ବିଷାକ୍ତ କଫ ସିରପ ପିଇ ଶିଶୁ ମୃତ୍ୟୁ ମାମଲା: ତିନିଟି କମ୍ପାନିକୁ କଡ଼ା ଚେତାବନୀ

ଶିଶୁ ମୃତ୍ୟୁ ମାମଲା ଘଟଣାକୁ ଗମ୍ଭୀରତା ସହ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) କୋଲଡରିଫ୍ ସମେତ ତିନିଟି ଔଷଧ କମ୍ପାନିକୁ ସେମାନଙ୍କର କଫ ସିରପ ସମ୍ପର୍କରେ ଚେତାବନୀ ଜାରି କରିଛି।

Untitled-28

ନୂଆଦିଲ୍ଲୀ: ଭାରତରେ ବିଷାକ୍ତ କଫ ସିରପ ଯୋଗୁଁ ୨୦ରୁ ଅଧିକ ଶିଶୁଙ୍କ ମୃତ୍ୟୁ ହୋଇଥିବାର ଦୁଃଖଦ ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏହି ଘଟଣାକୁ ଗମ୍ଭୀରତା ସହ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) କୋଲଡରିଫ୍ ସମେତ ତିନିଟି ଔଷଧ କମ୍ପାନିକୁ ସେମାନଙ୍କର କଫ ସିରପ ସମ୍ପର୍କରେ ଚେତାବନୀ ଜାରି କରିଛି। ଯେଉଁ କଫ ସିରପଗୁଡ଼ିକ ମଧ୍ୟପ୍ରଦେଶରେ ଅନେକ ଶିଶୁଙ୍କ ମୃତ୍ୟୁର କାରଣ ପାଲଟିଥିଲା। 

ରିପୋର୍ଟ ଅନୁଯାୟୀ, ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥା ଶ୍ରୀସନ ଫାର୍ମାର କୋଲଡରିଫ୍, ରେଡନେକ୍ସ ଫାର୍ମାର ରେସ୍ପିଫ୍ରେସ୍ ଟିଆର ଏବଂ ସେପ୍ ଫାର୍ମାର ରିଲାଇଫ୍ ସିରପର ନିର୍ଦ୍ଦିଷ୍ଟ ବ୍ୟାଚ୍ଗୁଡ଼ିକୁ ଚିହ୍ନଟ କରାଯାଇଛି। ଯେଉଁଥିରେ ମିଶ୍ରଣ ଥିବା ଜଣାପଡ଼ିଛି।
 ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ ଉକ୍ତ ସିରପଗୁଡ଼ିକ ସ୍ୱାସ୍ଥ୍ୟ ପାଇଁ ବିପଦ ସୃଷ୍ଟି କରିବା ସହିତ ଏହା ଶରୀରରେ ମାରାତ୍ମକ ରୋଗ ମଧ୍ୟ ସୃଷ୍ଟି କରିପାରେ। ଏହି କଫ ସିରପର ପରୀକ୍ଷାରୁ ଡାଇଥିଲିନ୍ ଗ୍ଲାଇକୋଲ୍ ନାମକ ଏକ ବିଷାକ୍ତ ରାସାୟନିକ ପଦାର୍ଥ ମିଳିଛି। ଯାହା କଫ ସିରପରେ ବହୁ ପରିମାଣରେ ବ୍ୟବହୃତ ହୋଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ରାସାୟନିକ ପଦାର୍ଥର ରଙ୍ଗ କିମ୍ବା ଗନ୍ଧ ନାହିଁ। ତେଣୁ ଏହାକୁ ପରୀକ୍ଷା ବିନା ଚିହ୍ନଟ କରିବା କଷ୍ଟକର। ଏହା ସିରପକୁ ମିଠା କରିବା ପାଇଁ ବ୍ୟବହୃତ କରାଯାଇଥାଏ। 

ତାମିଲନାଡୁର ଶ୍ରୀସନ ଔଷଧ କମ୍ପାନିର ଲାଇସେନ୍ସ ସମ୍ପୂର୍ଣ୍ଣ ଭାବେ ବାତିଲ କରାଯିବା ସହିତ କମ୍ପାନିକୁ ବନ୍ଦ କରିବା ପାଇଁ ଏକ ନିର୍ଦ୍ଦେଶ ଜାରି କରାଯାଇଥିବା ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି। 

ଏହି ଘଟଣା ପରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦୁଇବର୍ଷରୁ କମ୍ ବୟସ୍କ ପିଲାଙ୍କୁ କଫ୍ ସିରପ୍ ନଦେବାକୁ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦେଇଛି  । ଦେଶର ୬ଟି ରାଜ୍ୟ ତଥା ହିମାଚଳ, ଉତ୍ତରାଖଣ୍ଡ, ଗୁଜରାଟ, ତାମିଲନାଡୁ, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରେ ୧୯ଟି ଫାର୍ମାସି କାରଖାନାରେ ତଦନ୍ତ ଆରମ୍ଭ ହୋଇଛି । ନମୁନା ପରୀକ୍ଷା ପାଇଁ ଏକ ବିଶେଷଜ୍ଞ ଦଳ ଗଠନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe