‘ହୁ’ର ଚେତାବନୀ: ଆଗକୁ ବଡ଼ ବିପର୍ଯ୍ୟୟ ଆଣିବ କରୋନା

Advertisment

୨୪ ଘଣ୍ଟାରେ ୧ ଲକ୍ଷ ୧୬ ହଜାର ମାମଲା, ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୬୨ ହଜାର ଟିପିଲା

୨୪ ଘଣ୍ଟାରେ ୧ ଲକ୍ଷ ୧୬ ହଜାର ମାମଲା, ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୬୨ ହଜାର ଟିପିଲା

ଅହମଦାବାଦ୍‌ କୋଭିଡ୍‌ ନିୟନ୍ତ୍ରଣ ପଦକ୍ଷେପକୁ ‘ହୁ’ର ପ୍ରଶଂସା

The Week

ୱାସିଂଟନ: ବିଶ୍ବବ୍ୟାପୀ କରୋନା ସଂକ୍ରମଣ ଉଦ୍‌ବେଗଜନକ ଭାବେ ବଢ଼ିଚାଲିଛି ଏବଂ ବିଗତ ୨୪ ଘଣ୍ଟାରେ ୧ ଲକ୍ଷ ୧୬ ହଜାର ୩ ଶହ ନୂଆ ମାମଲା ଚିହ୍ନଟ ହୋଇଛି। ସଂକ୍ରମିତଙ୍କ ସଂଖ୍ୟା ୬୦ ଲକ୍ଷ ଟପିଯାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୬୨ ହଜାର ଅତିକ୍ରମ କରିଛି। ଆମେରିକାରେ କରୋନା ମୃତ୍ୟୁ ସଂଖ୍ୟା କମିଥିଲେ ମଧ୍ୟ ସଂକ୍ରମଣ ପୁଣି ବଢ଼ୁଥିବା ଦେଖାଯାଇଛି। ଆମେରିକା ପରେ ଏବେ ରୁଷ୍‌, ବ୍ରାଜିଲ ଏବଂ ଭାରତ କରୋନାର ହଟ୍‌ସ୍ପଟ ପାଲଟିଛି। ଗତକାଲି ଗୋଟିଏ ଦିନରେ ବିଶ୍ବବ୍ୟାପୀ ୫ ହଜାରରୁ ଅଧିକ ଲୋକ କରୋନାରେ ପ୍ରାଣ ହରାଇଛନ୍ତି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ)ର ବୈଜ୍ଞାନିକମାନେ ଚେତାବନୀ ଦେଇ କହିଛନ୍ତି ଯେ ଆଗକୁ କରୋନା ବଡ଼ ବିପର୍ଯ୍ୟୟ ସୃଷ୍ଟି କରିବ ଏବଂ ଏଥିପାଇଁ ସମସ୍ତ ରାଷ୍ଟ୍ର ଅଧିକ ସତର୍କ ରହିବାକୁ ହେବ। ଭାରତରେ କୋଭିଡ-୧୯ ସଂକ୍ରମଣର ମୃତକଙ୍କ ସଂଖ୍ୟା ଚୀନ୍‌କୁ ଟପିଯାଇଥିବା ଏବଂ ପ୍ରତିଦିନ ସଂକ୍ରମଣ ବଢ଼ି ଚାଲିଥିବାରୁ ଏହା କୌଣସି କୋହଳ ନୀତି ଧରିବା ଉଚିତ ନୁହେଁ ବୋଲି ‘ହୁ’ର ସ୍ବତନ୍ତ୍ର ଅଧିକାରୀ ଡକ୍ଟର ଡେଭିଡ୍‌ ନବାରୋ କହିଛନ୍ତି।

ଲକ୍‌ଡାଉନ୍‌ କୋହଳ ହେବାରୁ ଏବେ ର୍ଜମାନୀରେ ସ୍ଥିତି ଜଟିଳ ହୋଇଛି । ସେହିଭଳି ଦକ୍ଷିଣ କୋରିଆରେ ମଧ୍ୟ ସଂକ୍ରମଣ ଫେରିଥିବାରୁ ସେଠାରେ ବ୍ୟାପକ କଟକଣା ଲାଗୁହୋଇଛି। ଏବେ ସମଗ୍ର ବିଶ୍ବରେ ନ୍ୟୁୟର୍କ ସହର ସର୍ବାଧିକ କରୋନା ପ୍ରଭାବିତ ଅଂଚଳ ଭାବେ ଚିହ୍ନଟ ହୋଇଛି। ତେବେ ଜୁନ୍‌ ପ୍ରଥମ ସପ୍ତାହରୁ ନ୍ୟୁୟର୍କରେ କଟକଣା କୋହଳ କରିବାକୁ ଟ୍ରମ୍ପ୍‌ ପ୍ରଶାସନ ଚିନ୍ତା କରୁଛନ୍ତି। ରୁଷ୍‌ରେ ଗତକାଲି ଗୋଟିଏ ଦିନରେ ୮ ହଜାର ନୂଆ ମାମଲା ସାମ୍ନାକୁ ଆସିବା ପରେ ପୁଣି ସବୁ ଅଂଚଳରେ କଟକଣା ବଢ଼ାଇ ଦିଆଯାଇଛି। ପାକିସ୍ତାନରେ ମଧ୍ୟ ଧୀରେ ଧୀରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏବେ ସଂକ୍ରମିତଙ୍କ ସଂଖ୍ୟା ୭୧ ହଜାରରେ ପହଞ୍ଚିଥିବା ବେଳେ ଗତକାଲି ଗୋଟିଏ ଦିନରେ ୨୦୭୬ ମାମଲା ସାମ୍ନାକୁ ଆସିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କହିଛନ୍ତି କରୋନା ଭାଇରସ୍‌ ଚୀନ୍‌ ପକ୍ଷରୁ ବିଶ୍ବ ପାଇଁ ଏକ ବହୁତ ଖରାପ ଉପହାର। ଆମେରିକାରେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ଟପିବା ପରେ ଟ୍ରମ୍ପ୍‌ ଏଭଳି ବୟାନ ଦେଇଛନ୍ତି। କରୋନା ଭୂତାଣୁ ବ୍ୟାପିବା ପାଇଁ ଟ୍ରମ୍ପ୍‌ ଚୀନ୍‌କୁ ସିଧାସଳଖ ଦାୟୀ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe