ନୂଆଦିଲ୍ଲୀ : ବିଶ୍ବବ୍ୟାପୀ ପ୍ରାୟ ୧୧ ଲକ୍ଷ ଲୋକ କରୋନା ସଂକ୍ରମିତ ହୋଇଥିବା ବେଳେ ୬୦,୦୦୦ ଲୋକଙ୍କ ମୃତ୍ୟୁ ହୋଇଛି। ଭାଇରସ୍ର ପ୍ରଥମ କେନ୍ଦ୍ରସ୍ଥଳ ଚୀନ୍ରେ ଏବେ ସ୍ଥିତି ସାମାନ୍ୟ ସୁଧାର ହୋଇଥିଲେ ମଧ୍ୟ ୟୁରୋପ୍ ଏବଂ ଆମେରିକାରେ ଏବେ ସାଂଘାତିକ ସ୍ଥିତି ଉପୁଜିଛି। ଏଭଳି କ ସ୍ଥିତିରେ ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗଟର୍ସ କହିଛନ୍ତି, ବଡ଼ ବିପଦ ଏଯାଏଁ ଆସିନି। ଆଗକୁ ଆହୁରି ବଡ଼ ଧରଣର ବିପର୍ଯ୍ୟୟ ସାମ୍ନା କରିବାକୁ ପଡ଼ିପାରେ ବୋଲି ସେ ଚେତାଇ ଦେଇଛନ୍ତି। କରୋନା ମୁକାବିଲା ପାଇଁ ଆମକୁ ଆହୁରି ଅଧିକ ସତର୍କ ହେବାକୁ ପଡ଼ିବ ଏବଂ ଏଦିଗରେ ଅନେକ ପଦକ୍ଷେପ ନେବାକୁ ପଡ଼ିବ ବୋଲି ଗଟର୍ସ କହିଛନ୍ତି। ଆମେରିକାରେ ଗୁରୁବାର ଏବଂ ଶୁକ୍ରବାର ମଧ୍ୟରେ ୧୫୦୦ ଜଣଙ୍କ ମୃତ୍ୟୁ ହୋଇଛି। ସାରା ବିଶ୍ବବ୍ୟାପୀ ୨୪ ଘଣ୍ଟା ମଧ୍ୟରେ ଏହା ସବୁଠୁ ଅଧିକ ମୃତ୍ୟୁ। ସ୍ପେନ୍ରେ ମଧ୍ୟ ଲଗାତାର ଦ୍ବିତୀୟ ଦିନ ପାଇଁ ୨୪ ଘଣ୍ଟା ମଧ୍ୟରେ ୯୦୦ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଛି। ଇଟାଲି ପରେ ସ୍ପେନ୍ରେ ସବୁଠୁ ଅଧିକ ଲୋକଙ୍କ କରୋନାରେ ମୃତ୍ୟୁ ହୋଇଛି। ଏଠାରେ ମୃତକଙ୍କ ସଂଖ୍ୟା ୧୦,୯୩୫ ଥିବା ଜଣାପଡ଼ିଛି।
ବଡ଼ ବିପଦ ଏଯାଏଁ ଆସିନି: ଜାତିସଂଘ ମୁଖ୍ୟ
Advertisment
Follow Us