ଚୀନ୍ ନୁହେଁ, ଚୀନ୍‌ରେ ଥିବା ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଅଫିସ୍ କରୋନାଭାଇରସ୍ ସମ୍ପର୍କରେ ପ୍ରଥମେ ସୂଚନା ଦେଇଥିଲା: ଡବ୍ଲୁଏଚ୍‌ଓ

ଚୀନ୍ ନୁହେଁ, ଚୀନ୍‌ରେ ଥିବା ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଅଫିସ୍ କରୋନାଭାଇରସ୍ ସମ୍ପର୍କରେ ପ୍ରଥମେ ସୂଚନା ଦେଇଥିଲା: ଡବ୍ଲୁଏଚ୍‌ଓ

Image Courtesy of Jakarta Post

ଜେନିଭା: ଚୀନ୍ ନୁହେଁ, ଚୀନ୍‌ରେ ଥିବା ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଅଫିସ୍ ହିଁ ପ୍ରଥମେ କରୋନାଭାଇରସ୍ ସମ୍ପର୍କରେ ମୁଖ୍ୟାଳୟକୁ ସତର୍କ ସୂଚନା ଦେଇଥିବା କଥା ଡବ୍ଲୁଏଚ୍‌ଓ କହିଛି।

ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ କୋଭିଡ୍ ସଂକ୍ରମଣର ପ୍ରାରମ୍ଭିକ ଅବସ୍ଥା ସଂକ୍ରାନ୍ତ ବିବରଣୀ ପରିମାର୍ଜିତ କରି ଏ କଥା ଉଲ୍ଲେଖ କରିଛି। ଏପ୍ରିଲ୍ ୯ ତାରିଖରେ ତା’ର କମ୍ୟୁନିକେସନ୍ ସମ୍ବନ୍ଧରେ ପ୍ରାରମ୍ଭିକ ଟାଇମ୍‌ଲାଇନ୍ ପ୍ରକାଶ କରିଥିଲା। ସେ କ୍ରମବିବରଣୀରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ କେବଳ କହିଥିଲା ଯେ, ହୁବେଇ ପ୍ରଦେଶର ଊହାନ୍ ମୁନିସ୍‌ପାଲ୍ ହେଲ୍‌ଥ୍ କମିସନ୍ ଡ‌ିସେମ୍ବର ୩୧ ତାରିଖରେ ନିମୋନିଆ ସଂକ୍ରମଣ ହୋଇଥିବା ରିପୋର୍ଟ କରିଥିଲା। କିନ୍ତୁ, କିଏ ସଂକ୍ରାନ୍ତରେ ସୂଚନା ଦେଇଥିଲା ସେ କଥା ଜାତିସଂଘର ଏହି ସ୍ବାସ୍ଥ୍ୟ ଏଜେନ୍‌ସି ଡବ୍ଲୁଏଚ୍‌ଓ କିଛି ନିର୍ଦ୍ଦିଷ୍ଟ କରି ଲେଖି ନ ଥିଲା।

publive-image Image Courtesy of The Indian Express

କିନ୍ତୁ, ଏ ସପ୍ତାହରେ ପ୍ରକାଶିତ ନୂତନ କ୍ରମବିବରଣୀରେ ସେ ଘଟଣାର ବିସ୍ତୃତ ସୂଚନା ଦେଇଛି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ। ଏଥିରେ ସୂଚନା ଦିଆଯାଇଛି ଯେ, ଊହାନ୍ ସ୍ବାସ୍ଥ୍ୟ କମିସନ୍‌ଙ୍କ ୱେବ୍‌ସାଇଟ୍ରେ ଗଣମାଧ୍ୟ ଲାଗି ଉଦ୍ଦିଷ୍ଟ ଘୋଷଣାନାମା ଦେଖିବା ପରେ ଚୀନ୍‌ରେ ଥିବା ଡବ୍ଲୁଏଚ୍‌ଓ କାର୍ଯ୍ୟାଳୟ ଡିସେମ୍ବର ୩୧ ତାରିଖ ଦିନ ନିଜର ଆଞ୍ଚଳିକ ଯୋଗାଯୋଗ ସୂତ୍ରରୁ ଭାଇରାଲ୍ ନିମୋନିଆ କଥା ଜାଣିବାକୁ ପାଇଥିଲା।

ସେହି ଦିନ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମହାମାରୀ ସୂଚନା ସେବା ମଧ୍ୟ ଯୁକ୍ତରାଷ୍ଟ୍ର ଆମେରିକାସ୍ଥିତ ଇଣ୍ଟର୍‌ନ୍ୟାସ୍‌ନାଲ୍ ଏପିଡେମିଲୋଜିକାଲ୍ ସର୍ଭିଲେନ୍ସ୍ ନେଟ୍‌ୱାର୍କ ‘ପ୍ରୋମେଡ୍’ ଦ୍ବାରା ପ୍ରସାରିତ ଖବରରୁ ଏ ବିଷୟରେ ସୂଚନା ପାଇଥିଲା।

ଏହାପରେ ଡବ୍ଲୁଏଚ୍‌ଓ ଚୀନ୍ କର୍ତ୍ତୃପକ୍ଷଙ୍କୁ ଦୁଇ ଥର – ଜାନୁଆରି ୧ ଓ ୨ ତାରିଖରେ ଏ ବିଷୟରେ ସୂଚନା ମାଗିଥିଲେ। ସେମାନେ ଜାନୁଆରି ୩ ତାରିଖ ଦିନ ଏ ବିଷୟରେ ଅବଗତ କରାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe