେଲୁନାହିଁ।

ମନିଷ ତିୱାରି ( କଂଗ୍ରେସ ନେତା)
କଂଗ୍ରେସର ଜି-୨୩ ଗ୍ରୁପ୍‌ରେ ଥିବା ବରିଷ୍ଠ ନେତା ମନିଷ ତିୱାରୀ କହିଛନ୍ତି ଯେ ଚଳିତ ବିଧାନସଭା ନିର୍ବାଚନରେ କଂଗ୍ରେସ ଏଭଳି ଶୋଚନୀୟ ପରାଜୟର ସମ୍ମୁଖୀନ କାହିଁକି ହେଲା ସେ ବାବଦରେ ସିଧାସଳଖ ରାହୁଲ ଗାନ୍ଧୀଙ୍କୁ ପ୍ରଶ୍ନ କରାଯିବା ଉଚିତ। ଏଭଳି ବିପର୍ଯ୍ୟୟ ପଛରେ ଥିବା କାରଣ ରାହୁଲଙ୍କୁ ସ୍ପଷ୍ଟ କରିବାକୁ ହେବ ବୋଲି ସେ କହିଛନ୍ତି।

ସଂଜୟ ରାଉତ ( ଶିବସେନା ନେତା)
କଂଗ୍ରେସ ଏଭଳି ଖରାପ ପ୍ରଦର୍ଶନ କରିବ ବୋଲି ଆମର ଆଶା ନଥିଲା ବୋଲି ବରିଷ୍ଠ ଶିବସେବା ନେତା ସଂଜୟ ରାଉତ କହିଛନ୍ତି। ପଂଜାବରେ ଲୋକଙ୍କୁ ଆପ୍‌ ମାଧ୍ୟମରେ ବିକଳ୍ପ ମିଳିଲା ଏବଂ ସେଠାରେ କଂଗ୍ରେସ କ୍ଷମତାରୁ ଗଲା ବୋଲି ସେ କହିଛନ୍ତି। ବିଜେପିର ନିର୍ବାଚନ ପରିଚାଳନା ବେଶ୍‌ ଉନ୍ନତ ଥିବାରୁ ଏହା ବିଭିନ୍ନ ରାଜ୍ୟରେ ଭଲ ପ୍ରଦର୍ଶନ କରିଛି ବୋଲି ରାଉତ କହିଛନ୍ତି।

ହେମା ମାଳିନୀ (ବିଜେପି ନେତ୍ରୀ, ଅଭିନେତ୍ରୀ)
ଉତ୍ତରପ୍ରଦେଶରେ ଯୋଗୀଙ୍କ ବୁଲ୍‌ଡୋଜର ଆଗରେ କେହି ତିଷ୍ଠି ପାରିନାହାନ୍ତି। ସାଇକେଲ ହେଉ କି ଅନ୍ୟ କିଛି। ରାଜ୍ୟର ବିକାଶ ପାଇଁ ସରକାରଙ୍କ କାମକୁ ଲୋକଙ୍କ ଅପାର ସମର୍ଥନ ମିଳିଛି ବୋଲି ହେମା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe