କାହା ନିୟନ୍ତ୍ରଣରେ ରହିବ ଶିବସେନା?

Advertisment

ଠାକରେ-ସିନ୍ଦେ ଗୋଷ୍ଠୀ ମଧ୍ୟରେ ଅସଲ ଲଢ଼େଇ ଆରମ୍ଭ, ଆଇନଗତ ଯୁଦ୍ଧ ପାଇଁ ପ୍ରସ୍ତୁତି

ଠାକରେ-ସିନ୍ଦେ ଗୋଷ୍ଠୀ ମଧ୍ୟରେ ଅସଲ ଲଢ଼େଇ ଆରମ୍ଭ, ଆଇନଗତ ଯୁଦ୍ଧ ପାଇଁ ପ୍ରସ୍ତୁତି

କାହା ନିୟନ୍ତ୍ରଣରେ ରହିବ ଶିବସେନା?

ମୁମ୍ବାଇ : ମହାରାଷ୍ଟ୍ର ରାଜନୀତିରେ ଆଗକୁ ବହୁତ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଶିବସେନାର ନିୟନ୍ତ୍ରଣ କାହା ହାତରେ ରହିବ ସେ ନେଇ ଏବେ ଅସଲ ଲଢ଼େଇ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଟିମ୍‌ ଏବଂ ଶିବସେନା‌ର ବି‌ଦ୍ରୋହୀ ବିଧାୟକ ଏକନାଥ ସିନ୍ଦେଙ୍କ ଟିମ୍‌ ଆଗକୁ ଆଇନଗତ ଲଢ଼େଇ ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ମହାରାଷ୍ଟ୍ରର ଶାସକ ଦଳ ଶିବସେନାର ନିୟନ୍ତ୍ରଣ ଏବେ ବି ଠାକରେ ପରିବାର ହାତରେ ଥିବା ଦାବି କରାଯାଉଥିବା ବେଳେ ସଂଖ୍ୟାଧିକ ବିଧାୟକ ଏକନାଥ ସିନ୍ଦେଙ୍କ ଗୋଷ୍ଠୀରେ ସାମିଲ ହୋଇଯାଇଥିବାରୁ ସ୍ଥିତି ଅତି ଜଟିଳ ହୋଇଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ହାତରେ ବାସ୍ତବରେ ଦଳର ନିୟନ୍ତ୍ରଣ ଆଉ ନାହିଁ ବୋଲି କୁହାଯାଉଛି। ପ୍ରଥମେ ଶିବସେନା ଏକନାଥ ସିନ୍ଦେଙ୍କୁ ବିଧାୟକ ଦଳ ନେତା ପଦରୁ ହଟାଇ ତାଙ୍କ ସ୍ଥାନରେ ଅଜୟ ଚୌଧୁରୀଙ୍କୁ ବିଧାୟକ ଦଳ ନେତା ନିଯୁକ୍ତ କରିଛି।

ଅନ୍ୟପକ୍ଷରେ ଏହାକୁ ବିରୋଧ କରି ସିନ୍ଦେ ଗୋଷ୍ଠୀ କରିଥିବା ଦାବିକୁ ଉପବାଚସ୍ପତି ପ୍ରତ୍ୟାଖ୍ୟାନ କରିଛନ୍ତି। ଇତି ମଧ୍ୟରେ ସିନ୍ଦେ ଏବଂ ଅନ୍ୟ ୧୫ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବାପାଇଁ ଶିବସେନା ପକ୍ଷରୁ ଉପବାଚସ୍ପତିଙ୍କ ନିକଟରେ ଏକ ଆବେଦନ ହୋଇଛି। ଉପବାଚସ୍ପତି ନରହରି ଜିରୱାଲଙ୍କୁ ଏନେଇ ପ୍ରସ୍ତାବ ଦିଆଯାଇଛି। ଗତ ରାତି ୧୨ ବିଧାୟକଙ୍କୁ ନିଲମ୍ବନ ପାଇଁ ଦାବି ହୋଇଥିଲା ଏବଂ ଆଜି ସକାଳେ ଆଉ ୪ ଜଣଙ୍କ ନିଲମ୍ବନ ପାଇଁ ବାଚସ୍ପତିଙ୍କୁ କୁହାଯାଇଛି।

ମହାରାଷ୍ଟ୍ରର ୨ ଜଣ ସ୍ବାଧୀନ ବିଧାୟକ ମହେଶ ବାଲ୍‌ଦି ଏବଂ ବିନୋଦ ଅଗ୍ରୱାଲ ମିଳିତ ଭାବେ ଉପବାଚସ୍ପତିଙ୍କ ନିକଟକୁ ଚିଠି ଲେଖିଛନ୍ତି। ଉପ ବାଚସ୍ପତିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଥିବାରୁ ସେ ବିଧାୟକଙ୍କୁ ନିଲମ୍ବନ କରିପାରିବେନି ବୋଲି ସେମାନେ କହିଛନ୍ତି। ଉକ୍ତ ୨ ବିଧାୟକଙ୍କ ଅନୁଯାୟୀ ଉପବାଚସ୍ପତିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇସାରିଛି। ତେଣୁ ସେ କୌଣସି ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିପାରିବେ ନାହିଁ। ଇତି ମଧ୍ୟରେ ବିଦ୍ରୋହୀ ବିଧାୟକଙ୍କ ସମର୍ଥନ ପାଇଥିବା ସିନ୍ଦେ କହିଛନ୍ତି, ତାଙ୍କ ନିକଟ‌ରେ ସଂଖ୍ୟା ଥିବାରୁ ସେ ନିର୍ବାଚନ କମିସନ ଯିବେ ଏବଂ ଶିବସେନାର ମାଲିକାନା ଦାବି କରିବେ। ଅନ୍ୟପକ୍ଷେ ସେନାର ୨ ସହଯୋଗୀ ଏନ୍‌ସିପି ଏବଂ କଂଗ୍ରେସ କହିଛନ୍ତି ସେମାନେ ଠାକ୍‌ରେଙ୍କ ସହ ରହିବେ। ଇତି ମଧ୍ୟରେ ଶିବସେନା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ କହିଛନ୍ତି, ଆମ ନିକଟରେ ଶିବ ସୈନିକ ଅଛନ୍ତି ଏବଂ ଆମେ ଲଢ଼େଇ କରି ଜିତିବୁ। ବିଦ୍ରୋହୀ ବିଧାୟକମାନେ ଯାହା କରୁଛନ୍ତି ତାହା ଆଇନସମ୍ମତ ନୁହେଁ। ଉଦ୍ଧବ ଠାକରେ ବିଦ୍ରୋହୀଙ୍କୁ ଚ୍ୟାଲେଂଜ କରି କହିଛନ୍ତି, ଯଦି ଦମ୍‌ ଅଛି ତା’ହେଲେ ସୋମନେ ଠାକରେ ପରିବାରର ନାମ ଏବଂ ଶିବସେନାର ଦଳୀୟ ସଙ୍କେତ ବ୍ୟବହାର ନକରି ବିଜୟୀ ହୋଇ ଦେଖାନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe