କିଏ ଏହି ୧୭ ବର୍ଷିୟ ତରୁଣ ନାହେଲ୍‌ ଏମ୍‌, ଯାହାଙ୍କ ମୃତ୍ୟୁ ଯୋଗୁ ସମଗ୍ର ଫ୍ରାନ୍‌ସ୍‌ ଜଳୁଛି

Advertisment
କିଏ ଏହି ୧୭ ବର୍ଷିୟ ତରୁଣ ନାହେଲ୍‌ ଏମ୍‌, ଯାହାଙ୍କ ମୃତ୍ୟୁ ଯୋଗୁ ସମଗ୍ର ଫ୍ରାନ୍‌ସ୍‌ ଜଳୁଛି

Image Courtesy of Sky News

ପ୍ୟାରିସ୍‌: ‘ଟ୍ରାଫିକ୍‌ ଷ୍ଟପ୍‌’ରେ ଜଣେ ପୁଲିସ ଅଧିକାରୀଙ୍କ ଗୁଳି ଚୋଟରେ ନିହତ ହୋଇଥିବା କିଏ ଏହି ୧୭ ବର୍ଷିୟ ତରୁଣ ନାହେଲ୍‌ ଏମ୍‌, ଯାହା ଲାଗି ଆଜି ସମଗ୍ର ଫ୍ରାନ୍‌ସ୍‌ ବିଶେଷକରି, ପ୍ୟାରିସ୍ ନିକଟ ନାନ୍‌ତେର୍‌ରେ ଚାଲିଛି ପ୍ରବଳ ପ୍ରତିବାଦ, ଦଙ୍ଗା ଓ ପୋଡ଼ାଜଳା।

ସଂଗୃହୀତ ସୂଚନା ଅନୁସାରେ, ନାହେଲ୍‌ ଏମ୍‌. ଥିଲେ ଜଣେ ଆଲ୍‌ଜେରୀୟ ବଂଶୋଦ୍ଭବ। ଗତ ମଙ୍ଗଳବାର ଦିନ ଜଣେ ପୁଲିସ ଅଧିକାରୀ ଅତି ନିକଟରୁ ତାଙ୍କ ଛାତିକୁ ଗୁଳି ଚଳାଇବାରୁ ତାଙ୍କର ମୃତ୍ୟୁ ଘଟିଥିଲା।

ନାହେଲ୍‌ ଜଣେ ‘ଟେକ୍‌ଆୱେ ଡେଲିଭରି ଡ୍ରାଇଭର୍‌’ ଭାବେ କାର୍ଯ୍ୟ କରୁଥିଲେ ଓ ଗତ ୩ ବର୍ଷ ହେବ ‘ପାଇରେଟସ୍‌ ଅଫ୍‌ ନାନ୍‌ତେର୍‌’ ରଗ୍‌ବି କ୍ଲବ୍‌ର ସକ୍ରିୟ ସଦସ୍ୟ ଥିଲେ। ସେହିପରି, ‘ଓଭାଲ୍‌ ସାଇ‌ତୋୟେନ୍‌’ ନାମରେ ଗୋଟାଏ ସଂଘଦ୍ବାରା ପରିଚାଳିତ ଏକ ସ୍କୁଲ୍‌ରେ ତୁରଣମାନେ ଚଳାଇଥିବା ‘ଇଣ୍ଟିଗ୍ରେସନ୍‌ ପ୍ରୋଗ୍ରାମ୍‌’ରେ ମଧ୍ୟ ତାଙ୍କର ଭୂମିକା ଥିଲା।

ନାହେଲ୍‌ଙ୍କ ପରିବାର ତା’ର ସାଙ୍ଗିଆ ବିଷୟରେ ସୂଚନା ଦେଇ ନ ଥିଲେ ବି ମାଆ ମୌନିଆଙ୍କର ସେ ଥିଲେ ଏକମାତ୍ର ସନ୍ତାନ। ତାଙ୍କ ମାଆ ଅଭିଯୋଗ କରିଛନ୍ତି ଆରବ ଚେହେରା ଯୋଗୁଁ ନାହେଲ୍‌କୁ ହତ୍ୟା କରାଯାଇଛି। ସେ କହିଛନ୍ତି, ପୁଲିସ ଅଧିକାରୀଜଣକ ଆରବ ଚେହେରା, ପୁଣ ଛୋଟ ପିଲା ଦେଖି ତା’ର ଜୀବନ ନେବାକୁ ଚାହିଁଲେ।

France unrest: Third night of riots after police shoot teen, officer charged | Reuters Image Courtesy of Reuters

ଜଣେ ଇଲେକ୍ଟ୍ରିସିଆନ୍‌ ତାଲିମ ପାଇବା ପାଇଁ ନାହେଲେ ସୁରେନ୍‌ସେସ୍‌ର ଗୋଟାଏ କଲେଜରେ ନାଆଁ ଲେଖାଇଥିଲେ। କିନ୍ତୁ, ସେ ନିୟମିତ କଲେଜ ଯାଉ ନ ଥିଲେ।

ପୂର୍ବରୁ ମଧ୍ୟ ନାହେଲ୍‌ କୌଣସି ମାମଲାରେ ଥାନାକୁ ଯାଇଥିଲେ। ତେଣୁ, ପୁଲିସ ସହିତ ତାଙ୍କ ପରିଚୟ ଥିଲା। କିନ୍ତୁ, ତାଙ୍କ ପାରିବାରିକ ଓକିଲ କହିଛନ୍ତି କି, ତା’ର କୌଣସି ଅପରାଧିକ ରେକର୍ଡ ନ ଥିଲା।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ନାହେଲ୍‌ ଏମ୍‌. ଗୁଳି କରାଯିବା ଭଳି କୌଣସି ଅପରାଧ କରି ନ ଥିଲେ। ତେଣୁ, ଗୁଳି ଚାଳଇଥିବା ପୁଲିସ ଅଧିକାରୀ ଜାଣିଶୁଣି ତାଙ୍କୁ ହତ୍ୟା କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଇ ତଦନ୍ତ ଚାଲିଛି। କିନ୍ତୁ, ପୁଲିସ ଅଧିକାରୀଜଣକ କହୁଛନ୍ତି ଯେ, ତରୁଣଟି କାହା ଉପରେ କାର୍‌ ଚଢ଼ାଇ ଦେବ ଭାବି ତା’ ଉପରକୁ ଗୁଳି ଚଳାଇଥି‌ଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe