ଜାଣନ୍ତୁ ‘ସିଡିଏସ୍’ ବିପିନ ରାୱତ୍‌ଙ୍କ ପତ୍ନୀ ମଧୁଲିକାଙ୍କ ବିଷୟରେ ଏହି ସବୁ କଥା

Advertisment
ଜାଣନ୍ତୁ ‘ସିଡିଏସ୍’ ବିପିନ ରାୱତ୍‌ଙ୍କ ପତ୍ନୀ ମଧୁଲିକାଙ୍କ ବିଷୟରେ ଏହି ସବୁ କଥା

Image Courtesy of She The People

ନୂଆଦିଲ୍ଲୀ: ବୁଧବାର ଦିନ ଗନ୍ତବ୍ୟସ୍ଥଳରେ ପହଞ୍ଚିବାର କିଛି କ୍ଷଣ ପୂର୍ବରୁ ବାୟୁସେନାର ‘ଏମ୍ଆଇ-୧୭ଭି୫’ ହେଲିକପ୍ଟର୍‌ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୧୩ଜଣଙ୍କ ମଧ୍ୟରୁ ଜଣେ ଥିଲେ ‘ସିଡିଏସ୍‌’ ବିପିନ ରାୱତ୍‌ଙ୍କ ପତ୍ନୀ ମଧୁଲିକା।

ୱେଲିଙ୍ଗ୍‌ଟନ୍‌ସ୍ଥିତ ‘ଡିଫେନ୍‌ସ୍‌ ସର୍ଭିସ୍‌ ଷ୍ଟାଫ୍‌ କଲେଜ୍‌’ରେ ଉଦ୍‌ବୋଧନ ଦେବାକୁ ଯାଉଥିବା ଜେନେରାଲ୍‌ ବିପିନ ରାୱତ୍‌ଙ୍କ ସହ ଥିଲେ ତାଙ୍କ ପତ୍ନୀ ‘ଆର୍ମି ୱାଇଭ୍‌ସ୍‌ ୱେଲ୍‌ଫେୟାର୍‌ ଆସୋସିଏସନ୍‌’ର ଅଧ୍ୟକ୍ଷା ମଧୁଲିକା। ମଧୁଲିକାଙ୍କ ଅଧ୍ୟକ୍ଷତାରେ ଉପରୋକ୍ତ ସଂଗଠନ ସମାଜ ସେବାରେ ସକ୍ରିୟ ହୋଇ କାର୍ଯ୍ୟ କରୁଥିଲା। ତାଙ୍କ ନେତୃତ୍ବରେ ସେନା ବିଧବାମାନଙ୍କ ପାଇଁ ଅନେକ କଲ୍ୟାଣମୂଳକ କାର୍ଯ୍ୟ କରାଯାଇଥିଲା।

୧୯୮୬ ମସିହାରେ ମଧ୍ୟପ୍ରଦେଶର ଶାହଦୋଲ୍‌ବାସିନୀ ମଧୁଲିକା ବିପିନ ରାୱତ୍‌ଙ୍କୁ ବାହା ହୋଇଥିଲେ। ସେତେବେଳେ ବିପିନ ଥିଲେ ସେନାର ଜଣେ କପ୍ତାନ୍। ସେମାନଙ୍କର ଦୁଇଟି ଝିଅ ଅଛନ୍ତି। ‌ଦୁଇ ଝିଅଙ୍କ ମଧ୍ୟରୁ ଜଣେ ମୁମ୍ବାଇରେ ରହୁଥିବା ବେଳେ ଅନ୍ୟ ଜଣେ ସେମାନଙ୍କ ସହିତ ରହୁଥିଲେ।

ଗ୍ବାଲିଅର୍‌ସ୍ଥିତ ‘ସିନ୍ଧିଆ ‌କନ୍ୟା ବିଦ୍ୟାଳୟ’ରୁ ସ୍କୁଲ୍‌ ପାଠ ଶେଷ କରିବା ପରେ ମଧୁଲିକା ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ମନସ୍ତତ୍ତ୍ବ ଅଧ୍ୟୟନ କରିଥିଲେ। ସମ୍ପ୍ରତି ମଧୁଲିକାଙ୍କ ପରିବାର ଶାହଦୋଲ୍‌ ଜିଲ୍ଲା ମୁଖ୍ୟାଳୟରେ ଥିବା ତାଙ୍କ ପୂର୍ବଜଙ୍କ ବାସଭବନ ‘ରାଜାବାଗ୍‌’ରେ ବସବାସ କରୁଛନ୍ତି।

publive-image Image Courtesy of The Quint

ତାଙ୍କର ପିତା ମୃଗେନ୍ଦ୍ର ସିଂହ ଥିଲେ ଶାହଦୋଲ୍‌ ଜିଲ୍ଲାର ସୋହାଗପୁର ରିୟାସତ୍‌ର ରିୟାସତ୍‌ଦାର୍‌। ସେ ମଧ୍ୟରୁ କଂଗ୍ରେସ ପାର୍ଟିର ଟିକେଟ୍‌ରେ ଉକ୍ତ ଜିଲ୍ଲାରୁ ୧୯୬୭ ଏବଂ ୧୯୭୨ରେ ବିଧାୟକ ଭାବେ ବିଜୟ ଲାଭ କରିଥିଲେ।

ଛତିଶଗଡ଼ର ମନ୍ତ୍ରୀ ଟିଏସ୍‌ ସିଂହଦେଓ କହନ୍ତି, ସ୍ବର୍ଗତ ଜେନେରାଲ୍‌ ବିପିନ ରାୱତ୍‌ଙ୍କ ପତ୍ନୀ ମଧୁଲିକା ଜୀ ଥିଲେ ଆମ ପରିବାରର ବନ୍ଧୁ ଏବଂ ଭୋପାଳରେ ସବୁବେଳେ ଆମକୁ ଭେଟୁଥିଲେ।

ମଧୁଲିକାଙ୍କ ଭାଇ ଯଶୋଧନ ସିଂହ କହନ୍ତି, ଦିଲ୍ଲୀରେ ଦଶହରା ଅବସରରେ ସେ ବିପିନଙ୍କ ସହ ତାଙ୍କର ଶେଷ ଭେଟ ହୋଇଥିଲା। ମଧୁଲିକାଙ୍କ ପୂର୍ବଜଙ୍କ ଗ୍ରାମ ଶାହଦୋଲ୍‌ ଗସ୍ତ କରିବା ସହ ସେଠ‌ାରେ ସୈନିକ ସ୍କୁଲ୍‌ଟିଏ ସ୍ଥାପନ ପାଇଁ ସହାୟତା ଯୋଗାଇ ଦେବେ‌ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe