ବିଶ୍ୱର ପ୍ରଥମ କରୋନା ଟିକାକୁ ନେଇ ରୁଷିଆ ସହ ଆଲୋଚନା କରୁଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ

ବିଶ୍ୱର ପ୍ରଥମ କରୋନା ଟିକାକୁ ନେଇ ରୁଷିଆ ସହ ଆଲୋଚନା କରୁଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ

Asianet News

ନୂଆଦିଲ୍ଲୀ: ରୁଷିଆ ବିଶ୍ୱର ପ୍ରଥମ କରୋନା ଟିକାର ପଞ୍ଜିକରଣ କରିଛି ବୋଲି ଏହାର ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍‌ ଘୋଷଣା କରିଛନ୍ତି । ଏ  ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ)ର ମୁଖପାତ୍ର କହିଛନ୍ତି କି ଏହି ଟିକା ବିଶ୍ବବାସୀଙ୍କ ସ୍ବ‌ାସ୍ଥ୍ୟ ସକାଶେ ସୁରକ୍ଷିତ କି ନାହିଁ ତାହାକୁ ନେଇ ରୁଷୀୟ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ସହ ହୁ ଆଲୋଚନା କରିବା ପରେ ଯାଇ ଟିକାକୁ ଅନୁମୋଦନ ପ୍ରଦାନ କରିବ।

ରୁଷିଆର ରା‌ଷ୍ଟ୍ରପତି ଭ୍ଲାଦିମିର ପୁତିନ  ଘୋଷଣା କରି କହିଥିଲେ କି ଦୁଇ ମାସରୁ କମ୍‌ ସମୟ ମାନବ ପରୀକ୍ଷଣ ପରେ କୋଭିଡ୍‌-୧୯ ଟିକାକୁ ନିୟାମକ ଅନୁମୋଦନ ଦେବାରେ ରୁଷିଆ ହେଉଛି ପ୍ରଥମ ଦେଶ।

ଜେନେଭାରେ ଜାତିସଂଘର ଏକ ସଂକ୍ଷିପ୍ତ ଆଲୋଚନା ସମୟରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମୁଖପାତ୍ର ତାରିକ ଜାସାରେଭିକ୍ କହିଛନ୍ତି କି ‘ଆମେ ରୁଷୀୟ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ସହ ସମ୍ପର୍କ ରଖିଛୁ ଏବଂ ଟିକା ବ୍ୟବହାର ପାଇଁ ଯୋଗ୍ୟ କି ନୁହେଁ ଏ ନେଇ ଆଲୋଚନା ଜାରି ରହିିଛି। 

publive-image MediCircle

ଉଲ୍ଲେଖଯୋଗ୍ୟ, ଗତ ଜୁନ ୧୮ରେ ଏହି ଟିକାର ପରୀକ୍ଷଣ ଆରମ୍ଭ ହୋଇଥିଲା ଓ ୩୮ ଜଣ ସ୍ୱେଚ୍ଛାସେବୀଙ୍କୁ ଟିକା ଦିଆଯାଇଥିଲା । ସେମାନଙ୍କ ଶରୀରରେ କରୋନାକୁ ପ୍ରତିରୋଧ କରିବାକୁ ପ୍ରତିଷେଧକ ଶକ୍ତି ସୃଷ୍ଟି ହୋଇଥିଲା । ପ୍ରଥମ ଗ୍ରୁପ ସ୍ୱେଚ୍ଛାସେବୀଙ୍କୁ ଜୁଲାଇ ୧୫ରେ ଓ ୨ୟ ଗ୍ରୁପକୁ ଜୁଲାଇ ୨୦ରେ ହସପିଟାଲରୁ ଛଡ଼ା ଯାଇଥିଲା । ତେବେ ରୁଷ ଟିକାର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ କରାଯାଇନ‌ାହିଁ।  ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଟିକା ପ୍ରସ୍ତୁତି ଲାଗି ପ୍ରଦତ୍ତ ଗାଇଡଲାଇନକୁ ରୁଷ ଅନୁସରଣ କରିନାହିଁ ବୋଲି କେତେକ ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe