ଟିକା ନିର୍ମାତାଙ୍କୁ ‘ହୁ’ର ଆହ୍ବାନ: ଜରୁରୀକାଳୀନ ବ୍ୟବହାର ପାଇଁ ପ୍ରସ୍ତୁତ ରହ

ଟିକା ନିର୍ମାତାଙ୍କୁ ‘ହୁ’ର ଆହ୍ବାନ: ଜରୁରୀକାଳୀନ ବ୍ୟବହାର ପାଇଁ ପ୍ରସ୍ତୁତ ରହ

The Indian Express

ନୂଆଦିଲ୍ଲୀ: କୋଭିଡ୍‌ ବିରୋଧରେ ଲଢ଼େଇ କରିବା ଲାଗି ବିଶ୍ବରେ ୨୦୦ରୁ ଅଧିକ ଟିକା ବିକଶିତ ହୋଇଥିବା ବେଳେ ସେଥି ମଧ୍ୟରୁ ମାତ୍ର ୩୧ଟି ବିଭିନ୍ନ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ସ୍ତରରେ ପହଞ୍ଚିଛି। ‌େସଥିମଧ୍ୟରୁ ପୁଣି ବଛା ବଛା ୯ଟି ଟିକାର ତୃତୀୟ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ଚାଲିଛି। ଏ ଅବସରରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ) ଏବେ ସେହି ଚୂଡ଼ାନ୍ତ ପର୍ଯ୍ୟାୟ ପରୀକ୍ଷଣ ଜାରି ରଖିଥିବା ଟିକା ନିର୍ମାତାମାନଙ୍କୁ ଆହ୍ବାନ କରିଛି। ସେମାନେ କୌଣସି ପ୍ରକାର ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେବା ସହ ସେଥିପାଇଁ ଆବଶ୍ୟକ ଅନୁମତି ହାସଲ କରିବା ଲାଗି ମଧ୍ୟ ଉତ୍ସାହିତ କରିଛି। ଏହି କ୍ରମରେ ଭାରତର ପୁଣେ ସ୍ଥିତ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌, ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ୍‌ ଓ ଡ. ରେଡି'ସ ଲାବୋରାଟରି ପକ୍ଷରୁ ହୁ ଠାରୁ ପ୍ରାକ୍‌ଯୋଗ୍ୟତା ପ୍ରମାଣପତ୍ର ହାସଲ କରିବା ପାଇଁ ଆବେଦନ କରିଛନ୍ତି। ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅକ୍ସଫୋର୍ଡ ଟିକାର, ଭାରତ ବାୟୋଟେକ୍‌ କୋଭାକ୍ସିନ୍‌ର ଏବଂ ଡ. ରେଡି’ସ ଲାବୋରାଟରି ଦ୍ବାରା ସ୍ପୁଟନିକ୍‌-ଭିର ନୈଦାନିକ ପରୀକ୍ଷଣ ଚାଲୁ ରହିଛି। ଜାଇଡସ୍‌ କାଡିଲା ଯଦିଓ ନିଜସ୍ବ ଟିକା ଜାଇକୋଭ୍-ଡିର ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷଣ ଜାରି ରଖିଛି, ତେବେ ହୁ’ଠାରୁ ପ୍ରାକ୍‌ଯୋଗ୍ୟତା ପ୍ରମାଣପତ୍ର ହାସଲ ପାଇଁ ଆବେଦନ କରାଯାଇନଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe